[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦଶପଲ୍ଲା ରାଜ୍ୟ
ଦଶପଲ୍ଲା / दशपल्ला
Flag of {{{official_name}}}
Location of {{{official_name}}}
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)


ଦଶପଲ୍ଲା ରାଜ୍ୟ  (ଓଡ଼ିଆ: ଦଶପଲ୍ଲା; ହିନ୍ଦୀ : दशपल्ला) ବ୍ରିଟିଶ ଶାସନ ସମୟର ଏକ ଭାରତୀୟ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ କୁଞ୍ଜବନଗଡ ଥିଲା । ଏହା ବର୍ତ୍ତମାନ ଓଡ଼ିଶା ରାଜ୍ୟର  ନୟାଗଡ ଜିଲ୍ଲାରେ ରହିଛି । 

ଦଶପଲ୍ଲା ରାଜ୍ୟ ୧୫ ତମ ଶତାବ୍ଦୀର ଶେଷ ଭାଗରେ ବୌଦ୍ଧ ରାଜ୍ୟରୁ ଅଲଗା ହୋଇ ସ୍ଥାପିତ ହେଇଥିଲା । ମିଳିଥିବା ଦଲିଲ ଅନୁସାରେ ବୌଦ୍ଧର ରାଜା ନାରାୟଣ ଭଞ୍ଜ ଦେଓଙ୍କ ପୁତ୍ର କନିଷ୍ଠ ନାରଣ ଦେବ ୧୪୯୮ ମସିହାରେ ଏହାକୁ ବୌଦ୍ଧରୁ ବିଚ୍ଛିନ୍ନ କରି ଅଲଗା ରାଜ୍ୟ ଭାବେ ଶାସନ କଲେ । 

ଇତିହାସ  ସମ୍ପାଦନା

 ମିଳୁଥିବା ପୁସ୍ତକ ଓ ଲେଖା ଅନୁସାରେ ପୂର୍ବରୁ ଦଶପଲ୍ଲା ନାମକ ସ୍ଥାନ ନଥିଲା । ଏହା ବୌଦ୍ଧ ରାଜ୍ୟର ଅଂଶ ଥିଲା । ସେଠାରେ ରାଜପୁତ ବଂଶର  ଭଞ୍ଜ ରାଜା ରାଜୁତି  କରୁଥିଲେ । ସେ ସମୟରେ ରାଜା ବୀର ଭଞ୍ଜ ଓ ତାଙ୍କର ପୁତୁରା ସାଲ ଭଞ୍ଜଙ୍କ ମଧ୍ୟରେ ବିବାଦ ହେଲା । ସାଲ ଭଞ୍ଜ ପୁରୀର ଗଜପତି ମହାରାଜଙ୍କୁ ଦେଖା କରିବାକୁ ଜଗନ୍ନାଥ ସଡକରେ ପୁରୀ ଉଦେଶ୍ୟରେ ବାହାରିଲେ । ବାଟରେ ତାଙ୍କ ଅନୁଗାମୀମାନଙ୍କ ସହ ସେ ପଦ୍ମତୋଳା ଘାଟ ନାମକ ସ୍ଥାନରେ ଥିବା ସମୟରେ ନୟାଗଡ ରାଜ୍ୟର ରାଜା ଖବର ପାଇ ତାଙ୍କ ପାଖକୁ ଆସି ତାଙ୍କ ସହ ଚୁକ୍ତି କରି ସାଲ  ଭଞ୍ଜଙ୍କୁ ସେହି ଅଞ୍ଚଳର ରାଜା ଘୋଷଣା କାଲେ । ବୀର ଭଞ୍ଜ ଏହା ଜାଣି ତାଙ୍କର ସେନା ଧରି ଆକ୍ରମଣ କାଲେ । ହେଲେ ସାଲ ଓ ନୟାଗଡ ରାଜ୍ୟର ମିଳିତ ସେନାଦ୍ୱାରା ପରାସ୍ତ ହେଲେ । କୁହାଯାଇ ଯେହେତୁ ଯୁଦ୍ଧଦ୍ୱାରା ସାଲ ଭଞ୍ଜ "ଯଶ" ପ୍ରାପ୍ତ ହେଲେ ସେହି ଅନୁସାରେ ରାଜ୍ୟର ନାମ ଯଶପଲ୍ଲା ଦିଆଗଲା । କିନ୍ତୁ ପ୍ରାଚୀନ ଇତିହାସକାରମାନେ କୁହନ୍ତି ଯେହେତୁ ସାଲ ଭଞ୍ଜଙ୍କ ରାଜ୍ୟରେ ମାତ୍ର ଦଶଟି ପଲ୍ଲା ବା ଗ୍ରାମ ଥିଲା ତାହାକୁ ଦଶପଲ୍ଲା କୁହାଗଲା । ଏହି ଘଟନା ୧୪୯୫ରେ ଘଟିଥିଲା । ସାଲ ଭଞ୍ଜ ୩ ବର୍ଷ ଶାସନ କଳା ପରେ ତାଙ୍କ ପୁତ୍ର ନରନ ଭଞ୍ଜ ରାଜା ହେଲେ । 

