ଦକ୍ଷିଣପାର୍ଶ୍ୱ ମଠ

ଲେଖା ଚାଲିଛି...

ଦକ୍ଷିଣପାର୍ଶ୍ୱ ମଠ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନପୁରୀ ଜିଲ୍ଲା
Stateଓଡ଼ିଶା
Countryଭାରତ

ଦକ୍ଷିଣପାର୍ଶ୍ୱ ମଠ ପୁରୀରେ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦିଗରେ ଥିବା ଷୋଡ଼ଶ ଶତାବ୍ଦୀର ଏକ ମଠ । ମଠଟି ରାମାନୁଜ ସଂପ୍ରଦାୟରେ ଅନ୍ତର୍ଗତ ।[୧] ଏହି ମଠ ଜଗନ୍ନାଥ ମନ୍ଦିରକୁ ଛତ୍ର ଏବଂ ଚାମର ସେବା ଯୋଗାଇଥାଏ ।[୨]

ଅବସ୍ଥିତି ସମ୍ପାଦନା

ଦକ୍ଷିଣପାର୍ଶ୍ୱ ମଠ ଏମାର ମଠ ଏବଂ ଲୋକନାଥ ମନ୍ଦିରକୁ ସଂଯୁକ୍ତ କରୁଥିବା ବାରାହୀ ଲେନର ବାମପାର୍ଶ୍ୱରେ ଅବସ୍ଥିତ ।[୩]

ପରିଚାଳନା ସମ୍ପାଦନା

ଉପଲବ୍ଧ ବର୍ଣ୍ଣନା ଅନୁଯାୟୀ ମଠଟି ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଶାସନକାଳରେ ନିର୍ମାଣ ହୋଇଥିଲା । ବର୍ତ୍ତମାନର ମଠାଧୀଶ ଶ୍ରୀନିବାସ ରାମାନୁଜ ଦାସ ହେବା ସତ୍ତ୍ୱେ ମଠଟି ଓଡ଼ିଶା ସରକାରଙ୍କ ଅଧିନସ୍ଥ ।[୪] ଅଦ୍ୟାବଧି ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ, ରାମନବମୀ, ଦୋଳପୂର୍ଣ୍ଣିମା, ବାମନଜନ୍ମ, ଗୁରୁଶ୍ରାଦ୍ଧ ଉତ୍ସବ ଆଦି ପାଳିତ ହୋଇଥାଏ । ଛତ୍ରପତି ଶିବାଜୀଙ୍କର ଗୁରୁ ରାମଦାସ ଏହିଠାରେ ଆସି ବିଶ୍ରାମ ନେଇଥିବାରୁ ମଠଟି ଶ୍ରୀରାମଦାସ ମଠ ଭାବେ ନାମିତ ।[୫][୬]

ସ୍ଥାପତ୍ୟ ସମ୍ପାଦନା

ପ୍ରାୟ ତିନି ଏକର ଜମିରେ ମଠଟି ବିସ୍ତୃତ ।

 

ବାସଯୋଗ୍ୟ ସମ୍ପାଦନା

ପ୍ରାୟ ଚାଳିଶଟି କୋଠରୀ ମଠରେ ରହିଛି । ସେଥିରୁ ପ୍ରାୟ ତିରିଶଟି ଅବ୍ୟବସ୍ଥିତ ଅଟେ । ମଠର ବାହାର କାନ୍ଥରେ ଅନାବନା ଗଛ ଉଠି ଏହାର କ୍ଷତି କରାଉଛି ।

ଅନ୍ୟାନ୍ୟ ସମ୍ପାଦନା

ସମ୍ପୂର୍ଣ୍ଣ ସରଂଚନାଟି ଧୂସର ବାଲିପଥର ଓ ଲାଟେରାଇଟ ପଥରରେ ନିର୍ମିତ । ପ୍ରାଙ୍ଗଣର ଦକ୍ଷିଣପାର୍ଶ୍ୱରେ ଜରାଜୀର୍ଣ୍ଣ ଅବସ୍ଥାରେ ଏକ ତୋରଣ ଏବଂ ଅନ୍ୟ ଢାଞ୍ଚା ରହିଛି । ମଠର ଭିତର କାନ୍ଥରେ ଅନେକ ଚିତ୍ର ଅଙ୍କାହୋଇଛି ଯାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ । ଏହା ମଧ୍ୟରେ ଚାରୋଟି ସ୍ତମ୍ଭ ରହିଛି ଯେଉଁଥିରେ ବିଭିନ୍ନ ମୂର୍ତ୍ତି ଖୋଦିତ ହୋଇଛି ।

 

ବିବାଦ ସମ୍ପାଦନା

[୭]

ଚିତ୍ରାବଳୀ ସମ୍ପାଦନା

ଆଧାର ସମ୍ପାଦନା