ଦୁଃଖୀଶ୍ୟାମ ତ୍ରିପାଠୀ
ଦୁଃଖୀଶ୍ୟାମ ତ୍ରିପାଠୀ (ଜନ୍ମ : ୯ ଜୁଲାଇ ୧୯୫୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାୟକ । ସେ ନିମାଇଁ ଚରଣ ହରିଚନ୍ଦନଙ୍କଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଓ ହରିଚନ୍ଦନଙ୍କଦ୍ୱାରା ବୋଲାଯାଇଥିବା ଅନେକ ଗୀତ ସେହି ଶୈଳୀରେ ଗାଇଥିଲେ ।[୧]
ଦୁଃଖୀଶ୍ୟାମ ତ୍ରିପାଠୀ | |
---|---|
ଜନ୍ମ | ଦୁଃଖୀଶ୍ୟାମ ତ୍ରିପାଠୀ ୯ ଜୁଲାଇ ୧୯୫୩ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ |
ପିତାମାତା(s) | ଘାସିରାମ ତ୍ରିପାଠୀ, ରାଧିକା ତ୍ରିପାଠୀ |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାଦୁଃଖୀଶ୍ୟାମ ତ୍ରିପାଠୀ ୧୯୫୩ ମସିହା ଜୁଲାଇ ମାସ ୯ ତାରିଖରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଫଟାମୁଣ୍ଡା ଗାଁରେ ଜନ୍ମହୋଇଥିଲେ । ତାଙ୍କ ପିତାଙ୍କ ନାମ ଘାସିରାମ ତ୍ରିପାଠୀ ଓ ମାତାଙ୍କ ନାମ ରାଧିକ ତ୍ରିପାଠୀ ଥିଲା । ତାଙ୍କର ଜେଜେବାପା ଦାଶରଥି ତ୍ରିପାଠୀ ତାଙ୍କ ଗାଁର ଗୌନ୍ତିଆ (ଜମିଦାର) ଥିଲେ । ଜେଜେବାପା କଳଗାଉଣାରେ ବିଭିନ୍ନ ଗୀତ ଶୁଣୁଥିଲେ । ବାଳକ ଦୁଃଖୀଶ୍ୟାମଙ୍କୁ ନିମାଇଁ ଚରଣ ହରିଚନ୍ଦନଙ୍କ ଗୀତ ବେଶୀ ଆକର୍ଷିତ କରିଥିଲା ଓ ସେ ତାଙ୍କୁ ଅନୁସରଣ କରି ତାଙ୍କ ଭଳି ଗାଇବାକୁ ଚେଷ୍ଟା କରୁଥିଲେ ।[୨]
ସଙ୍ଗୀତ
ସମ୍ପାଦନା୧୯୮୩ ମସିହା ମେ ମାସରେ ଭୁବନେଶ୍ୱରରୁ ପୁରୀ ଯିବାବେଳେ ବସରେ ସେ ପୁରୀନିବାସୀ ବନମାଳୀ ପୃଷ୍ଟିଙ୍କୁ ଭେଟି ପୃଷ୍ଟିଙ୍କ ପୁରୀସ୍ଥିତ ଶ୍ରୀକ୍ଷେତ୍ର କଳା ପ୍ରତିଷ୍ଠାନ ନାମରେ ଅନୁଷ୍ଠାନ ବାବଦରେ ଜାଣିବାକୁ ପାଇଥିଲେ । ପରେ ପୃଷ୍ଟିଙ୍କ ସହାୟତରେ ସେ ନିମାଇଁ ଚରଣ ହରିଚନ୍ଦନଙ୍କୁ ଭେଟିଥିଲେ । ହରିଚନ୍ଦନ, ତ୍ରିପାଠୀଙ୍କୁ ଜଗମୋହନରେ ଭଜନ କରିବା ପାଇଁ ଉତ୍ସାହିତ କରିଥିଲେ ଓ ତ୍ରିପାଠୀଙ୍କ ହରିଚନ୍ଦନଙ୍କ ଅନେକ ଗୀତ ସେଠାରେ ଗାଇଲେ । ଗୀତ ଶୁଣି ମନ୍ଦିର ସେବାୟତମାନେ ଆସି ଫୁଲମାଳ ଦେଇ ଚନ୍ଦନ ଲେପି ବଧାଇ ଜଣାଇଥିଲେ । ତ୍ରିପାଠୀ ହରିଚନନ୍ଦନଙ୍କୁ ନିଜ ସଂଗୀତ ଗୁରୁ ମାନି ତାଙ୍କୁ ଅନୁସରଣ କରନ୍ତି ବୋଲି ପ୍ରକାଶ କରିଥିଲେ । ପରେ ପ୍ରଫୁଲ୍ଲ କର ମଧ୍ୟ ତ୍ରିପାଠୀଙ୍କ କଣ୍ଠରେ ଜେଇ, ସାର୍ଥକ, ସିଦ୍ଧାର୍ଥ ଆଦି କମ୍ପାନୀ ଜରିଆରେ ହରିଚନ୍ଦନଙ୍କ ଗୀତସବୁ ରେକର୍ଡ କରାଇବାରେ ସାହାଯ୍ୟ କରିଥିଲେ । କରଙ୍କ ରଚିତ ୮ଟି ଗୀତ ମଧ୍ୟ ତ୍ରିପାଠୀ ନିଜ ସ୍ବର ଓ ନିଜ ଶୈଳୀରେ ଗାଇଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "ମିଶେ ଯେବେ ସୂର ସହ ସୂର". ଧରିତ୍ରୀ. Retrieved 2022-02-25.
- ↑ "ଗୀତ ଗବାକ୍ଷ". No. ରବିବାର ସମ୍ବାଦ ୧୩/୦୩/୨୦୨୨ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. 13 March 2022. Archived from the original on 14 March 2022. Retrieved 14 March 2022.