ବ୍ରଜରାଜ ମହାପାତ୍ର
ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର (୧୫ ସେପ୍ଟେମ୍ବର ୧୯୨୧[୧] - ୩୦ ନଭେମ୍ବର, ୨୦୧୫) ଜଣେ ଭାରତୀୟ ରାଜା ଓ ବ୍ରିଟିସ ଭାରତର ଶେଷ ରାଜା ଥିଲେ । ସେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ତିଗିରିଆର ରାଜା ଥିଲେ । ତାଙ୍କ ପୂର୍ବପୁରୁଷ ୧୨୪୬ ମସିହାରେ ରାଜସ୍ଥାନରୁ ଆସି ଘଞ୍ଚ ବଣଜଙ୍ଗଲ ଘେରା ତିଗିରିଆରେ ଶାସନ ଆରମ୍ଭ କରିଥିଲେ । ୨୦୧୫ ମସିହା ନଭେମ୍ବର ୩୦ ତାରିଖରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]
ବ୍ରଜରାଜ ମହାପାତ୍ର | |
---|---|
ମହାରାଜା
| |
ରାଜ୍ୟାଭିଷେକ | ୧୯୪୩ |
ଜୀବନସାଥୀ | ରସମଞ୍ଜରୀ ଦେବୀ |
ସମ୍ପୂର୍ଣ୍ଣ ନାମ | |
ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର | |
ବାପା | ସୁଦର୍ଶନ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର |
ଜନ୍ମ | ୧୫ ସେପ୍ଟେମ୍ବର ୧୯୨୧ |
ମୃତ୍ୟ | ୩୦ ନଭେମ୍ବର ୨୦୧୫ | (ବୟସ ୯୪)
ଧର୍ମ | ହିନ୍ଦୁ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାମହାପାତ୍ରଙ୍କ ପୂର୍ବପୁରୁଷ ୧୨୪୬ ମସିହାରେ ରାଜସ୍ଥାନରୁ ଆସି ତିଗିରିଆରେ ବସବାସ କରି ଶାସନ ଆରମ୍ଭ କରିଥିଲେ । ସେତେବେଳେ ତିଗିରିଆ ବଣଜଙ୍ଗଲ ଘେରା ଅଞ୍ଚଳ ଥିଲା । ୧୯୪୩ ମସିହାରେ ରାଜାଭିଷେକ ପରେ ସେ ରାଜସିଂହାସନ ଆରୋହଣ କରି ରାଜା ଭାବେ ଶାସନ କରିବା ଆରମ୍ଭ କେଇଥିଲେ । ସେ ଜୀବନ ସାରା ରାଜ ଥାଟରେ ଚଳୁଥିଲେ । ମାତ୍ର ୧୧୯ ବର୍ଗ କିମି[୩] ଅଞ୍ଚଳରେ ବ୍ୟାପୀଥିବା ତିଗିରିଆ ରାଜ୍ୟର ଜେଲଟିଏ ମଧ୍ୟ ନଥିଲା । ତେଣୁ କେବଳ ସନ୍ତକସ୍ୱରୂପ ଏକ ଛାତ ଓ ଚାରୋଟି ଖମ୍ବ ଥାଇ କୋଠରୀଟିଏ ତୋଳାଯାଇଥିଲା । ରାଜ ଆଇନ ଅମାନ୍ୟ କଲେ ରାଜା ମହାପାତ୍ରେ ବିଚାର ପରେ ଦଣ୍ଡ ରୂପରେ ଦୋଷୀ ସଙ୍ଗେ ଆଉ କଥା ହେଉନଥିଲେ । ଯୁବାବସ୍ଥାରେ ସେ ଜଣେ ପଟୁ ଶିକାରୀ ଓ ମୋଟର ସାଇକେଲ ଆରୋହୀ ଥିଲେ । ସେ ୫୬ ଗୋଟି ଗାଡ଼ି କିଣିଥିଲେ । ରାଜଗାଦି ଓ ସେଥି ସହିତ ଧୀରେ ଧୀରେ ସମ୍ପତ୍ତି ଆଦି ହରାଇଥିଲେ । ବିଜୁ ପଟ୍ଟନାୟକ ଜରୁରୀକାଳୀନ ସ୍ଥିତି ସମୟରେ ତାଙ୍କୁ ଜନତା ଦଳର ଟିକେଟ ନେବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଜଣେ ରାଜା ଭିକ ମାଗିବ ନାହିଁ ବୋଲି କହି ଟିକେଟ ଫେରାଇଦେଇଥିଲେ । ପରେ ରାଣି ରାସମଣୀ ଦେବୀ ନିର୍ବାନ ଲଢ଼ି ସେଥିରେ ଜିତିଥିଲେ ।[୨]
