ଧନକର ଅଧିନିୟମ, ୧୯୫୭
ଧନକର ଅଧିନିୟମ, ୧୯୫୭ ଭାରତୀୟ ପାର୍ଲିଆମେଣ୍ଟରେ ପାରିତ ଏକ ଆଇନ ଯେଉଁଥିରେ କି ଏକ ବ୍ୟକ୍ତି ବିଶେଷ, ହିନ୍ଦୁ ଯୌଥ ପରିବାର କିମ୍ବା ଏକ କମ୍ପାନୀଦ୍ୱାରା ଅର୍ଜିତ ସମ୍ପତ୍ତି ଉପରେ କର ଦେବାପାଇଁ ବ୍ୟବସ୍ଥା ରହିଥିଲା । ପ୍ରତି ବର୍ଷ ୩୧ ମାର୍ଚ ସୁଦ୍ଧା ଅର୍ଜିତ ସମ୍ପତ୍ତି ଉପରେ ଏହି କର ଦେୟ ହିସାବ ହୁଏ । ଏହି ଅଧିନିୟମ ଜାମ୍ମୁ - କାଶ୍ମୀର ତଥା ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ତମାମ ଦେଶରେ ଲାଗୁ କରାଯାଇଥିଲା । ୨୦୦୬ରେ ଅଧିନିୟମରେ କେତେକ ସଂଶୋଧନ ଅଣାଯାଇଥିଲା । ତେବେ, ୧ ଅପ୍ରେଲ ୨୦୧୬ଠାରୁ ଏହା ବାତିଲ କରିଦିଆଯାଇଛି ।[୧] ୨୦୧୬-୨୦୧୭ କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ତତ୍କାଳୀନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ ଯେ ଚେଲାୟା କମିଟିଙ୍କ ସୁପାରିଶ ମୁତାବକ ଏହି ଅଧିନିୟମକୁ ବାତିଲ କରିଦିଆଯାଇଛି[୨]
ଧନକର ଅଧିନିୟମ, ୧୯୫୭ | |
---|---|
An Act to provide for the levy of wealth-tax | |
ଆଧାର | Act No. 27 of 1957 |
ନିୟମାକାରକ | Parliament of India |
Date commenced | 1 April 1957 |
Status: Repealed |
ଅଧିନିୟମ ବିଷୟରେ
ସମ୍ପାଦନାବିଶେଷ ପ୍ରାବଧାନ
ସମ୍ପାଦନା- ଉକ୍ତ ଅଧିନିୟମର ପ୍ରାବଧାନ ଅନୁସାରେ ବ୍ୟକ୍ତି ବିଶେଷ ବା ହିନ୍ଦୁ ଯୌଥ ପରିବାର ଅଥବା ଏକ କମ୍ପାନୀ ନିର୍ଦ୍ଧାରିତ ତାରିଖ ସୁଦ୍ଧା ବାର୍ଷିକ ଶୁଦ୍ଧ ଆୟ ଉପରେ ଧନ କର ଦେୟ ହୋଇଥାଏ ।[୩]
- ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଆୟ ପାଇଁ ଧନକର ଦେୟ ଧାର୍ଯ୍ୟ କରାଯାଇଥିଲା ଶତକଡା ୦.୨୫ ହାରରେ ଯାହାକି ଅପ୍ରିଲ ୨୦୧୦ଠାରୁ ଶତକଡା ୧ ହାରରେ ଲାଗୁ କରାଗଲା । ତେବେ ଉକ୍ତ ମୋଟ ଅର୍ଜିତ ଆୟରୁ ବ୍ୟକ୍ତି କରିଥିବା କରଜ ବାଦ ଦିଆଯାଇ ଏହି କର ଉପରେ କୌଣସି ଶିକ୍ଷା ଉପକର(cess) ଆଦାୟ କରାଯାଉ ନ ଥିଲା ।
- ଅଧିନିୟମର ଧାରା ୪୫ ଅନୁସାରେ ନିମ୍ନ ଲିଖିତ ସମସ୍ତ ସମ୍ପତ୍ତି ଧନକର ଦେୟ ପରିସରରୁ ବାଦ ଦିଆଯାଇଥିଲା :[୪]
୧) ଟ୍ରଷ୍ଟି
୨) ମିଳିତ ବ୍ୟବସାୟ
୩) ସାମାଜିକ ଅନୁଷ୍ଠାନ
୪) କୋ ଅପରେଟିଭ ସୋସାଇଟି
୫) ରାଜନୈତିକ ଦଳ
୬) କମ୍ପାନୀ ଅଧିନିୟମର ଧାରା ୨୫ ପ୍ରକାରେ ପଞ୍ଜିକୃତ କମ୍ପାନୀ........... ଇତ୍ୟାଦି
ଆଧାର
ସମ୍ପାଦନା- ↑ "Finance Act, 2015" (PDF). Gazette of India. Retrieved 10 August 2018.
- ↑ "Why Jaitley decided to scrap wealth tax". @businessline (in ଇଂରାଜୀ). Retrieved 10 August 2018.
- ↑ "Tax Laws & Rules > Acts > Wealth-Tax Act, 1957". www.incometaxindia.gov.in (in ଇଂରାଜୀ). Retrieved 10 August 2018.
- ↑ "Section 45 in THE WEALTH-TAX ACT, 1957". indiankanoon.org. Retrieved 10 August 2018.
ଆହୁରି ପଢନ୍ତୁ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |