ଦିୟା କୁମାରୀ
ଦିୟା କୁମାରୀ (ଜନ୍ମ ୩୦ ଜାନୁଆରୀ ୧୯୭୧) ଜଣେ ଭାରତୀୟ ରାଜନେତା ଅଟନ୍ତି । ସେ ରାଜସମନ୍ଦ ସଂସଦୀୟ ଆସନରୁ ଭାରତୀୟ ସଂସଦର ସଦସ୍ୟ ଏବଂ ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ସେ ପୂର୍ବରୁ ରାଜସ୍ଥାନ ବିଧାନ ସଭାରେ ସାୱାଇ ମାଧୋପୁରର ଜଣେ ବିଧାୟକ ଥିଲେ ।
ଦିୟା କୁମାରୀ | |
---|---|
ସାଂସଦ, ଲୋକ ସଭା | |
Assumed office ୨୩ ମଇ ୨୦୧୯ | |
ପୂର୍ବ ଅଧିକାରୀ | ହରିଓମ ସିଂ ରାଠୋର |
ନିର୍ବାଚନ ମଣ୍ଡଳୀ | ଲୋକ ସଭା ନିର୍ବାଚନ ମଣ୍ଡଳୀ |
ବିଧାନ ସଭା ସଦସ୍ୟ | |
କାର୍ଯ୍ୟକାଳ ୨୦୧୩ – ୨୦୧୮ | |
ପର ଅଧିକାରୀ | ଦାନିଶ ଅବରାର |
ନିର୍ବାଚନ ମଣ୍ଡଳୀ | ସାୱାଇ ମାଧୋପୁର (ରାଜସ୍ଥାନ ବିଧାନ ସଭା ନିର୍ବାଚନ ମଣ୍ଡଳୀ) |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜୟପୁର, ରାଜସ୍ଥାନ, ଭାରତ | ୩୦ ଜାନୁଆରୀ ୧୯୭୧
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ନରେନ୍ଦ୍ର ସିଂ |
ସନ୍ତାନ | ୩ - ପଦ୍ମନାଭ ସିଂ, ଲକ୍ଷ ରାଜ ସିଂ ଏବଂ ଗୌରବୀ କୁମାରୀ |
ବାପା/ବୋଉ | ଭବାନୀ ସିଂ ପଦ୍ମିନୀ ଦେବୀ |
ଘର | ସିଟି ପ୍ୟାଲେସ୍, ଜୟପୁର |
ଶିକ୍ଷା | ଆଧୁନିକ ବିଦ୍ୟାଳୟ, ନୂଆଦିଲ୍ଲୀ ମହାରାଣୀ ଗାୟତ୍ରୀ ଦେବୀ ବାଳିକା ପବ୍ଲିକ୍ ସ୍କୁଲ୍ |
ଜୀବନୀ
ସମ୍ପାଦନାଜୟପୁରର ରାଜକୁମାରୀ ଦିୟା କୁମାରୀ ୩୦ ଜାନୁଆରୀ ୧୯୭୧ ମସିହାରେ ଭାରତୀୟ ସେନା ଅଧିକାରୀ ତଥା ହୋଟେଲ ବ୍ୟବସାୟୀ ଭବାନୀ ସିଂ ଏବଂ ମହାରାଣୀ ପଦ୍ମିନୀ ଦେବୀଙ୍କଠାରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ବ୍ରିଟିଶ ରାଜ ସମୟରେ ଜୟପୁରର ଶେଷ ଶାସକ ମହାରାଜା ମାନ ସିଂ ଦ୍ୱିତୀୟଙ୍କ ନାତୁଣୀ ଅଟନ୍ତି ।[୨]
କୁମାରୀ ଆଧୁନିକ ବିଦ୍ୟାଳୟ (ନୂଆଦିଲ୍ଲୀ), ଜି.ଡି ସୋମାନି ମେମୋରିଆଲ ସ୍କୁଲ, ମୁମ୍ବାଇ ଏବଂ ମହାରାଣୀ ଗାୟତ୍ରୀ ଦେବୀ ଗ୍ୟାର୍ଲସ ପବ୍ଲିକ ସ୍କୁଲ, ଜୟପୁରରେ ଅଧ୍ୟୟନ କରିଥିଲେ । ଏହା ପରେ ସେ ଲଣ୍ଡନରେ ଡେକୋରେଟିଭ୍ ଆର୍ଟରେ ଏକ ପାଠ୍ୟକ୍ରମ କରିଥିଲେ ।[୩]
ସେ ଐତିହ୍ୟର ରକ୍ଷକ ଏବଂ ଜୟପୁରର ରାଜ ପରିବାରର କଳା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ରାଜକୁମାରୀ ଭାବରେ କାର୍ଯ୍ୟ କରନ୍ତି। ସେ ପାରିବାରିକ ଐତିହ୍ୟକୁ ସଜାଇବା ଏବଂ ପରିଚାଳନା କରିବା ପାଇଁ କାର୍ଯ୍ୟ କରନ୍ତି; ଯେଉଁଥିରେ ସିଟି ପ୍ୟାଲେସ୍, ଜୟପୁର, ଜୟଗଡ ଦୁର୍ଗ, ଆମେର ଏବଂ ଦୁଇଟି ଟ୍ରଷ୍ଟ: ମହାରାଜା ସାୱାଇ ସିଂ ଦ୍ୱିତୀୟ ସଂଗ୍ରହାଳୟ ଟ୍ରଷ୍ଟ, ଜୟପୁର ଏବଂ ଜୟଗଡ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ଅନ୍ତର୍ଭୂକ୍ତ । ସେ ଦୁଇଟି ବିଦ୍ୟାଳୟର ଯତ୍ନ ନିଅନ୍ତି: ପ୍ୟାଲେସ ସ୍କୁଲ ଏବଂ ମହାରାଜା ସାୱାଇ ଭବାନୀ ସିଂ ସ୍କୁଲ । ସେ ତିନୋଟି ରାଜ ଭବନ ହୋଟେଲ; ରାଜମହଲ ପ୍ୟାଲେସ, ଜୟପୁର, ହୋଟେଲ ଜୟପୁର ହାଉସ, ମାଉଣ୍ଟ ଆବୁ ଏବଂ ହୋଟେଲ ଲାଲ ମହଲ ପ୍ୟାଲେସ, ଜୟପୁରକୁ ମଧ୍ୟ ପରିଚାଳନା କରନ୍ତି । [୪]
ରାଜନୈତିକ ବୃତ୍ତି
