ତୁଳସୀ ମାନସ ମନ୍ଦିର

ଏହା ପବିତ୍ର ବାରାଣସୀ ସହରର ଏକ ବିଖ୍ୟାତ ମନ୍ଦିର ।

ତୁଳସୀ ମାନସ ମନ୍ଦିର (ହିନ୍ଦୀ: तुलसी मानस मंदिर) ପବିତ୍ର ବାରାଣସୀ ସହରର ଏକ ବିଖ୍ୟାତ ମନ୍ଦିର । ଏହି ମନ୍ଦିରର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ଅଛି ଯେହେତୁ ଏହି ସ୍ଥାନରେ ଷୋଡଶ ଶତାବ୍ଦୀରେ (c. 1532–1623) ହିନ୍ଦୁ କବି, [୧][୨] ସମାଜ ସୁଧାରକ ଓ ଦାର୍ଶନିକ ଗୋସ୍ୱାମୀ ତୁଳସୀଦାସ ହିନ୍ଦୁ ମହାକାବ୍ୟ ରାମାୟଣ ରଚନା କରିଥିଲେ ।

ତୁଳସୀ ମାନସ ମନ୍ଦିର Tulsi Manas Mandir
तुलसी मानस मंदिर
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାରାଣଶୀ
ଦେବାଦେବୀରାମ
Location
ସ୍ଥାନDurga Kund, Bhelupur, Varanasi
Stateଉତ୍ତର ପ୍ରଦେଶ
Country India
ଭୌଗଳିକ ଅବସ୍ଥିତି25°17′14″N 83°00′02″E / 25.287206°N 83.000417°E / 25.287206; 83.000417
Architecture
ସୁରେଖା ପରିବାର, ହାଓଡ଼ା, ପଶ୍ଚିମ ବଙ୍ଗ, ଭାରତ
Completed୧୯୬୪
Elevation85 m (279 ft)

ଇତିହାସ ସମ୍ପାଦନା

ହିନ୍ଦୀ ମହାକାବ୍ୟ ରାମାୟଣ ପ୍ରଥମେ ଖ୍ରୀ:ପୂ: ୫୦୦ରୁ ୧୦୦ ମଧ୍ୟରେ ସଂସ୍କୃତ ଭାଷାରେ କବି ବାଲ୍ମିକୀ ରଚନା କରିଥିଲେ । ସଂସ୍କୃତ ଭାଷାରେ ଲିପିବଦ୍ଧ ହୋଇଥିବାରୁ ଏହି କାବ୍ୟ ଜନସାଧାରଣ ପଢି ପାଇଲେନି ଓ ତାଙ୍କର ବୋଧଗମ୍ୟ ହେଲାନି । ତେଣୁ ଷୋଡଶ ଶତାବ୍ଦୀରେ ତୁଳସୀଦାସ ଗୋସ୍ୱାମୀ ରାମାୟଣକୁ ଅବଧି ଲିପିରେ ହିନ୍ଦୀ ଭାଷାରେ ଲେଖିଲେ ଓ ତାଙ୍କର ଏହି ରଚନାକୁ ରାମଚରିତମାନସ (ରାମଙ୍କ କର୍ମର ହ୍ରଦ) କୁହାଗଲା ।[୩][୪][୫] ଯେଉଁଠାରେ ତୁଳସୀଦାସ ରାମଚରିତମାନସ ଲେଖିଥିଲେ ସେହି ସମାନ ସ୍ଥାନରେ ୧୯୬୪ ମସିହାରେ ସୁରେଖା ପରିବାର ଗୋଟିଏ ମନ୍ଦିର ସ୍ଥାପନ କଲେ ।[୧]

