ତାମଦେଇ

ଓଡ଼ିଶାର ଏକ ଗାଆଁ

ତାମଦେଇ ବରଗଡ ଜିଲ୍ଲାରେ ଅବସ୍ଥିତ ଗୋଟିଏ ପର୍ଯ୍ୟଟନ ସ୍ଥଳ ।[୧] ଏହା ବରଗଡ଼ ଜିଲ୍ଲାର ଚିଲିକା ନାମରେ ମଧ୍ୟ ପରିଚିତ । ଏହା ଓଡ଼ିଶାର ବରଗଡ ଜିଲ୍ଲାସ୍ଥିତ ଅମ୍ବାଭୋନା ବ୍ଲକର ଗୋଟିଏ ଛୋଟ ଗ୍ରାମ[୨] ଏବଂ ଏହାର ପିନ୍ ନମ୍ବର ୭୬୮୦୫୨ । ଏହା ଅମ୍ବାଭୋନା ତହସିଲ ଅଫିସରୁ ୫୦ କି.ମି.ଏବଂ ବରଗଡ ଜିଲ୍ଲାର ମୁଖ୍ୟ ସରକାରୀ ଡାକ୍ତରଖାନାରୁ ୭୮ କି.ମି. ଦୂରରେ ଅବସ୍ଥିତ । ତାମଦେଇ ଗ୍ରାମର ମୋଟ ଭୌଗଲିକ ସିମା ୨ ହେକ୍ଟର ଅଟେ। ଏଠାରେ ମାତ୍ର ୫୮ ଜଣ ଲୋକ ବସବାସ କରନ୍ତି ଯାହା ମଧ୍ୟରେ ୩୧ ଜଣ ପୁରୁଷ ଏବଂ ୨୭ ଜଣ ମହିଳା ଅଛନ୍ତି । ଏଠାକାର ଶିକ୍ଷିତହାର ୬୮.୯୭% ଏବଂ କେବଳ ୧୧ଟି ଘର ଅଛି । ତାମଦେଇର ଜଳାଶୟରେ ହୀରାକୁଦ ବନ୍ଧର ପାଣି ଆସି ମିଳିତ ହୁଏ ଏବଂ ଦେବ୍ରୀଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟରୁ ବହୁ ପ୍ରକାର ପକ୍ଷୀ ଆସି ପାଣି ପିଅନ୍ତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ଉପଭୋଗ କରନ୍ତି । ତାମଦେଇ ଗ୍ରାମବାସୀ ଏହି ପକ୍ଷୀମାନଙ୍କୁ ସୁରକ୍ଷା ଦିଅନ୍ତି । ଏହାଯୋଗୁଁ ତାମଦେଇକୁ ପକ୍ଷୀଗ୍ରାମ ବୋଲି କୁହାଯାଏ ।[୩] ଏହାର ଆଖପାଖ ପ୍ରସିଦ୍ଧ ମନ୍ଦିରଗୁଡିକ ହେଉଛି ପଥରସେନି ମନ୍ଦିର ଏବଂ ଅମ୍ବାଭୋନାର କେଦାରନାଥ ମନ୍ଦିର ।

ଆଧାର ସମ୍ପାଦନା

  1. "ପକ୍ଷୀ ସୁରକ୍ଷା ପାଇଁ ଶପଥ: ଗୋବିନ୍ଦପୁରକୁ ପ୍ରଥମ 'ପକ୍ଷୀଗ୍ରାମ' ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ". www.prameya.com. ପ୍ରମେୟ. Archived from the original on 4 March 2023. Retrieved 4 March 2023.
  2. "ପାର୍ବତୀ ଗିରି ସେଚ ପ୍ରକଳ୍ପ ଠପ୍‌, ଶହେ କୋଟି ଶ୍ରାଦ୍ଧ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
  3. "ପକ୍ଷୀ ସୁରକ୍ଷାର ଶପଥ : ଗୋବିନ୍ଦପୁର ରାଜ୍ୟର ପ୍ରଥମ 'ପକ୍ଷୀଗ୍ରାମ'". www.newsroomodisha.com. newsroomodisha.com. Archived from the original on 4 March 2023. Retrieved 4 March 2023.