ସମ୍ପାଦନାତାଙ୍କ ଜେଜେମା ରାଜମାତା ଗାୟତ୍ରୀ ଦେବୀଙ୍କୁ ଅନୁସରଣ କରି ରାଜକୁମାରୀ ଦିୟା କୁମାରୀ ଶେଷରେ ରାଜନୀତିରେ ପ୍ରବେଶ କଲେ । ସେ ଆନୁଷ୍ଠାନିକ ଭାବେ ୧୦ ସେପ୍ଟେମ୍ବର ୨୦୧୩ ମସିହାରେ ଜୟପୁରର ଏକ ରାଲିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ, ତତ୍କାଳୀନ ବିଜେପି ସଭାପତି ଶ୍ରୀ ରାଜନାଥ ସିଂ ଏବଂ ବସୁନ୍ଧରା ରାଜେଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୫] ସେ ସାୱାଇ ମାଧୋପୁରରୁ ବିଜେପି ପ୍ରାର୍ଥୀ ଭାବରେ ୨୦୧୩ ମସିହାର ରାଜସ୍ଥାନ ବିଧାନ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଧାୟକ ହୋଇଥିଲେ ।[୬] ୨୦୧୯ ମସିହାରେ ସେ ରାଜସମାନନ୍ଦରୁ ଲୋକ ସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।[୭]
ବ୍ୟକ୍ତିଗତ ଜୀବନ
ସମ୍ପାଦନାରାଜକୁମାରୀ ଦିୟା ଏବଂ ମହାରାଜା ନରେନ୍ଦ୍ର ସିଂଙ୍କର ତିନୋଟି ସନ୍ତାନ ଥିଲେ ।[୮] ତାଙ୍କ ବଡ ପୁଅ ମହାରାଜ ପଦ୍ମନାଭ ସିଂ ୨ ଜୁଲାଇ ୧୯୯୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୨୨ ନଭେମ୍ବର ୨୦୦୨ ମସିହାରେ ସ୍ୱର୍ଗତ ମହାରାଜା ଭବାନୀ ସିଂଙ୍କଦ୍ୱାରା ରାଜକୁମାର ଭାବେ ଘୋଷିତ ହୋଇଥିଲେ ଏବଂ ୨୭ ଏପ୍ରିଲ ୨୦୧୧ ମସିହାରେ ଜୟପୁରର ସିଂହାସନ ଆରୋହଣ କରିଥିଲେ । ତାଙ୍କର ଦ୍ୱିତୀୟ ପୁଅ ରାଜକୁମାର ଲକ୍ଷ ରାଜ ସିଂ ଏବଂ ସାନ ଝିଅ ରାଜକୁମାରୀ ଗୌରବୀ କୁମାରୀ ଅଟନ୍ତି ।
ଆଧାର
ସମ୍ପାଦନା- ↑ "Members : Lok Sabha". loksabhaph.nic.in. Retrieved 6 ସେପ୍ଟେମ୍ବର 2021.}
- ↑ Parihar, Rohit (21 ଅଗଷ୍ଟ 2006). "New will by Gayatri Devi's late son resurfaces, ignites property war in family". India Today. Retrieved 6 ସେପ୍ଟେମ୍ବର 2021.
- ↑ "Royal Jaipur- Explore the Royal Landmarks in Jaipur". royaljaipur.in. Retrieved 2 December 2022.
- ↑ MSMS Museum
- ↑ "Jaipur princess joins BJP". The Telegraph. India. 11 September 2013. Archived from the original on 14 September 2013. Retrieved 22 July 2018.
- ↑ Joseph, Joychen (January 16, 2019). "After 21 years, Rajasthan ex-royal Diya Kumari, her hubby separated". The Times of India (in ଇଂରାଜୀ). Retrieved 2021-09-06.
- ↑ "Erstwhile royal family member Diya Kumari wins Rajsamand seat by over 5 lakh votes". Zee News (in ଇଂରାଜୀ). 2019-05-23. Retrieved 2021-09-06.
- ↑ Sebastian, Sunny (9 October 2003). "A royal surprise in Jaipur". The Hindu. Archived from the original on 13 January 2004.
ବାହାର ଆଦାହର
ସମ୍ପାଦନା- Media related to ଦିୟା କୁମାରୀ at Wikimedia Commons