ଏମାର ମଠ

ଏମାର ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ଭିତରୁ ଗୋଟିଏ । ସନ୍ଥ ରାମାନୁଜ ପ୍ରଥମେ ସ୍ଵର୍ଗଦ୍ଵାରରେ ଛତା ପୋତି ରହିଥିଲେ । ତାପରେ ସେଠାରେ ସେ ମଠ କରିଥିଲେ । ଏହା ପରେ ବର୍ତ୍ତମାନର ଏମାର ମଠ ସ୍ଥାନରେ ଛତା ପୋତି ନିଜ ଶିଷ୍ୟଙ୍କ ସହ ରହିଲେ । ସେହି ଛତାରୁ ସେଠାରେ ଏମାର ମଠ ହେଲା । ବିବାଦୀୟ ଭାବେ, ୨୦୧୧ ମସିହାରେ ଏଠାରେ ୯୦ କୋଟି ଟଙ୍କା ମୁଲ୍ୟର ୫୨୨ଟି ରୂପା ଦଣ୍ଡି (୧୮ କିଗ୍ରା) ମିଳିଥିଲା ।[୧]

ବିଷୟସୂଚୀ

ଇତିହାସସମ୍ପାଦନ କରନ୍ତୁ

ଶ୍ରୀଜଗନ୍ନାଥଙ୍କ ସହିତ ସମ୍ପର୍କସମ୍ପାଦନ କରନ୍ତୁ

ଏହି ମଠ ପୁରୀ ପ୍ରସିଦ୍ଧ ଅଟେ।ଏହି ମଠରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଆଡ଼ପ ବିଜେ, ହେରା ପଞ୍ଚମୀ, ନିଳାଦ୍ରୀ ବିଜେ ଦିନମାନଙ୍କରେ ପନ୍ତି ଭୋଗ କରାଯାଏ।ଏମାର ମଠରେ ଅଣସର ସମୟରେ ଚକଟା ଭୋଗ କରାଯାଇଥାଏ।ଏହି ମଠକୁ ଗୁଣ୍ଡିଚା ମନ୍ଦିରଠାରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି।ଏହି ମଠ ମହନ୍ତଙ୍କର ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ଅଛି।

ସମ୍ପତ୍ତିସମ୍ପାଦନ କରନ୍ତୁ

୨୦୧୧ ମସିହାରେ ଓଡ଼ିଶା ପୋଲିସ ୧୮ କିଗ୍ରା ଓଜନର ୫୨୨ଟି ରୂପା ଇଟା ଏହି ମଠରୁ ଜବତ କରିଥିଲା । ଏକ ସିନ୍ଧୁକ ଭିତରେ ବନ୍ଦ ଥିବା ରୂପା ଇଟାଗୁଡ଼ିକର ମୂଲ୍ୟ ୯୦ କୋଟି ଅଧିକ ବୋଲି ପୋଲିସ ଜଣାଇଥିଲା । ସିନ୍ଧୁକଟି ଏକ ଘର ଭିତରେ ରଖାଯାଇଥାଏ । ରୂପାସବୁ ୧୦୦ ବର୍ଷ ବା ତହିଁରୁ ଅଧିକ ପୁରୁଣା । ଇଟାମାନଙ୍କ ଉପରେ ବ୍ୟାଙ୍କକ, ସାଙ୍ଘାଇ ଓ କାନାଡ଼ା ଆଦି ଲେଖାଥିଲା ।[୧][୨] ମଠ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ପୂର୍ବ ମହନ୍ତ ମଠରେ ଗୁପ୍ତଧନ ଥିବାର ସୂଚନା ଦେଇଥିଲେ ବୋଲି ପୋଲିସ ନିକଟରେ ଜଣାଇଥିଲେ । ଓଡ଼ିଶା ଧାର୍ମିକ ହିନ୍ଦୁ ଅଧିକାର ଆଇନ (Orissa Religious Hindu Endowment Act)ଦ୍ୱାରା ପରିଚାଳିତ ଓ ଏହି ଆଇନ ପରିସର ଭିତରେ ଏହି ସମ୍ପତ୍ତି ଅନ୍ତର୍ଭୁକ୍ତ ହୋଇନଥିବାରୁ ରୂପାତକ ପୋଲିସ ହେପାଜତରେ ରଖାଯାଇଥିଲା ।[୩][୪]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Barik, Satyasundar (ଫେବୃଆରୀ ୨୬, ୨୦୧୧). "Hidden treasure' worth Rs. 90 crore found in Puri's Emar Mutt". Bhubaneswar. http://www.thehindu.com/news/national/hidden-treasure-worth-rs-90-crore-found-in-puris-emar-mutt/article1493118.ece. Retrieved ଅଗଷ୍ଟ 22, 2015. 
  2. "HC directs not to shift silver bricks from MR mutt". Odishatv Bureau. ମାର୍ଚ୍ଚ ୩, ୨୦୧୧. Retrieved ଅଗଷ୍ଟ ୨୨, ୨୦୧୫.  Check date values in: |accessdate=, |date= (help)
  3. "14 tonnes of silver bricks found in Puri Mutt". Sify News. ଫେବୃଆରୀ ୨୬, ୨୦୧୧. Retrieved ଅଗଷ୍ଟ ୨୨, ୨୦୧୫.  Check date values in: |accessdate=, |date= (help)
  4. Mohapatra, Debabrata. Behera, Sumitra (ଫେବୃଆରୀ ୨୭, ୨୦୧୧). "17 tonnes of silver found hidden at Puri Math". http://timesofindia.indiatimes.com/india/17-tonnes-of-silver-found-hidden-at-Puri-Math/articleshow/7583713.cms. Retrieved ଅଗଷ୍ଟ 22, 2015. 

ଅଧିକ ପଠନସମ୍ପାଦନ କରନ୍ତୁ