ଥ୍ରୋମ୍ବୋଫ୍ଲେବାଇଟିସ୍
ଥ୍ରୋମ୍ବୋଫ୍ଲେବାଇଟିସ୍ ରୋଗୀର ଶିରା ପ୍ରଦାହଗ୍ରସ୍ତ ହୋଇ ରକ୍ତ ଜମାଟ ବାନ୍ଧିଯାଏ ।[୨] ସାଧାରଣତଃ ଏହି ରୋଗରେ ଗୋଡ଼ ପ୍ରଭାବିତ ହୁଏ | [୨] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ଲାଲିମା, ଉଷ୍ମତା ଏବଂ ଶିରା କଠିନତା ଦେଖାଯାଏ | [୨] ସଂକ୍ରମିତ ସମୟରେ ଜ୍ୱର ଏବଂ ନିମ୍ନ ରକ୍ତଚାପ ମଧ୍ୟ ହୋଇପାରେ।[୪] ରୋଗ ଜଟିଳ ହେଲେ ଫୁସଫୁସ ଏମ୍ବୋଲିଜ୍ମ ଏବଂ ପୋଷ୍ଟ ଥ୍ରୋମାବୋଟିକ୍ ସିଣ୍ଡ୍ରୋମ ହୋଇପାରେ।[୧]
Thrombophlebitis | |
---|---|
ଉଚ୍ଚାରଣ |
|
ବିଭାଗ | Emergency medicine |
ଲକ୍ଷଣ | Pain, swelling, redness, warmth, hardening of the vein[୨][୧] |
ବିପଦ କାରକ | Deceased mobility, recent surgery, pregnancy, birth control pills, cancer, obesity and at site of an intravenous insertion.[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound[୨] |
ଚିକିତ୍ସା | Blood thinners, pain medication[୩] |
ସବୁଠାରୁ ସାଧାରଣ ପ୍ରକାରଗୁଡ଼ିକ ହେଉଛି ବାହ୍ୟ ଥ୍ରୋମ୍ବୋଫ୍ଲେବାଇଟିସ ଏବଂ ଗଭୀର ଶିରା ଥ୍ରୋମ୍ବୋସିସ୍ | [୧] ବିଭିନ୍ନ ସ୍ଥାନରେ ବାରମ୍ବାର ଘଟିଲେ ଏହାକୁ ମାଇଗ୍ରେଟୋରୀ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ ଏବଂ ଏହା କର୍କଟ ସହିତ ଜଡ଼ିତ ଥାଏ | [୫] ଯେତେବେଳେ ଏହା ସ୍ତନକୁ ପ୍ରଭାବିତ କରେ ଏହାକୁ ମୋଣ୍ଡୋର ରୋଗ କୁହାଯାଏ | [୬] ଏହା ସଂକ୍ରମିତ ଥିବା ଅବସ୍ଥାରେ ଏହାକୁ ସେପ୍ଟିକ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ | [୪]
ବିପଦ କାରକଗୁଡ଼ିକ ମଧ୍ୟରେ କମ୍ ଗତିଶୀଳତା, ସାମ୍ପ୍ରତିକ ଅସ୍ତ୍ରୋପଚାର, ଗର୍ଭଧାରଣ, ଜନ୍ମ ନିୟନ୍ତ୍ରଣ ବଟିକା, କର୍କଟ, ମୋଟାପଣ, ଭାରିକୋଜ୍ ଶିରା, ରୋଗର ପାରିବାରିକ ଇତିହାସ ଏବଂ ଏକ ଶିରାଭ୍ୟନ୍ତର ଭର୍ତ୍ତି ପଦାର୍ଥ | [୨] [୧] ଏହାର କାର୍ଯ୍ୟ ପ୍ରଣାଳୀରେ ଖରାପ ରକ୍ତ ପ୍ରବାହ, ରକ୍ତ ଜମାଟ ବାନ୍ଧିବା ଏବଂ ନଷ୍ଟ ଶିରା ହୋଇପାରେ ।[୧] ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [୨]
ପୃଷ୍ଠ ଶିରାରେ ଥିବା ଛୋଟ ଛୋଟ କ୍ଲଟ ନିଜେ ଉପଶମ ହୋଇପାରେ | [୨] ଅଶାନ୍ତ ଲାଗିଲେ ଏନଏସଏଆଇଡି (NSAID) ଦେଲେ ଓ ଗୋଡ଼ ଟେକି ରଖିଲେ, ସାହାଯ୍ୟ କରିପାରେ | [୭] ରକ୍ତ ପତଳାକାରୀ ଔଷଧ ଯଥା ହେପାରିନ୍, ୱାର୍ଫାରିନ୍ କିମ୍ବା ଆପିକ୍ସାବାନ୍ ମଧ୍ୟ ବାରମ୍ବାର ବ୍ୟବହୃତ ହୁଏ | [୭] ବେଳେବେଳେ ଏକ ଭେନା କାଭା ଫିଲ୍ଟର କିମ୍ବା ଆଲଟେପ୍ଲେଜ୍ ବ୍ୟବହାର କରାଯାଇପାରେ | [୭] ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Thrombophlebitis - Symptoms and causes". Mayo Clinic (in ଇଂରାଜୀ). Retrieved 28 February 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Torpy JM, Burke AE, Glass RM (July 2006). "JAMA patient page. Thrombophlebitis". JAMA. 296 (4): 468. doi:10.1001/jama.296.4.468. PMID 16868304.
- ↑ "Thrombophlebitis - Diagnosis and treatment - Mayo Clinic". www.mayoclinic.org (in ଇଂରାଜୀ). Retrieved 28 February 2021.
- ↑ ୪.୦ ୪.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Lip2021
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Jin2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Czysz, A; Higbee, SL (January 2021). "Superficial Thrombophlebitis". PMID 32310477.
{{cite journal}}
: Cite journal requires|journal=
(help) - ↑ ୭.୦ ୭.୧ ୭.୨ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Mayo2021Tx
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।