ଦଶପଲ୍ଲର ରାଜଧାନୀ ବାଦମୂଳରୁ ଗଣିଆ, ତାହାପରେ ମଧ୍ୟଖଣ୍ଡ , ଓ ପୁରୁଣା ଦଶପଲ୍ଲାକୁ ବଦଳିଥିଲା । ଭଞ୍ଜ ବଂଶର ନବମ ରାଜା ପଦ୍ମନାଭ ଭଞ୍ଜ କନ୍ଧ ଜାତିର ମୁଖ୍ୟ କୁଞ୍ଜ ମାଲିକଙ୍କୁ ପରାସ୍ତ କରି କୁଞ୍ଜବନଗଡରେ ତାଙ୍କର ରାଜଧାନୀ କଲେ । କୁଞ୍ଜବନଗଦ କୁଞ୍ଜ ମାଲିକଙ୍କ ନାମରେ ହେଇଥିଲା ।[୧]

ଶାସକ ମାନେ  ସମ୍ପାଦନା

ଗୁରୀ ଚରଣ ଦେଓ 1803ରେ ଶାସନ ଭାର ନେଲା ପରେ ତାଙ୍କ ବଂଶର ଦାୟାଦମାନେ ଶାସନ କରିଥିଲେ [୨]

  • 1653 – 1701 Chakradhar Deo Bhanj
  • 1701 – 1753 Padmanav Deo Bhanj
  • 1753 – 1775 Trilochan Deo Bhanj
  • 1775 – 1795 Makunda Bhank Deo Bhanj
  • 1795 – 1805 Guri Charan Deo Bhanj
  • 1805 – 1845 Krishna Chanda Deo Bhanj
  • 1845 – 1861 Madhusudan Deo Bhanj
  • 1861 – Jan 1873 Narsimha Deo Bhanj
  • 28 Jan 1873 – 21 May 1874 Chaitan Deo Bhanj (b. 1854 – d. ....)

ରାଜା ସମୂହ  ସମ୍ପାଦନା

  • 21 May 1874 – 1896 Chaitan Deo Bhanj (s.a.)
  • 1896 – 11 Dec 1913 Narayan Deo Bhanj (b. 1860 – d. 1913)
  • 11 Dec 1913 – 15 Aug 1947 Kishor Chandra Deo Bhanj (b. 1908 – d. 1960)
  • 11 Dec 1913 – 3 Mar 1930 .... -Regent

ପୁନଶ୍ଚ ଦେଖାଣ  ସମ୍ପାଦନା

  • Eastern States Agency
  • Political integration of India

ଆଧାର  ସମ୍ପାଦନା