ଦେବେନ୍ଦ୍ର କୁମାର ଦାଶ

ଦେବେନ୍ଦ୍ର କୁମାର ଦାଶ (ଜନ୍ମ: ୧୯୫୪) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ସେ ଅନ୍ୟ ଅନେକ ରଚନା ସହିତ ରାଧାନାଥ ଗ୍ରନ୍ଥାବଳୀ ଓ ଫକୀର ମୋହନ ରଚନାବଳୀର ସମ୍ପାଦନା କରିଥିଲେ ।

ଦେବେନ୍ଦ୍ର କୁମାର ଦାଶ
ଜନ୍ମ ଓ ଜନ୍ମସ୍ଥାନ୧୯୫୪
ବୀରନରସିଂହପୁର ଶାସନ, ମାଛଗାଁ, ଜଗତସିଂହପୁର
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଗୋଟିଏ ଫୁଲ ଫୁଟିବାର କାହାଣୀ
ପିତାମାତାବଳରାମ ଦାଶ (ପିତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଦେବେନ୍ଦ୍ର କୁମାର ଜଗତସିଂହପୁର ୧୯୫୪ ମସିହାରେ ଜଗତସିଂହପୁର ଜିଲ୍ଲାର ମାଛଗାଁ ଅନ୍ତର୍ଗତ ବୀରନରସିଂହପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବିଶ୍ୱଭାରତୀ, ଶାନ୍ତିନିକେତନରେ ଶିକ୍ଷା ଲାଭ କରି ସେଇ ବିଶ୍ୱଭାରତୀରେ ପ୍ରଥମେ ଅସ୍ଥାୟୀ ଅଧ୍ୟାପକ ଓ ପରେ ମ୍ୟୁନିସିପାଲିଟି ମହାବିଦ୍ୟାଳୟ, ରାଉରକେଲାରେ ଓଡ଼ିଆ ବିଭାଗରେ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ନନ୍ଦନତତ୍ତ୍ୱ ଓ ଅନ୍ୟାନ୍ୟ ବିଭାଗରେ ତାଙ୍କର ଶତାଧିକ ପ୍ରବନ୍ଧ ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରକାଶିତ ।[][]

ରଚନାବଳୀ

ସମ୍ପାଦନା
  • ଗୋଟିଏ ଫୁଲ ଫୁଟିବାର କାହାଣୀ
  • ପଲ୍ଲୀକବି ନନ୍ଦକିଶୋର ସାହିତ୍ୟ
  • ଗଙ୍ଗାଧର କବି ଓ କବିଆତ୍ମା

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ୧୯୯୦ କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୪୯. ISBN 81-7400-331-2.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୯୪. ISBN 81-903352-2-7.