ଦିନାମାର ଡିଙ୍ଗା
ଦିନାମାର ଡିଙ୍ଗା ଓଡ଼ିଶାର ବାଲେଶ୍ୱରଠାରେ ଅବସ୍ଥିତ ଓ ଡେନମାର୍କର ଔପନିବେଶିକ ବଣିକଙ୍କ ସ୍ଥାପିତ ୧୬ଶ ଶତାବ୍ଦୀରେ ସ୍ଥାପିତ ଏକ ପ୍ରାଚୀନ ବନ୍ଦର ଥିଲା । ଦିନାମାର ଇଷ୍ଟ ଇଣ୍ଡିଆ କମ୍ପାନୀ ସେତେବେଳର ମୁଖ୍ୟ ଔପନିବେଶିକ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନିଠାରୁ ମୁଖ୍ୟତଃ ଗୋଲମରିଚ, ଡାଲଚିନି, ଆଖୁ, ଲୁଣ, କପା ଓ ପାଟ କିଣିବା ପାଇଁ ୧୬୧୬ ମାର୍ଚ୍ଚ ୧୭ରେ ଭାରତକୁ ଆସିଥିଲା । ପରେ ୧୬୨୫ ପାଖାପାଖି ଓଡ଼ିଶାର କପା ଓ ପାଟ ପାଇଁ ବାଲେଶ୍ୱର ଆସିଥିଲା । ତତ୍କାଳୀନ ବାଲେଶ୍ୱରର ପିପିଲି ଓ ଅନ୍ୟାନ୍ୟ ସ୍ଥାନରେ ଛୋଟଛୋଟ କାର୍ଯ୍ୟାଳୟ ସ୍ଥାପନା କରିଥିଲା । ଏଥିମଧ୍ୟରୁ
ନାମକରଣ
ସମ୍ପାଦନା"ଡିଙ୍ଗା" ଶବ୍ଦର ଅର୍ଥ ଏକ ଜାତି ଅଧିକୃତ ସ୍ଥାନ ବା ବସତି ଏବଂ ଦିନାମାରମାନଙ୍କ (ଡେନମାର୍କ ରାଜ୍ୟବାସୀ) ସ୍ଥାପିତ ହୋଇଥିବାରୁ ଏହାର ନାମ "ଦିନାମାର ଡିଙ୍ଗା" ରଖାଯାଇଥିଲା ।[୧]
ଇତିହାସ
ସମ୍ପାଦନାପ୍ରାରମ୍ଭିକ ଦିନାମାର ଔପନିବେଶିକ ବର୍ଷଗୁଡ଼ିକରେ କମ୍ପାନୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲା । କୁପ୍ରଶାସନ, କମ ପୁଞ୍ଜିନିବେଶ ସଙ୍ଗେସଙ୍ଗେ ଡେନମାର୍କ ପ୍ରାୟ ଦୁଇ-ତୃତୀୟାଂଶ ବେପାର ଜାହାଜ ବୁଡ଼ିଯାଥିଲା ।[୨] ସଫଳ ଭାବେ ଫେରିଥିବା ଜାହାଜଗୁଡ଼ିକ ଲାଭ କରିଥିଲେ ହେଁ ସମୁଦାୟ ଲାଭ ଖର୍ଚ୍ଚଠାରୁ ଊଣା ଥିଲା ।[୩] ଏହି ଉପନିବେଶ ଅଧିକୃତ ଭାରତୀୟ ଅଞ୍ଚଳସବୁ ଜୁଆର ଲହରର ଶିକାର ହୋଇ ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା ।[୪] ଇଂରାଜୀ ଓ ଡଚ ବ୍ୟବସାୟୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଛିଡ଼ା ହେବାକୁ ଇଚ୍ଛା ଥିଲେ ହେଁ ଏହି ଉପନିବେଶର ଦୁର୍ବଳ ଆର୍ଥିକ ସ୍ଥିତି ଏବଂ ତିରିଶ ବର୍ଷର ଯୁଦ୍ଧ ଏହାକୁ ବେପାର ବଣିଜ ବନ୍ଦ କରିବାକୁ ଓ ପରେ ଏହା ବଙ୍ଗୋପସାଗରରେ ଦ୍ରବ୍ୟର ନିରପେକ୍ଷ ବାହକ ଭାବରେ କେବଳ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା ।
୧୬୨୫ ମସିହା ବେଳକୁ ମଛଲିପାଟଣା (ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା)ରେ ଏକ କାରଖାନା ପ୍ରତିଷ୍ଠା ହୋଇଥିଲା । ପିପଲି ଓ ବାଲେଶ୍ୱରରେ ଏହାର ଛୋଟ ଛୋଟ କାର୍ଯ୍ୟାଳୟ ଥିଲା ।[୫][୬][୭] ଏହା ସତ୍ତ୍ୱେ ୧୬୨୭ ମସିହା ବେଳକୁ ଏହି ଉପନିବେଶରେ ମାତ୍ର ତିନୋଟି ଜାହାଜ ଥିଲା ଏବଂ ତାଞ୍ଜାବରର ରାଜା ରଘୁନାଥ ନାୟକଙ୍କୁ ଆଗରୁ ରାଜି ହୋଇଥିବା ଦେୟ ଦେଇପାରିନଥିଲା । ଏହା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ।[୮] ଇଂରାଜୀ ଏବଂ ଡଚ ବ୍ୟବସାୟୀମାନେ ଡେନିସ-ନରୱେର ଉପସ୍ଥିତିକୁ ବିରୋଧ କରିଥିଲେ କିନ୍ତୁ ୟୁରୋପୀୟ ଯୁଦ୍ଧ, ବିଶେଷକରି ତିରିଶ ବର୍ଷର ଯୁଦ୍ଧରେ ସେମାନଙ୍କର ସମ୍ପୃକ୍ତି ହେତୁ ଇଂରାଜୀ ଓ ଡଚ ଏହି ସମୟରେ ବେଶୀ ଆଗକୁ ବଢ଼ିପାରିନଥିଲେ । ଏହି ଦିନାମାରମାନଙ୍କ ସ୍ଥାପିତ ବନ୍ଦର ଓ ବେପାର ବଣିଜ କାରବାର ପରେ ବନ୍ଦର ଅଞ୍ଚଳରେ ସ୍ଥାପିତ ବସତି ଦିନାମାର ଡିଙ୍ଗା ଏବଂ ସେହି ଭଳି ଫରାସୀମାନଙ୍କ ସ୍ଥାପିତ ବନ୍ଦର ଅଞ୍ଚଳ ଫରାସୀ ଡିଙ୍ଗା ତଥା ଡଚ ବେପାର ଅଞ୍ଚଳ ଓଲନ୍ଦାଜ ସାହି ନାମରେ ପରିଚିତ । ଫକୀର ମୋହନ ସେନାପତି ବାଲେଶ୍ୱରର ବନ୍ଦରମାନଙ୍କ ବାବଦରେ ଉଲ୍ଲେଖ କରି ଲେଖିଥିଲେ, "ପ୍ରତିବର୍ଷ ବାଲେଶ୍ୱର ଜିଲ୍ଲାରେ ନଅଲକ୍ଷ ଲୁଣ ପ୍ରୋକ୍ତାନ ହେଉଥିଲା । ଏଥି ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ଖର୍ଚ୍ଚ ସକାଶେ ଦେଢ଼ଲକ୍ଷ ମହଣ, ନିଜ ବାଲେଶ୍ୱର ଏବଂ ଭଦ୍ରଖ ଗୋଲାରେ ଗୋଲାଜାତ କରାଯାଇ ବାକି ସାଢ଼େ ସାତଲକ୍ଷ ମହଣ ଲୁଣ ବଙ୍ଗଦେଶର ବ୍ୟବହାର ନିମନ୍ତେ ଗଙ୍ଗାନଦୀ ପଶ୍ଚିମ ଉପକୂଳସ୍ଥ ସାଲିକା ନାମକ ଗୋଲାକୁ ଚାଲାଣ କରାଯାଏ । ଅଡ଼ଙ୍ଗ ଗୋଲାରୁ ସାଲିକା ଗୋଲାକୁ ଲୁଣ ଚାଲଣ ନେବା ନିମନ୍ତେ ପ୍ରାୟ ତିନିଶତ ବାଲେଶ୍ୱରୀ ଜାହାଜ ନିଯୁକ୍ତଥିଲା । ଦୁଇ ଡୁଲିଆ ବଡ଼ ଜାହାଜ ନାମ ଗୋରାପ, ଏକ ଡାଲିଆ ସାନ ଜାହାଜ ନାମ ଶ୍ଳୋପା । ଖଣ୍ଡେ ଖଣ୍ଡେ ଗୋରାପ ଆଠଦଶ ହଜାର ମହଣ ପର୍ଯ୍ୟନ୍ତ ମାଲ ବୋଝାଇ ନିଏ । ଖଣ୍ଡିଏ ଖଣ୍ଡିଏ ଜାହାଜ ଚଳାଇବା ନିମନ୍ତେ ଦଶ କୋଡ଼ିଏ ଜଣ କର୍ମଚାରୀ ନିଯୁକ୍ତ ଥିଲେ । ଜାହାଜ ଚାଳକର ଉପାଧି ମାଝି । ତାହାର ରକ୍ଷାକାରୀ ଡଣ୍ଡେଇ, ଅନ୍ୟାନ୍ୟ କର୍ମଚାରୀଙ୍କ ଉପାଧି ଖଲାସୀ । ଯଦି ପ୍ରତ୍ୟେକ ଜାହାଜରେ ୧୫ଜଣ କର୍ମଚାରୀ ହରାଯାଏ ତେବେ ସେମାନଙ୍କ ସଂଖ୍ୟା ପ୍ରାୟ ସାଢ଼େ ଚାରିହଜାର । ଏହା ଛଡ଼ା ଜାହାଜ ନିର୍ମାଣକାରୀ ବଢ଼େଇ, କମାର, କଳାପିଠିଆ ସମସ୍ତେ ବାଲେଶ୍ୱର ନିବାସୀ ।"[୯]
ଆଧାର
ସମ୍ପାଦନା- ↑ Praharaj, Gopal Chandra (1931–1940). "Purnnacandra Odia Bhashakosha". dsal.uchicago.edu. Retrieved 2024-09-15.
{{cite web}}
: CS1 maint: date format (link) - ↑ Of the 18 ships that departed from Denmark between 1622 and 1637, only seven returned. Kay Larsen: Trankebar, op.cit., p.30-31.
- ↑ Brdsgaard, Kjeld Erik (2001). China and Denmark: Relations Since 1674. NIAS Press. pp. 9–11. ISBN 978-87-87062-71-8.
- ↑ Jeyaraj, Daniel (2006). "Trancquebar Colony: Indo-Danish Settlement". Bartholomus Ziegenbalg, the Father of Modern Protestant Mission: An Indian Assessment. ISPCK. pp. 10–27. ISBN 978-81-7214-920-8.