ଗଠନ ସମ୍ପାଦନା

ପଶ୍ଚିମ ବଙ୍ଗର ହାଓଡ଼ାରେ ଥିବା ବନ୍ଧଘାଟ ନିବାସୀ ଠାକୁରଦାସ ସୁରେଖା ପରିବାର ଏହି ମନ୍ଦିର ତିଆରି କରିବା ନିମନ୍ତେ ଅର୍ଥଦାନ କରିଥିଲେ ଓ ୧୯୬୪ ମସିହାରେ ମନ୍ଦିର ତିଆରି ସମାପ୍ତ ହୋଇଥିଲା । ଏହି ମନ୍ଦିର ଧଳା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ହୋଇଥିଲା ଓ ଚାରିପାଖରେ ସୁଦୃଶ୍ୟ ହୋଇଥିଲା । ସମୁଦାୟ ମନ୍ଦିରର ଶଙ୍ଖ ମର୍ମର କାନ୍ଥରେ ରାମଚରିତମାନସର ପଂକ୍ତି ଓ ଚିତ୍ର ଅଙ୍କିତ କରାଯାଇଥିଲା ।[୧][୫]

ସ୍ଥାନ ସମ୍ପାଦନା

ସଂକଟ ମୋଚନ ରାସ୍ତାରେ ଥିବା ତୁଳସୀ ମାନସ ମନ୍ଦିରଟି ଦୂର୍ଗା କୁଣ୍ଡର ୨୫୦ ମିଟର ଦକ୍ଷିଣକୁ, ସଂକଟମୋଚନ ହନୁମାନ ମନ୍ଦିରଠାରୁ ୭୦୦ ମିଟର ଉତ୍ତର ପୂର୍ବ ଦିଗରେ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୧୩ କିମି ଦୂରରେ ଅବସ୍ଥିତ ।[୬]

ଐତିହାସିକ ମହତ୍ୱ ସମ୍ପାଦନା

ରାମାୟଣ ସଂସ୍କୃତରେ ଲିପିବଦ୍ଧ ହୋଇଥିବାରୁ ଅଧିକାଂଶ ଲୋକ ସେହି କାବ୍ୟକୁ ପଠନ କରିପାରିଲେନି । ତେଣୁ ରାମଚରିତମାନସ ଅଧିକାଂଶ ଲୋକ ପଢ଼ିପାରିଲେ । ରାମଚରିତମାନସ ପୂର୍ବରୁ ରାମଙ୍କୁ ଜଣେ ରାଜା ଭାବରେ ମାନ୍ୟତା ଦିଆଯାଉଥିଲା । କିନ୍ତୁ ଏହି କାବ୍ୟ ରଚନା ପରେ ତାଙ୍କୁ ଦବତା ମାନ୍ୟତା ଦିଆଗଲା ।[୭] ଏହି ମନ୍ଦିର ହିଜ ହାଇନେସ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଉନ୍ମୋଚନ କରିଥିଲେ । ସେଠାରେ ଗୋଟିଏ ସଂଗ୍ରହାଳୟରେ ପାଣ୍ଡୁଲିପି ଓ ସଂଗୃହୀତ ହୋଇ ରହିଛି ।[୮]


ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Tulsi Manas Mandir". Varanasi.org. Retrieved 1 March 2015.
  2. K.B. Jindal (1955), A history of Hindi literature, Kitab Mahal, ... The book is popularly known as the Ramayana, but the poet himself called it the Ramcharitmanas i.e. the 'Lake of the Deeds of Rama'
  3. "History". bharatonline.com. Retrieved 1 March 2015.
  4. Vālmīki, Robert P. Goldman (1990). The Rāmāyaṇa of Vālmīki: An Epic of Ancient India. Vol. 1. Princeton University Press. pp. 14–15. ISBN 0-691-01485-X.
  5. ୫.୦ ୫.୧ "Tulsi Manas Temple". Varanasi City website. Retrieved 1 March 2015.
  6. "Location". Google Maps. Retrieved 1 March 2015.
  7. "Importance". Indian Mirror. Retrieved 1 March 2015.
  8. Karkar, S.C. (2009). The Top Ten Temple Towns of India. Kolkota: Mark Age Publication. p. 10. ISBN 978-81-87952-12-1.