[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Tura
Town
Country India
StateMeghalaya
DistrictWest Garo Hills
Autonomous Regions of IndiaGHADC
Elevation
349 m (1,145 ft)
Population
 (2011)
 • Total୭୪,୮୫୮
Languages
Time zoneUTC+5:30 (IST)
Telephone code03651
ଯାନବାହାନ ପଞ୍ଚୀକରଣML 08

ଟୁରା  (IPA: ˈtʊərə) ଭାରତୀୟ ରାଜ୍ୟ ମେଘାଲୟର ପଶ୍ଚିମ ଗାରୋ ପାର୍ବତ୍ଯ ଜିଲ୍ଲାରେ ଏକ ମୁନିସିପାଲିଟି ସହର । ଏହା ମେଘାଲୟର ଏକ ସର୍ବୋଛ ସହର । ଟୁରା ପର୍ବତର ଶ୍ରୁଙ୍ଗ ତଳେ ଏହି ଉପତ୍ୟକା ଅଞ୍ଚଳ ଅବସ୍ଥିତ । ତୁରାର ଜଳବାଯୁ ସାଧାରଣତଃ ମାଧ୍ୟମ ରହିଥାଏ । ଅରନ୍ୟାଞ୍ଚଳରେ ଅନେକ ଅଞ୍ଚଳ ଏବେ ମଧ୍ୟ ଦୁର୍ଗମ ରହିଥାଏ ଓ ଲୋକ ବାଦ ଅନୁସାରେ ଏହି ଅଞ୍ଚଳ ଆରାଧ୍ୟା ଦେବୀ ଦୁରମା  ଦେବୀ ଅରଣ୍ୟରେ ବସବାସ କରିଥାନ୍ତି । 

ଏହା ଗୁୱାହଟି ସହରରୁ 220 କିଲୋମିଟର ଦୂରରେ । ଏହି ଅରଣ୍ୟ ସାନା ସାନା ନଦୀ , ନାଳ ଓ ସବୁଜିମାରେ ପରିପୂର୍ଣ । ଏଠାରେ କଥିତ ଭାଷା ଗରୋ ଓ ଇଂରାଜୀ । ଏଠାରେ 4ଟି କଲେଜ ସହ ବିଭିନ୍ନ ସ୍କୁଲ ସବୁ ରହିଛି । 

ରାଜଧାନୀ ଶିଲଂ ଏଠାରୁ 323 କିଲୋମିଟର ହେଇଥିବା ବେଳେ ବାଂଲାଦେଶର ସୀମାରେ ଥିବା ଡାଳୁଅ ଅଞ୍ଚଳ ଏଠାରୁ 50 କିଲୋମିଟର ଦୂର । ଗାରୋ ଜନଜାତି ପାଇଁ ଏହା ମୁଖ୍ୟ ବାଣିଜ୍ୟିକ ସ୍ଥଳ । ଏଠାରୁ ବିଭିନ୍ନ ପର୍ଯ୍ୟଟକ କେନ୍ଦ୍ରକୁ ଯିବାକୁ ରାସ୍ତା ରହିଛି । ଏଠାରେ ବହୁ ସଂଖ୍ୟାରେ ସାନ ବଡ଼ ଜଳପ୍ରପାତ ରହିଛି । 

ଭୌଗୋଳିକ ସ୍ଥିତ  ସମ୍ପାଦନା

 ଟୁରାର ଭୌଗୋଳିକ ଅବସ୍ଥିତି  25.52°N 90.22°E.[୧] ଠାରେ । ଏହାର ପତ୍ତନ 1145 ଫୁଟ । ଟୁରାର ଜଳ ବାୟୁ ନିମମା ପ୍ରକାର ରହିଥାଏ । .

ଜନସଂଖ୍ୟା  ସମ୍ପାଦନା

 ଏଠାରେ 2011 ଜନଗଣନା ଅନୁସାରେ[୨] ଜନସଂଖ୍ୟା 58.391 ରହିଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 51 % ଥିବା ବେଳେ ମହିଳା ସଂଖ୍ୟା 49% ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଥିଲା । ଏଠାରେ ଭାଷା ଅନୁସାରେ ଗରୋ ଜନଜାତିର ଲୋକ ବେଶୀ ସଂଖ୍ୟାରେ ରହନ୍ତି ।ଏଠାରେ 90 % ଗରୋ ଅଧିବାସୀ ବାପତିଷ୍ଟ ଖ୍ରୀଷ୍ଟିୟାନ ଧମାବଲମ୍ବୀ ।  

ଯୋଗାଯୋଗ  ସମ୍ପାଦନା

ମେଘାଳୟ ବାଂଲାଦେଶ ସୀମାର ଅତି ନିକଟରେ ଅବସ୍ଥିତ । ଏଠାରେ ରେଳ ସଂଯୋଗ ନାହି ନ। ଗୁଆହାଟିଠାରୁ ବିମାନର ସୁବିଧା ରହିଛି । ସେଠାରୁ ହେଲିକେପ୍ଟର ଯୋଗେ ସପ୍ତାହକୁ 3 ଦିନ ଯାତାୟତର ବ୍ୟବସ୍ଥା କରାଯାଇଛି । 

ସଂସ୍କୃତି  ସମ୍ପାଦନା

ଏଠାରେ ପ୍ରଚଳିତ ଥିବା ପ୍ରାଚୀନ ଗାରୋ ନୃତ୍ୟ ଭରତ ବିଖ୍ୟାତ । ଏଠାରେ ବଙ୍ଗଳା ପର୍ବ ସମୟରେ 100ଟି ଦ୍ରମ ବ୍ୟବହାର ହେଇ ନୃତ୍ୟ ହେଇଥାଏ ଯାହା ଏକ ଅନନ୍ୟ ଶୈଳୀ । ଏହିଇ ନୃତ୍ୟରେ ପାରମ୍ପରିକ ରଙ୍ଗୀନ ଗାରୋ ପୋଷାକରେ ପୁରୁଷ ଓ ମହିଳାମାନେ ନୃତ୍ୟ କରିଥାନ୍ତି । ଏହା ବ୍ଯତୀତ ଏଠାରେ ଖ୍ରୀଷ୍ଟମାସ , ଆମ ପବୁନି ଆଦି ପର୍ବ ପାଳନ କରାଯାଇଥାଏ ।  

ଆଧାର  ସମ୍ପାଦନା

  1. Falling Rain Genomics, Inc - Tura
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.

ବାହାର ଲିଙ୍କ  ସମ୍ପାଦନା