ଭାରତୀୟ ଉପ ମହା ଦ୍ୱୀପରେ ବସବାସ କରୁଥିବା ହିନ୍ଦୁ ପରିବାରରେ ଯୌଥ ପରିବାରର ଚଳଣି ଦେଖିବାକୁ ମିଳେ ଯେଉଁଠି ଗୋଟିଏ ପରିବାରର ଏକାଧିକ ପିଢ଼ି ଯଥା ଜେଜେବାପା-ଜେଜେମା, ବାପା-ମା, କକା -ଖୁଡୀ, ସ୍ବାମୀ-ସ୍ତ୍ରୀ ତଥା ଭାଇ-ଭଉଣୀ ଏକା ସାଥିରେ ବସବାସ କରନ୍ତି ।[] ହିନ୍ଦୁ ଆଇନ ଅନୁସାରେ ଏକ ସାଧାରଣ ପୂର୍ବ ପୁରୁଷରୁ ବଂଶଜ ଭାବେ ଆସିଥିବା ସମସ୍ତ ସଦସ୍ୟ ଯୌଥ ପରିବାରର ଅନ୍ତର୍ଗତ ।

ଆଇନଗତ ନିହିତାର୍ଥ

ସମ୍ପାଦନା

ହିନ୍ଦୁ ଆଇନ ( ଉତ୍ତରାଧୀକାର ତଥା ବିବାହ ସମ୍ବନ୍ଧୀୟ ଆଇନ) ତଥା ଆୟକର ବ୍ୟବସ୍ଥାରେ ଯୌଥ ପରିବାରର ଉଲ୍ଲେଖ ଦେଖିବାକୁ ମିଳିଲେ ମଧ୍ୟ ହିନ୍ଦୁ ଉତ୍ତରାଧୀକାର ଆଇନ ତଥା ହିନ୍ଦୁ ବିବାହ ଅଧିନିୟମରେ ଯୌଥ ପରିବାରର ଆଇନଗତ ସଜ୍ଞା ଦିଆଯାଇଛି । ହିନ୍ଦୁ ଆଇନର ୨୦୦୫ ସଂଶୋଧନ ଅଧିନିୟମ ବଳରେ ପରିବାରର ଝିଅଟିଏ ମଧ୍ୟ ଯୌଥ ପରିବାରର ସମ୍ପତ୍ତିରେ ନିଜ ଅଂଶର ହକଦାର ଅଟେ ।[] ତେବେ ବିବାହ ପରେ ହିନ୍ଦୁ ଝିଅଟିଏ ବାପାଙ୍କ ପରିବାରର ସଦସ୍ୟ ନ ରହି ସ୍ୱାମିର ପରିବାରର ଏକ ସଦସ୍ୟ ହୋଇଯାଏ । ଭାରତରେ ସମ୍ପତ୍ତିଗତ ଅଧିକାର ତଥା ଆୟକର ମାମଲାରେ ଯୌଥ ପରିବାରର ଅନେକ ଆଇନଗତ ମହତ୍ତ୍ୱ ନିହିତ ରହିଛି ।[] []

ସାଧାରଣତଃ ହିନ୍ଦୁ ପରିବାରର ବରିଷ୍ଠ ପୁରୁଷ ସଦସ୍ୟଙ୍କୁ ପରିବାରର କର୍ତ୍ତାଭାବେ ମାନ୍ୟତା ଦିଆଯାଇଛି । ତେବେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଏକ ନ୍ୟାୟୀକ ନିର୍ଣ୍ଣୟ ପ୍ରକାରେ ହିନ୍ଦୁ ପରିବାରର ବରିଷ୍ଠ ମହିଳା ସଦସ୍ୟ ମଧ୍ୟ ଯୌଥ ପରିବାରର କର୍ତ୍ତା ହୋଇପାରିବେ ।

ଯୌଥ ପରିବାରର ଉପଯୋଗୀତା

ସମ୍ପାଦନା

ମନୁଷ୍ୟର ଆର୍ଥିକ, ମାନସିକ, ଶାରୀରିକ ତଥା ସର୍ବାଙ୍ଗୀନ ବିକାଶ ପାଇଁ ପରିବାର ସମାଜ ସବନିମ୍ନ ସଂଘବଦ୍ଧ ଜୀବନ ଭାବେ ଗଢ଼ି ଉଠିଛି । ଏହା ସହିତ ଭବିଷ୍ୟତ ପିଢୀର ବିକାଶରେ ସହଯୋଗ କରିବା ସହ ମଣିଷ ନିଜର ଭବିଷ୍ୟତ ଜୀବନକୁ ମଧ୍ୟ ସୁରକ୍ଷିତ କରିପାରିଛି । ଏ ସବୁ ଦୃଷ୍ଟିରୁ ବୈଦିକ ଯୁଗରୁ ଯୌଥ ପରିବାରକୁ ହିଁ ଏକ ସ୍ୱୟଁ ସଂପୂର୍ଣ୍ଣ ପରିବାରର ମାନ୍ୟତା ଦିଆଯାଇଛି । ତେବେ ଆଜିକାଲି ଯୌଥ ପରିବାରବାଦ ବଦଳରେ ଏକକ ପରିବାରରେ ବ୍ୟକ୍ତି ଦୈନନ୍ଦିନ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ମଣିଷ ଜୀବନର ମୂଳ ଲକ୍ଷ୍ୟ ସାଧନରେ ବିଫଳ ହେବାର ଅନେକ ନଜିର ଦେଖାଦେଇଛି ।

