ତିଗିରିଆ ଗଡ଼ଜାତ ରାଜ୍ୟ

ଗଡ଼ଜାତ ରାଜ୍ୟ

ତିଗିରିଆ ରାଜ୍ୟ ଆଧୁନିକ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ପୁରାତନ ରାଜ୍ୟ ଥିଲା । ଏହା ବ୍ରିଟିଶ ଶାସନାଧୀନ ଭାରତର ଏକ ଛୋଟ ରାଜ୍ୟ ରୂପେ ତିଗିରିଆ ରାଜବଂଶଦ୍ୱାରା ଶାସନାଧୀନ ହେଉଥିଲା । ଏହି ବଂଶ ଶେଷ ରାଜା ବ୍ରଜରାଜ ମହାପାତ୍ରଙ୍କର ୨୦୧୫ ମସିହା ନଭେମ୍ବର ୩୦ ତାରିଖରେ ଦେହାନ୍ତ ହୋଇଥିଲା । ରାଜ୍ୟଟି ତିଗିରିଆର ଆଖପାଖରେ ମାତ୍ର ୯ ବର୍ଗ କିମି ଅଞ୍ଚଳରେ ବ୍ୟାପୀଥିଲା । ଏହି ରାଜ୍ୟରେ ଦୋଷୀଙ୍କୁ ଦଣ୍ଡ ଦେଇ ରଖିବା ପାଇଁ କାରାଗାରଟିଏ ମଧ୍ୟ ନଥିଲା । ତେଣୁ ମହାପାତ୍ରେଙ୍କ ସମୟରେ କେବଳ ସନ୍ତକସ୍ୱରୂପ ଏକ ଛାତ ଓ ଚାରୋଟି ଖମ୍ବ ଥାଇ କୋଠରୀଟିଏ ତୋଳାଯାଇଥିଲା । ରାଜ ଆଇନ ଅମାନ୍ୟ କଲେ ରାଜା ମହାପାତ୍ରେ ବିଚାର ପରେ ଦଣ୍ଡ ରୂପରେ ଦୋଷୀ ସଙ୍ଗେ ଆଉ କଥା ହେଉନଥିଲେ । ଇଂରେଜ ଅଫିସର କୋବଡେନ ରାମସେଙ୍କ ରଚିତ ଫିଉଡାରି ଷ୍ଟେଟ୍ସ ଅଫ ଓଡ଼ିଶା ବହିରେ ଉଲ୍ଲେଖ ଅଛି ଯେ ତିଗିରିଆର ରାଜବଂଶର ସୁଶାସନ ଫଳରେ ଏହି ଛୋଟ ରାଜ୍ୟର ଜନସଂଖ୍ୟା ଘନତା ଅଧିକ ଥିଲା । ଏହା ସେତେବେଳର ବଡମ୍ବା ରାଜ୍ୟର ପଶ୍ଚିମରେ ଅବସ୍ଥିତ ଥିଲା ।[୧][୨]

ଇତିହାସ ସମ୍ପାଦନା

ତିଗିରିଆ ରାଜବଂଶର ପ୍ରତିଷ୍ଠା ଏହି ବଂଶର ପ୍ରଥମ ରାଜା ୧୨୪୬ ମସିହାରେ ରାଜସ୍ଥାନରୁ ଆସି ଘଞ୍ଚ ବଣଜଙ୍ଗଲ ଘେରା ତିଗିରିଆରେ ଶାସନ ଆରମ୍ଭ କରିବାରୁ ହୋଇଥିଲା । ରାଜ୍ୟଟି ୯ ବର୍ଗମାଇଲ ଅଞ୍ଚଳରେ ବ୍ୟାପୀରହିଥିଲା । ଓଡ଼ିଶା ଇତିହାସରେ ଏହି ରାଜବଂଶର ଏକ ଉଲ୍ଲେଖନୀୟ ଅବଦାନ ଥିଲା ଜଗନ୍ନାଥ ଓ ସମସ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାହାର ଶତ୍ରୁଙ୍କ ଆକ୍ରମଣରୁ ବଞ୍ଚାଇବା । ଗଜପତିଙ୍କ ନିର୍ଦ୍ଦେଶ ଓ ସହଯୋଗରେ ଦାରୁମାନଙ୍କୁ ତିଗିରିଆ ରାଜ୍ୟ ଅଧୀନରେ ଥିବା ଏକ ନଈକୂଳିଆ ଗାଁରେ ୧୨ ବର୍ଷ ଧରି ରଖାଯାଇଥିଲା । ପରେ ସେମାନଙ୍କୁ ତିଗିରିଆର ପ୍ରସନ୍ନମଣି ଦେଉଳରେ ପୁନସ୍ଥାପନ କରାଯାଇଥିଲା ।[୨]

"ତିଗିରିଆର ରାଜବଂଶକୁ ସାଧୁବାଦ ଯେ ସେମାନଙ୍କ ସୁଶାସନ ସକାଶେ ସେଠାର ଜନସଂଖ୍ୟା ଘନତା ଅଧିକ ଥିଲା । ରାଜବଂଶ ଓଡ଼ିଶୀ ନାଚ ଉପରେ ରଚିତ ବ୍ୟାକରଣ ବହି ଅଭିନୟ ଦର୍ପଣ ପ୍ରକାଶ ତଥା ସମରକଳା ଉପରେ ଆଉ ଏକ ବହି ବୀର ସର୍ବସ୍ୱର ଲିଖନ ଓ ପ୍ରକାଶନର ଭାର ନେଇଥିଲେ।

— ସୁଭାସ ପଟ୍ଟନାୟକ, ଲେଖକ ଓ ପ୍ରାବନ୍ଧିକ[୧][୨]

ଆଧାର ସମ୍ପାଦନା

  1. ୧.୦ ୧.୧ L. E. B. Cobden-Ramsay (1910). Feudatory States of Orissa: Bengal District Gazetteers. Concept Publishing Company. ISBN 978-81-7268-216-3.
  2. ୨.୦ ୨.୧ ୨.୨ Satapathy, Rajaram (6 December 2015). "A prince dies a pauper". Times of India. Retrieved 6 December 2015.

ଅଧିକ ପଠନ ସମ୍ପାଦନା