- ↑ Raychaudhuri, Tapan (1962). "Rivals in Trade". Jan Company in Coromandel 1605–1690: A Study in the Interrelations of European Commerce and Traditional Economies. Vol. 38. The Hague: Martinus Nijhoff. p. 113. JSTOR 10.1163/j.ctvbqs7b4.10.
- ↑ Diller, Stephan (1999). "Faktoreien, Kronkolonien oder Europäische Freihandelsplätze?: Malabarküste" [Factories, crown colonies or European free trade centers?: Malabar Coast]. Die Dänen in Indien, Südostasien und China (1620–1845) [The Danes in India, South-East Asia and China (1620–1845)] (in German). Wiesbaden: Harassowitz Verlag. pp. 217. ISBN 978-3-447-04123-2. Retrieved 27 May 2022. "Nachdem erste Verhandlungen 1633 zunächst fehlgeschlagen waren, wurde um 1636 die erste danische Faktorei in Balasore gegrundet. [After initial negotiations in 1633 initially failed, the first Danish trading post was founded in Balasore around 1636.]"
- ↑ Wellen, Kathryn (2015). "The Danish East India Company's War against the Mughal Empire, 1642–1698" (PDF). Journal of Early Modern History. 19: 448 – via Brill. "Despite unfulfilled requests for compensation for these losses, the Danes established a manned factory at Pipli in 1626 which, according to Dutch reports, did well during its first year.
- ↑ Subrahmanyan, Sanjay (1989). "The coromandel trade of the Danish East India Company, 1618–1649". Scandinavian Economic History Review. 37 (1): 49. doi:10.1080/03585522.1989.10408131.
The poor financial position of his Company in 1627 led to a failure on bis part to pay revenues to the Nayaka of Tanjavur, both on Tranquebar and on Puducheri, which the Danes farmed for a brief period in the 1621-5.
- ↑ ପଟ୍ଟନାୟକ, ପଠାଣି. Orissa Society of Americas 26th Annual Convention Souvenir: For Annual Convention Held in 1995 at Minneapolis, Minnesota. Odisha Society of the Americas. Retrieved 2024-09-16.