  • ଯୌଥ ପରିବାରରେ ଯେ କୌଣସି ପରିବାରର ସମସ୍ୟାକୁ ସପୂର୍ଣ୍ଣ ପରିବାରର ସମସ୍ୟା ବୋଲି ଧରିନିଆଯାଏ । ଅତଏବ ଯେ କୌଣସି ସଦସ୍ୟର ସ୍ୱାସ୍ଥ୍ୟ ତଥା ସୁରକ୍ଷା ସମ୍ବନ୍ଧୀୟ ଯେ କୌଣସି ସମସ୍ୟାକୁ ମିଳିମିଶି ସମାଧାନ କରିବା ଅଧିକ ସହଜ ହୋଇଥାଏ ।
  • ସାଧାରଣତଃ ଏକ ପରିବାରରେ ସଦସ୍ୟମାନଙ୍କୁ ଅନେକ କାର୍ଯ୍ୟ ତୁଲାଇବାକୁ ପଡେ । ତେବେ ଯୌଥ ପରିବାରରେ ଭିନ୍ନ ଭିନ୍ନ କାର୍ଯ୍ୟଦକ୍ଷତା ବିଶିଷ୍ଟ ଏକାଧିକ ସଦସ୍ୟ ରହିବା ହେତୁ ପରିବାରର କାର୍ଯ୍ୟଭାର ବାଣ୍ଟି ହୋଇଯାଏ । ଏହା ଫଳରେ ସଦସ୍ୟ ନିଜ ପସନ୍ଦର କାର୍ଯ୍ୟ ସୁଚାରୁ ରୂପେ ସଂପନ୍ନ୍ କରିଥାଏ । ଆବଶ୍ୟକ ସ୍ଥଳେ କୌଣସି ଏକ ସଦସ୍ୟର ନ୍ୟସ୍ତ ଦାୟୀତ୍ୱକୁ ସଫଳତାର ସହ ସଂପନ୍ନ କରିବାରେ ଅନ୍ୟ ସଦସ୍ୟ ମଧ୍ୟ ସାହାଯ୍ୟ କରିଥାନ୍ତି । ଏଭଳିଭାବେ ପରିବାରର ପ୍ରତ୍ୟେକ ସଦସ୍ୟ ପରିବାରର ଆନନ୍ଦରେ ସମଭାଗୀ ହୋଇପାରିଥାନ୍ତି ।
  • ଯୌଥ ପରିବାର ବିଶେଷ ଭାବେ ନୂତନ ପୀଢୀ ପାଇଁ ଅଧିକ ଲାଭବାନ ହୋଇଥାଏ । ପରିବାରର ନୂତନ ସଦସ୍ୟଟି ଜେଜେବାପା, ଜେଜେମାଆଁଙ୍କ ସହ ଅନେକ ସଦସ୍ୟଙ୍କ ସ୍ନେହ ତଥା ଯତ୍ନରେ ବଢିଥାଏ । ଫଳରେ ଛୁଆଟିଏ ଯୌଥ ପରିବାରରେ ତାର ମାନସିକ, ବୌଦ୍ଦିକ ତଥା ଚାରିତ୍ରିକ ବିକାଶ ପାଇଁ ଯେଉଁ ସୂଯୋଗ ପାଏ ତାହା ବିସ୍ତୃତ ପରିବାରରେ ସମ୍ଭବ ହୋଇ ନ ଥାଏ ।
  • ଏହା ବ୍ୟତୀତ ଯୌଥ ପରିବାରରେ ଏକାଧିକ ସଦସ୍ୟ ମିଳିମିଶି କାର୍ଯ୍ୟ ତୁଲାଇବାଦ୍ୱାରା ପରିବାରର ମୋଟ ବ୍ୟୟ ପ୍ରାୟତଃ କମ ହୁଏ । ଫଳରେ ଆର୍ଥିକ ବୋଝ କମିଯାଇ ପାରିବାରିକ ସମୃଦ୍ଧିରେ ଏହା ସହାୟକ ହୁଏ ।
  1. "Hindu undivided family Hindu law". Retrieved 6 June 2018.
  2. "Supreme Court sets 2005 cut-off on women right to ancestral property". Retrieved 6 June 2018.
  3. "SC: HUF assets to be taken as joint property". Retrieved 6 June 2018.
  4. "Female as Karta of a Hindu Undivided Family". Retrieved 6 June 2018.

ବାହାର ତଥ୍ୟ

ସମ୍ପାଦନା