ଦୀନବନ୍ଧୁ ସାହୁ
ଦୀନବନ୍ଧୁ ସାହୁ (୧୦ ଅକ୍ଟୋବର ୧୯୧୦ - ୭ ଅକ୍ଟୋବର ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଦୀନବନ୍ଧୁ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା ନିର୍ବାଚନଙ୍କୁ ସେ କେନ୍ଦ୍ରୀୟ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇଥିଲେ । ଏହାପରେ ଭାରତ ସ୍ୱାଧୀନତ ହେବାପରେ ସେ ୧୯୫୨ ଓ ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଦୀନବନ୍ଧୁ ସାହୁ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରୀୟ କେନ୍ଦ୍ରାପଡ଼ା |
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୧ | |
ପର ଅଧିକାରୀ | ଧୃବ ଚରଣ ସାହୁ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅକ୍ଟୋବର ୧୦, ୧୯୧୦ |
ମୃତ୍ୟୁ | ୭ ଅକ୍ଟୋବର ୧୯୮୦ | (ବୟସ ୬୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | ସୋବେନି ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଦୀନବନ୍ଧୁ ସାହୁ ୧୯୧୦ ମସିହାର ଅକ୍ଟୋବର ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ସୋବେନି ସାହୁ ।[୧] ଦୀନବନ୍ଧୁଙ୍କର ପେଶାରେ ଜଣେ ଓକିଲ ଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାଦୀନବନ୍ଧୁ ସାହୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଦୀନବନ୍ଧୁ ସାହୁ ୧୯୮୦ ମସିହାର ଅକ୍ଟୋବର ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।[୧]