ଦକ୍ଷିଣ କାଳୀ ମନ୍ଦିର (ନେପାଳ)

ନେପାଳରେ ଥିବା ଏକ ମନ୍ଦିର
(ଦକ୍ଷିନ କାଳୀ ମନ୍ଦିରରୁ ଲେଉଟି ଆସିଛି)

ଦକ୍ଷିଣ କାଳୀ ମନ୍ଦିର (ନେପାଳୀ: ଦକ୍ଷିନକାଳୀ ମନ୍ଦିର) ନେପାଳରେ ଥିବା ଏକ ହିନ୍ଦୁ କାଳୀ ମନ୍ଦିର । ଏହା କାଠମାଣ୍ଡୁଠାରୁ ୨୨ କିମି ଦୂରରେ ଓ ଫରପିଙ୍ଗ ଗ୍ରାମଠାରୁ ଏକ କିମି ଦୂରରେ ରହିଛି । ଏହି କାଳୀଙ୍କର ଦକ୍ଷିଣ ପାଦ ଶିବଙ୍କର ଛାତି ଉପରେ ଥାଏ; କେତେକ ବର୍ଣ୍ଣନାରେ ବାମକାଳୀଙ୍କ ବାମ ପାଦ ଶିବଙ୍କର ଛାତି ଉପରେ ଥାଏ । ଦକ୍ଷିଣ ଉତ୍ସବରେ ଦେବୀଙ୍କୁ ଛୋଟ ଗଞ୍ଜା ଓ ବୋଦା ବଳି ଦିଆଯାଏ ।[୧] ଦକ୍ଷିଣ କାଳୀ ମନ୍ଦିରର ଧାର୍ମିକ ମୂଲ୍ୟ ନେପାଳର ପଶୁପତିନାଥ ମନ୍ଦିର ଓ ମାନକମନ ମନ୍ଦିର ସାଥିରେ ସମାନ ଥାଏ । ଏହା ପର୍ଯ୍ୟଟକମାନଙ୍କର ଏକ ଲୋକପ୍ରିୟ ପାଦଚଲା ସ୍ଥାନ । ଲୋକପ୍ରିୟ ଉଦାର ଦକ୍ଷିଣକାଳୀ ଭକ୍ତ ଓ ତାଙ୍କ ପିଲାଙ୍କୁ ସମସ୍ତ ବିପଦରୁ ରକ୍ଷା କରନ୍ତି ବୋଲି ଲୋକ ବିଶ୍ୱାସ ରହିଛି।

ଦକ୍ଷିନ କାଳୀ ମନ୍ଦିର
ଦକ୍ଷିଣକାଳୀ ମନ୍ଦିରର ସମ୍ମୁଖ ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକାଠମାଣ୍ଡୁ
ଦେବାଦେବୀKali
FestivalsDashain
Location
ସ୍ଥାନOutside Kathmandu
CountryNepal
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/କାଠମାଣ୍ଡୁ" does not exist.
ଭୌଗଳିକ ଅବସ୍ଥିତି27°35′0″N 85°15′0″E / 27.58333°N 85.25000°E / 27.58333; 85.25000

କିମ୍ବଦନ୍ତୀ ସମ୍ପାଦନା

ଦକ୍ଷିଣକାଳୀ ନାମର ସୃଷ୍ଟି ବିଷୟରେ କେତେକ କାହାଣୀ ଅଛି । ଗୁରୁ ପୂଜା ପରେ ଦକ୍ଷିଣା ଦେବା ପରମ୍ପରା ଅଛି । ଏହି ଡାହାଣ ଡାହାଣ ହାତରେ ଦିଆଯାଏ । ଦକ୍ଷିଣକାଳୀଙ୍କର ଦୁଇ ହାତ ବର ଦେବା ବା ଆଶୀର୍ବାଦ ଦେବା ମୁଦ୍ରାରେ ଥାଏ । ମୃତ୍ୟୁର ଦେବତା ଯମଙ୍କର ବାସସ୍ଥାନ ଦକ୍ଷିଣରେ ଥିବା ବିଶ୍ବାସ କରାଯାଏ । ଏକ କାହାଣୀ ଅନୁସାରେ କାଳୀଙ୍କର ନାମ ଶୁଣି ଯମ ଭୟରେ ପଳାୟନ କରିଥିଲେ । ତେଣୁ କାଳୀଙ୍କୁ ପୂଜା କରୁଥିବା ଲୋକମାନେ ମୃତ୍ୟୁ ଉପରେ ଜୟ ଲାଭ କରୁଥିବା ବିଶ୍ୱାସ କରାଯାଏ । ଏହି ମନ୍ଦିରଟି ଲାଠମାଣ୍ଡୁ ଉପତ୍ୟକାର ଦକ୍ଷିଣ ଦିଗରେ ଅବସ୍ଥିତ ।

ଗ୍ୟାଲେରି ସମ୍ପାଦନା

ଅଧିକ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Animal Sacrifice in Nepal". www.geocities.com. 26 October 2009. Archived from the original on 26 October 2009.

ଅଧିକ ପଠନ ସମ୍ପାଦନା

  • von Schroeder, Ulrich. 2019. Nepalese Stone Sculptures. Volume One: Hindu; Volume Two: Buddhist. (Visual Dharma Publications). ISBN 978-3-033-06381-5. Contains SD card with 15,000 digital photographs of Nepalese sculptures and other subjects as public domain.