ଦେଶରାଜ ପଟେରିୟା
ଦେଶରାଜ ପଟେରିୟା ଜଣେ ଭାରତୀୟ ଲୋକଗୀତ ଗାୟକ ଥିଲେ । ବୁନ୍ଦେଲଖଣ୍ଡର ଏହି ଗାୟକ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ବୁନ୍ଦେଲି ଲୋକ ଗୀତର ପ୍ରଚାର ପ୍ରସାର କରାଇଥିଲେ ।
ଦେଶରାଜ ପଟେରିୟା | |
---|---|
ଜନ୍ମ | ତିନ୍ଦାନୀ, ଛତ୍ରପୁର, ମଧ୍ୟପ୍ରଦେଶ | ୨୫ ଜୁଲାଇ ୧୯୫୩
ମୃତ୍ୟୁ | ୫ ସେପ୍ଟେମ୍ବର ୨୦୨୦ | (ବୟସ ୬୭)
ବୃତ୍ତି | ଲୋକଗୀତ ଗାୟକ |
ପ୍ରସିଦ୍ଧି | ରାଧେଶ୍ୟାମ ରାମାୟଣ, ରାମ ବିବାହ, ପୁଷ୍ପ ବାଟିକା |
ପ୍ରାରମ୍ଭିକ ଜୀବନ
ସମ୍ପାଦନାପାଟାରିୟା ୧୯୫୩ ମସିହାର ଜୁଲାଇ ୨୫ ତାରିଖରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ତିନ୍ଦାନୀଠାରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ସେ ସଙ୍ଗୀତରେ ଡିପ୍ଲୋମା କରିଥିଲେ । ସେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ, ଯେଉଁଠି ସେ ସନ୍ଧ୍ୟା ସମୟରେ ସଙ୍ଗୀତ ପରିବେଷଣ କରୁଥିଲେ ।
ପେଷା
ସମ୍ପାଦନା୧୯୭୨ ମସିହାରେ ସେ ଜଣେ ମଞ୍ଚ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଛତ୍ରପୁର ଆକାଶବାଣୀ କେନ୍ଦ୍ର ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୦ ଦଶକରେ ଅନେକ ଲୋକଗୀତ ଗୀତ ଗାଇଥିଲେ, ଯାହାକି କ୍ୟାସେଟ୍ ଜରିଆରେ ଉପଲବ୍ଧ ହୋଇଥିଲା । ସେ ପାଞ୍ଚ ଦଶନ୍ଧି ମଧ୍ୟରେ ୧୦ ହଜାରରୁ ଅଧିକ ଲୋକଗୀତର ସଂଯୋଜନା କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଦେଶରାଜ ପଟେରିୟା ୨୦୨୦ ମସିହାର ସେପ୍ଟେମ୍ବର ୫ ତାରିଖରେ ୬୭ ବର୍ଷ ବୟସରେ ହୃଦ୍ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[୨][୩][୪][୫]
ଆଧାର
ସମ୍ପାଦନା- ↑ The Asian Age (6 September 2020). "Famous Bundeli Folk Singer Dies" – via PressReader.
- ↑ India Today (5 September 2020). "Bundelkhand folk singer Deshraj Pateriya dies at 67". www.indiatoday.in (in English).
{{cite web}}
: CS1 maint: unrecognized language (link) - ↑ "Shri Deshraj Pateriya enriched regional folk music CM Shri Chouhan expresses grief over demise of Shri Pateria". mpinfo.org. 5 September 2020. Archived from the original on 14 May 2021. Retrieved 18 March 2023.
- ↑ School Hos (5 September 2020). "Bundelkhand Folk Singer Deshraj Pateriya Died". schoolhos.com. Archived from the original on 13 May 2021. Retrieved 18 March 2023.
- ↑ msn News (5 September 2020). "Bundelkhand folksinger Deshraj Pateriya dies at 67". msn.com/.
ବାହାର ଲିଙ୍କ୍
ସମ୍ପାଦନା- ଗାନାରେ ଦେଶରାଜ ପଟେରିୟା