ଦୁଃଶାସନ ଜେନା

ଓଡ଼ିଆ ରାଜନୀତିଜ୍ଞ

ଦୁଃଶାସନ ଜେନା (୧୪ ମାର୍ଚ୍ଚ ୧୯୨୫ - ୨୨ ଅପ୍ରେଲ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଦୁଃଶାସନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଦୁଃଶାସନ ଜେନା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀମାନଗୋବିନ୍ଦ ସାମଲ
ପର ଅଧିକାରୀମାନଗୋବିନ୍ଦ ସାମଲ
ନିର୍ବାଚନ ମଣ୍ଡଳୀବଡ଼ଚଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-03-14)ମାର୍ଚ୍ଚ ୧୪, ୧୯୨୫
ମୃତ୍ୟୁ୨୨ ଅପ୍ରେଲ ୧୯୯୫(1995-04-22) (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀବାସନ୍ତୀ କୁମାରୀ ଜେନା
ବାପା/ବୋଉଗୟାଧର ଜେନା (ବାପା)‌
ବୃତ୍ତିରାଜନୀତିଜ୍ଞ

ପରିବାର ଓ ଶିକ୍ଷା ସମ୍ପାଦନା

ଦୁଃଶାସନ ଜେନା ୧୯୨୫ ମସିହାର ମାର୍ଚ୍ଚ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୟାଧର ଜେନା ଓ ପତ୍ନୀଙ୍କ ନାମ ବାସନ୍ତୀ କୁମାରୀ ଜେନା ।[୧]

ରାଜନୈତିକ ଜୀବନ ସମ୍ପାଦନା

ଦୁଃଶାସନ ଜେନା ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ ସମ୍ପାଦନା

ଦୁଃଶାସନ ଜେନା ୧୯୯୫ ମସିହାର ଅପ୍ରେଲ ମାସ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Dusasan Jena". odishaassembly.nic.in. Odisha Assembly. Retrieved 10 December 2019.