ରାଜସିଂହାସନ ଆରୋହଣ ଓ ଅବରୋହଣ
ସମ୍ପାଦନାମହାପାତ୍ରେ ୧୯୪୩ ମସିହାରେ ସିଂହାସନ ଆରୋହଣ କରିଥିଲେ । ୧୯୪୭ରେ ଓଡ଼ିଶାର ବାକି ୨୫ଟି ଗଡ଼ଜାତର ରାଜାଙ୍କ ସମେତ ଭାରତ ସହ ମିଶିବା ପାଇଁ କଟକଠାରେ ବଲ୍ଲବ ଭାଇ ପଟେଲଙ୍କ ଉପସ୍ଥିତି ସନ୍ଧି ସ୍ୱାକ୍ଷର କରି ରାଜ ଗାଦି ହରାଇଥିଲେ ।[୨]
ବିବାହ
ସମ୍ପାଦନାରାଣି ରାସମଣୀ ଦେବୀଙ୍କ ସହ ବ୍ରଜରାଜ ମହାପାତ୍ରଙ୍କ ବିବାହ ସମ୍ପନ୍ନ ହୋଇଥିଲା । ତାଙ୍କ ଔରସରୁ ୬ ଜଣ ସନ୍ତାନ ସନ୍ତତି ଅଛନ୍ତି । ୬୦ ଦଶକ ପରେ ପତ୍ନୀ ଓ ସନ୍ତାନମାନେ ମହାପାତ୍ରଙ୍କଠାରୁ ଅଲଗା ରହୁଥିଲେ ।[୨]
କଲେଜରେ ଯୋଗଦାନ
ସମ୍ପାଦନାତାଙ୍କର କଲେଜ ପଢ଼ା ରାଇପୁରର ରାଜକୁମାର କଲେଜରେ ସମାପନ ହୋଇଥିଲା । ସେ କଲେଜର ଜଣେ ଆଜୀବନ ସଭ୍ୟ ଥିଲେ । ପ୍ରତିବର୍ଷ କଲେଜ ତରଫରୁ ତାଙ୍କୁ ମିଳୁଥିବା ୫୦,୦୦୦ ଟଙ୍କା ସେ ଅଭାବୀମାନଙ୍କ ଭିତରେ ବାଣ୍ଟିଦେଉଥିଲେ ।[୨]
ଶେଷ ଜୀବନ
ସମ୍ପାଦନାଶେଷ ଜୀବନରେ ସେ ଏକାକୀ ହୋଇପଡ଼ିଥିଲେ । ଧୀରେ ଧୀରେ ଚାରି ଏକର ଜମିରେ ବ୍ୟାପୀ ରହିଥିବା ରାଜବାଟିଟି ୧୯୬୯ ମସିହାରେ ଓଡ଼ିଶା ସରକାରଙ୍କୁ ୭୫ ହଜାର ଟଙ୍କାରେ ବିକି ଦେଇଥିଲେ । ତେବେ ଏହି ଜମିରେ ଏକ ବାଳିକା ବିଦ୍ୟାଳୟ କରାଇବା ସର୍ତ୍ତରେ ସେ ଜମିଟି ଦେଇଥିଲେ । ପାହାଡ଼ ମୁଣ୍ଡିଆ ଉପରେ ଏକ ଛୋଟ ଚାଳିଆ ତୋଳାଇ ମହାପାତ୍ରେ ସେଠାରେ ବାସ କରୁଥିଲେ । ଏକ ରିକ୍ସା କରାଇ ସେ ଗାଁ ଗାଁ ଯିବାଆସିବା କରୁଥିଲେ । ଶେଷ ଜୀବନ ଆଡ଼କୁ ସେ ଦେବାଳିଆ ହୋଇ ଗ୍ରାମବାସୀଙ୍କ ସହଯୋଗରେ ଚଳୁଥିଲେ ।[୨]
ଆଧାର
ସମ୍ପାଦନା- ↑ Telegraph: Brajraj was born on October 15 1921, accessdate: December 25, 2015
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Satapathy, Rajaram (6 December 2015). "A prince dies a pauper". Times of India. Retrieved 6 December 2015.
- ↑ The Indian Express: Tigiria was the smallest with an area of 119 sq km, accessdate: December 25, 2015