ଦେବରାଜ ସାମନ୍ତରାୟ
ଦେବରାଜ ସାମନ୍ତରାୟ (ଜନ୍ମ: ୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ । ସେ ୨୦୧୨ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା ତା ଧେଇକି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ଦେବରାଜ ସାମନ୍ତରାୟ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକ |
ଉଲ୍ଲେଖନୀୟ କୃତି | ତା ଧେଇକି |
ପିତାମାତା | ରାମଚନ୍ଦ୍ର ସାମନ୍ତରାୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୨ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାବୃତ୍ତିରେ ଶିକ୍ଷକ ଦେବରାଜ ଇଟି ଯୋଗ୍ୟତା ପ୍ରାପ୍ତ । ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଅବସରପ୍ରାପ୍ତ । ୧୯୮୫ରେ କୃତି ଶିକ୍ଷକ ଭାବେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ । ସମସ୍ୟାମୂଳକ ନିବନ୍ଧପାଇଁ SCERT ପକ୍ଷରୁ ଓ ବିଦ୍ୟାଳୟରେ ଜନସଂଖ୍ୟା ଶିକ୍ଷାର ପ୍ରୟୋଗ ସମ୍ବନ୍ଧରେ ପ୍ରବନ୍ଧ ଲେଖି NCERTରୁ ପୁରସ୍କାର ଓ ମାନପତ୍ର ପାଇଥିଲେ । ତାଙ୍କର ଶିଶୁ ଉପଯୋଗୀ ଲେଖାମାନ ମୀନାବଜାର, ଗଣଶକ୍ତି, ବାନରସେନା, ବାରମଜା ଆଦି ପତ୍ରିକାରେ ପ୍ରକାଶ ପାଇଥିଲା ।[୨]
ରଚନାବଳୀ
ସମ୍ପାଦନା- ଚାଲ ବେଗେ ଦିଲ୍ଲୀ
- ଗାଈ
- ପଦିଆ ଭୋଟ ଦେଲା
- ପୁଅଟିଏ
- ଠୁରାଠୁରୀଙ୍କ ଘର
- ଆସିଲେ ଦଶଘୋଡ଼ା
- ବାଘ ଝିଅର ବାହାଘର
- ସଂକ୍ଷିପ୍ତ ବ୍ୟାକରଣ
- ଶେଷ ପଫୁଲ
- ସ୍ୱାସ୍ଥ୍ୟ ସଂପଦ
- ଡଃ ବିଲୁଆନନା
- ରଥ ଯାତରା
- ତା ଧେଇକି[୩]
ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨ (ତା ଧେଇକି ପାଇଁ)
- ବିଷୁବ ପୁରସ୍କାର
- ଓଡ଼ିଅ ଶିଶୁ ସାହିତ୍ୟ ପରିଷଦ ପକ୍ଷରୁ ପୁରସ୍କୃତ
ଆଧାର
ସମ୍ପାଦନା- ↑ http://odishasahityaakademi.org/English/sahitya-award13.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୯୦. ISBN 81-903352-2-7.
- ↑ chrome-extension://efaidnbmnnnibpcajpcglclefindmkaj/https://culture.odisha.gov.in/sites/default/files/2022-06/List%20of%20Selected%20Books%20Under%20Raja%20Rammohan%20Ray%20Library%20Foundation%20%28RRRLF%29%20Scheme%20for%20the%20Year%202010-11.pdf