ଦାନାପୁର, ବିହାର
ଦାନାପୁର(ଦିନପୁର ନାମରେ ଭି ପରିଚିତ) ଏହା ଭାରତୀୟ ରହୟ ବିହାରର ରାଜଧାନୀ ପାଟନା ଏକ ଉପଗ୍ରହ ସହର । ଏହାର ଲୋକ ସଂଖ୍ୟା 2011 ଜନଗଣନା ଅନୁସାରେ 182.241 ଥିଲା। ପାଟନା ମେଟ୍ରୋପଳିଟାନ ଅଞ୍ଚଳରେ ଏହା ଅନ୍ତର୍ଭୁକ୍ତ ।ଏହାକୁ 1887ରୁ ମୁନ୍ସିପାଲିଟି ଭାବେ ଗ୍ରହଣ କରାଯାଇଥିଲା । [୧] ଏଠାରେ ଭାରତୀୟ ସେନାର କାଣ୍ଟନମେଣ୍ଟ ରହିଛି । [୨][୩]
Danapur
दानापुर | |
---|---|
Country | India |
State | Bihar |
Division | Patna |
District | Patna |
UA | Patna |
Ward | 40 wards |
Established | 1887 |
Government | |
• Body | Danapur Nagar Parishad |
• Mayor | Reshma Devi[clarification needed] |
Population (2011) | |
• Total | ୧,୮୨,୨୪୧ |
Languages | |
• Spoken | Magadhi, Hindi |
Time zone | UTC+5:30 (IST) |
PIN | 801101/03/05/08/09/13/12 801501/03/06 800111 |
Telephone code | 06115 |
ଯାନବାହାନ ପଞ୍ଚୀକରଣ | BR-01 |
Planning agency | Patna Regional Development Authority |
Civic agency | Danapur Nagar Parishad |
Website | danapur |
ଏଠାରେ ବ୍ରିଟିଶ ସମରରେ ନିର୍ମିତ ଅନେକ ପ୍ରାଚୀନ କୋଠା ବାଡି ଥିବା ସହ 1859 ନିର୍ମିତ ଗଙ୍ଗା ନଦୀର ସର୍ବପୁରାତନ ଘାଟ ରହିଛି ।[୪] ଶିଖମାନଙ୍କ ଏକ ତୀର୍ଥ ହିସାବରେ ଗୁରୁଦ୍ୱାର ହାଣ୍ଡି ସାହିବ ଏଠାରେ ଅବସ୍ଥିତ ।
ଭୌଗୋଳିକ ସ୍ଥିତି
ସମ୍ପାଦନାଏହା ଗଙ୍ଗା ନଦୀରେ ମିଶିଥିବା ସୋନ୍ ନଦୀର ତୀରରେ ଅବସ୍ଥିତ । ଏଠାରୁ କିଛି କିଲୋମିଟର .ଯାଇ ଦିଘାଠାରେ ସୋନ୍ ନଦୀ ଗଙ୍ଗା ସହ ସମାର୍ଜିତ ହୁଏ ।
ଏହାର ଆୟତନ 11.63 ବର୍ଗ କିଲୋମିଟର ଓ ଏଥିରେ 40ଟି ୱାର୍ଡ ରହିଛି । 1889 ମସିହାରେ ଦାନାପୁର ନଗର ପରିଷଦ ଗଠିତ ହେଇଥିଲା ।
ଜନସଂଖ୍ୟା
ସମ୍ପାଦନା2011 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 182,241 , ଯାହା ମଧ୍ୟରୁ ପୁରୁଷ 97,129 ଓ ମହିଳା ସଂଖ୍ୟା 86,112 ।6 ବର୍ଷରୁ କମ ସଂଖ୍ୟା 25,092 ରହିଥିବା ବେଳେ ସାକ୍ଷ୍ୟରତା ହାର 78.4% । ଜନ ଘନତ୍ୱ 113 ଜଣହେକ୍ଟର ପ୍ରତି । ଲିଙ୍ଗା ଅନୁପାତରେ ମହିଳା ଓ ପୁରୁଷ ହାର 882:1,000 ରହିଥିଲା ।
ଦର୍ଶନୀୟ ସ୍ଥାନ
ସମ୍ପାଦନାଏଠାରେ ଥିବା ଗୁରୁଦ୍ୱାରା ପଞ୍ଜାବୀ ସଂପ୍ରଦାୟ ପାଇଁ ଏକ ମୁଖ୍ୟ ତୀର୍ଥ ସ୍ଥଳୀ । ଗୁରୁ ତେଗ ନାହାଦୁରଙ୍କ ଗୁରୁଦ୍ୱାରା ଦେଶର ଏକ ପ୍ରାଚୀନ ଶିଖ ଉପାସନା କେନ୍ଦ୍ର । ଏଠାରେ ନୌଲଖା ମନ୍ଦିର ଓ ଅନେକ ପ୍ରାଚୀନ ନିର୍ମାଣ ପର୍ଯ୍ୟଟକ ଆକର୍ଷଣ ଭାବେ ରହିଛି ।ଏଠାକୁ ଶୀତ କାଳରେ ଅନେକ ବିଦେଶାଗତ ପକ୍ଷୀ ଆସି ରହିଥାନ୍ତି ।
ଯାତାୟତ
ସମ୍ପାଦନାରେଳପଥଦ୍ୱାରା ଏହି ସହର ସଂଯୁକ୍ତ । ଏଠାରେ ପୂର୍ବ କେନ୍ଦ୍ରୀୟ ରେଳ ଡିଭିଜନର ଉପମୁଖ୍ୟ ଦପ୍ତର ରହିଛି । ଜାତୀୟ ରାଜପଥ 30 ଏହି ସହର ଦେଇ ଯାଇଥିଲା ବେଳେ ନିକଟସ୍ଥ ବିମାନ ସେବା ପାଇଁ ପାଟନା ବିମାନବନ୍ଦର ଉପରେ ଉପରେ ଏହା ନିର୍ଭରଶୀଳ ।
ଶିକ୍ଷା
ସମ୍ପାଦନାଦାନାପୁରଠାରେ ସୈନିକ ସ୍କୁଲ ସହ କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନନ୍ୟ ଉତ୍ଚ ଶିକ୍ଷା ଅନୁଷ୍ଠାନ ରହିଛି ।
ଅଧିକ ପଠନ
ସମ୍ପାଦନାଆଧାର
ସମ୍ପାଦନା- ↑ Students' Britannica India — Google Books. Books.google.co.in. Retrieved 5 ମାର୍ଚ୍ଚ 2014.
- ↑ Ramashankar (8 ଡିସେମ୍ବର 2010). "The Telegraph — Calcutta (Kolkata) | Bihar | Police force to hire 9000 ex-armymen". Telegraphindia.com. Retrieved 5 ମାର୍ଚ୍ଚ 2014.
- ↑ "New commander of Danapur Army HQ — The Times of India". Timesofindia.indiatimes.com. 3 ମଇ 2009. Retrieved 5 ମାର୍ଚ୍ଚ 2014.
- ↑ The story of the Lall Bazar Baptist Church Calcutta: being the history of Carey's church from 24th April 1800 to the present day. Edinburgh Press. 1908. Retrieved 17 ମାର୍ଚ୍ଚ 2011.