ଦିଗମ୍ବର ମହାପାତ୍ର

ଭାରତୀୟ ଓଡ଼ିଆ ସାହିତ୍ୟିକ

ଦିଗମ୍ବର ମହାପାତ୍ର (ଜନ୍ମ: ୫ ଜାନୁଆରୀ ୧୯୨୮)[] ଜଣେ ଭାରତୀୟ ଓଡ଼ିଆ-ଭାଷୀ ସଂସ୍କୃତ କବି । ସେ ୧୯୮୯ ମସିହାରେ ସେ ନିଜ ସଂସ୍କୃତ କାବ୍ୟଗ୍ରନ୍ଥ ସୁରେନ୍ଦ୍ର ଚରିତ ମହାକାବ୍ୟମ୍ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[] ପାଇଥିଲେ ।

ଦିଗମ୍ବର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ (1928-01-05) ୫ ଜାନୁଆରୀ ୧୯୨୮ (ବୟସ ୯୬)
ପୁରୁଣାପାଣି, ବୈଦ୍ୟେଶ୍ୱର, କଟକ
ବୃତ୍ତିଶିକ୍ଷକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିସୁରେନ୍ଦ୍ର ଚରିତ ମହାକାବ୍ୟମ୍
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଦିଗମ୍ବର କଟକ ଜିଲ୍ଲାର ବୈଦ୍ୟେଶ୍ୱର ଅନ୍ତର୍ଗତ ପୁରୁଣାପାଣିଠାରେ ୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ଶିକ୍ଷକତା ଆରମ୍ଭ କରିଥିଲେ । ପ୍ରଥମେ କିଛିଦିନ ରାଉରକେଲା ଇସ୍ପାତ ହାଇସ୍କୁଲରେ ଶିକ୍ଷକ ରହିବା ପରେ ହାଇଦ୍ରାବାଦସ୍ଥିତ ଏମ୍ ଆଇ ଆର୍ ୟୁ ଅନୁଷ୍ଠାନରେ ସଂସ୍କତ ଅଧ୍ୟାପକ ଥିଲେ । ୧୯୭୬ରୁ ୧୯୭୯ ଉତ୍କଳୋଦୟ ପତ୍ରିକାର ସଂପାଦକ ଥିଲେ । ସେ ସଂସ୍କୃତରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଚରିତ ଆଧାରିତ କାବ୍ୟ ସୁରେନ୍ଦ୍ର ଚରିତ ମହାକାବ୍ୟମ୍ ରଚନା କରିଥିଲେ । ଏହି ପୁସ୍ତକରେ ୫୯୭ ଶ୍ଳୋକ ହିନ୍ଦୀ ଅନୁବାଦ ସହିତ ରହିଛି । ସାମାଜିକ ଅନୀତି ସଂପର୍କରେ ସେ ଭବତେରୋଚତେ ଲେଖିଥିଲେ । ଏହାର ଏକ ପଙ୍‌କ୍ତି:

"କାନ୍ତୋଃସ୍ତି କେଳି ସଦନେ ଚମସଃ (ଚାମଚା) ପ୍ରିୟାୟାଃ
କାନ୍ତା କଦାପି କୁତୁକେନ କରୋତି ଚାଟମ୍
ଏଷା ପ୍ରଥା ଯଦି ଶୃହେଃସ୍ତି ତଥା କିମର୍ଥମ୍
ସ୍ୱାର୍ଥାୟ କୋ ବହିରହୋ ଚମସୋ ନ ବା ସ୍ୟାତ୍"[]

ରଚନାବଳୀ

ସମ୍ପାଦନା
  • ସୁରେନ୍ଦ୍ର ଚରିତ ମହାକାବ୍ୟମ୍
  • ଋତୁଚକ୍ରମ୍
  • ଭବତେରୋଚତେ
  • ରଙ୍ଗରୁଚିରମ୍
  • ବ୍ୟସ୍ତରାଗମ୍

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସୁରେନ୍ଦ୍ର ଚରିତ ମହାକାବ୍ୟମ୍ ପାଇଁ) - ୧୯୮୯
  • ଅଖିଳ ଭାରତୀୟ ପଣ୍ଡିତ ମହାପରିଷଦ ତରଫରୁ "ପଣ୍ଡିତରାଜ" ଉପାଧି
  1. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୧୨୩. ISBN 81-7400-331-2.
  2. http://odishasahityaakademi.org/English/sahitya-award5.php
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୫୦-୫୧. ISBN 81-903352-2-7.