ଦାଶରଥି ଆଚାର୍ଯ୍ୟ
ଦାଶରଥି ଆଚାର୍ଯ୍ୟ ଓଡ଼ିଆ ଭାଷୀ ପ୍ରାବନ୍ଧିକ, ସମାଲୋଚକ ଓ ଗବେଷକ । ସେ ପ୍ରାଚୀନ ଓ ମଧ୍ୟକାଳୀନ ସାହିତ୍ୟ ସଂପର୍କରେ ସେ ବ୍ୟାପକ ଗବେଷଣା କରିଛନ୍ତି ଓ ତତ୍ ସଂପର୍କିତ ଅନେକ ଆଲୋଚନା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।
ଦାଶରଥି ଆଚାର୍ଯ୍ୟ | |
---|---|
ଜନ୍ମ | ଦାଶରଥି ଆଚାର୍ଯ୍ୟ ୧୩ ଅଗଷ୍ଟ ୧୯୬୨ କେଦାରଉଦିତପ୍ରତାପପୁର (ଇଚ୍ଛାପୁର), କଳାହାଣ୍ଡି |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ଲେଖକ |
ପିତାମାତା | କିଶୋରଚନ୍ଦ୍ର ଆଚାର୍ଯ୍ୟ (ପିତା), ସୌଭାଗିନୀ ଆଚାର୍ଯ୍ୟ (ମାତା) |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଦାଶରଥି ୧୯୬୨ ମସିହାରେ କଳାହାଣ୍ଡି ଜିଲ୍ଲାର କେଦାରଉଦିତପ୍ରତାପପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୫ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର, ୧୯୮୭ରେ ଏମ୍ ଫିଲ୍, ୧୯୯୨ରେ ''ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ଅଳଙ୍କାର ଯୋଜନା'' ଶୀର୍ଷକ ନିବନ୍ଧ ଉପସ୍ଥାପନ କରି ପିଏଚ୍ ଡ଼ି ଉପାଧି ଲାଭ କରିଥିଲେ । ୧୯୮୭ ନଭେମ୍ବର ୨୬ରୁ ଜେ କେ ମହାବିଦ୍ୟାଳୟ, ରିଷିଡ଼ା, କଳାହାଣ୍ଡିରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପକ ଭାବେ ଯୋଗଦାନ କରି ୨୦୨୨ ଜାନୁଆରୀ ୩୧ରେ ପ୍ରାଧ୍ୟାପକ ପଦବୀରୁ ଅବସର ନେଲେ । ସେ ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ଭାଷା ସାହିତ୍ୟ ସଂପର୍କରେ ବ୍ୟାପକ ଗବେଷଣା କରି ବହୁ ପ୍ରବନ୍ଧ ଓ ଆଲୋଚନା ପ୍ରଣୟନ କରିବା ସହ ଅନେକ ପୁରାତନ ପୋଥି ଓ ସ୍ୱଳ୍ପାଲୋଚିତ ସାରସ୍ୱତ ସାଧକମାନଙ୍କ ସଂପର୍କରେ ବ୍ୟାପକ ଆଲୋଚନା କରିଛନ୍ତି ।[୧]
ରଚନାବଳୀ
ସମ୍ପାଦନା- ଦ୍ୱାରିକା ରାହାସ - ପୁରୁଷୋତ୍ତମ ଦାସ (ପୋଥି ସଂପାଦନା) ୨୦୦୦
- କଳାହାଣ୍ଡିର ଲୋକକଥା (ସଂଗ୍ରହ ଓ ସଂପାଦନା) ୨୦୦୦
- କଳାହାଣ୍ଡିର ଲୋକକଥା ୧ମ ଭାଗ (ସଂଗ୍ରହ ଓ ସଂପାଦନା) ୨୦୦୩
- କଳାହାଣ୍ଡିର ସାହିତ୍ୟ ବୈଭବ : ଉପନ୍ୟାସ ବିଶେଷ ୨୦୧୧
- କଥାଶିଳ୍ପୀ ଦାଶରଥି ନନ୍ଦ ୨୦୧୨
- କଳାହାଣ୍ଡିର ଲୋକଖେଳ ୨୦୧୩[୨]
- କବିସୌରଭ କାବ୍ୟସୁରଭି ୨୦୧୫
- ନୀଳଲୋହିତ ସିଂହଦେବ ଗ୍ରନ୍ଥାବଳୀ ୧ମ ୨୦୨୦, ୨ୟ ୨୦୨୩
- ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ଅଳଙ୍କାର ଯୋଜନା ୨୦୨୧
- ନାଗବଂଶ ଚରିତ - ପାଟରାଜା ପଦ୍ମନ ସିଂହ ( ଯୁଗ୍ମ ସଂପାଦନା) ୨୦୨୨
- ଶିବଗୀତା - ବଲ୍ଲଭନାରାୟଣ ମାହାପାତ୍ର (ପୋଥି ସମ୍ପାଦନା) ୨୦୨୨
- ଦୁର୍ଗାମାଧବ ସିଂହଦେଓ ଗ୍ରନ୍ଥାବଳୀ (ଯୁଗ୍ମ ସମ୍ପାଦନା) ୨୦୨୩
- ମଧ୍ୟକାଳୀନ ଓଡ଼ିଆ କାବ୍ୟପ୍ରଭା ୨୦୨୩[୩]
ପୁରସ୍କାର ଏବଂ ସମ୍ମାନ
ସମ୍ପାଦନା- ୨୦୦୧ - ସପ୍ତର୍ଷି ପତ୍ରିକା ତରଫରୁ ଶ୍ରେଷ୍ଠ ପ୍ରାବନ୍ଧିକ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସପ୍ତର୍ଷି ସମ୍ମାନ (ଭରତ ଚନ୍ଦ୍ର ନାୟକ) ସ୍ମୃତି ପୁରସ୍କାର
ଆଧାର
ସମ୍ପାଦନା- ↑ ଆଚାର୍ଯ୍ୟ, ଦାଶରଥି (୨୦୨୩). ମଧ୍ୟକାଳୀନ ଓଡ଼ିଆ କାବ୍ୟପ୍ରଭା. ବ୍ରହ୍ମପୁର, ଗଞ୍ଜାମ: ଅନ୍ନପୂର୍ଣ୍ଣା ପବ୍ଲିଶର୍ସ. pp. କଭର ପୃଷ୍ଠା. ISBN 93-85700-31-6.
- ↑ Acharya, Dasarathi (2016). କଳାହାଣ୍ଡିର ଲୋକଖେଳ (Kalahandira Lokakhela). Cuttack: Nabadiganta.
- ↑ https://dharitriepaper.in/edition/17041/chhutidina/page/14