ତାଂଜିନ ଟିଶା

ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ

ତାଂଜିନ ଟିଶା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ଦୂରଦର୍ଶନ ଉପସ୍ଥାପିକା । ତାଂଜିନ ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନର ବିଭିନ୍ନ ନାଟକ ଏବଂ ଧାରାବାହିକରେ ଅଭିନୟ କରିଛନ୍ତି । ୨୦୧୧ ମସିହାରେ ଟିଶା ଜଣେ ମଡେଲିଂରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୨ ମସିହାରୁ ସେ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିଥିଲେ । ଏହାପରେ ୨୦୧୪ ମସିହାରେ ସେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଂଜିନ ଶ୍ରେଷ୍ଠ ନବାଗତା ଭାବରେ ତାଙ୍କ ଅଭିନୀତ ଧାରାବାହିକ ୟୁ-ଟର୍ଣ୍ଣ ପାଇଁ ମେରିଲ ପ୍ରଥମ ଆଲୋ ପୁରସ୍କାର ପାଇଥିଲେ । [୧] ୨୦୧୫ ମସିହାରେ ଟିଶା ମ୍ୟୁଜିଲ ଆଲବମ୍ ଭିଡ଼ିଓରେ କାମ କରିବା ଆରମ୍ଭ କରିଥିଲେ ।[୨]

ତାଂଜିନ ଟିଶା
তানজিন তিশা
୨୦୧୬ ମସିହାରେ ହବିଗଞ୍ଜର ବାହୁବଳଠାରେ ଏକ କାର୍ଯ୍ୟକ୍ରମରେ ଟିଶା ନୃତ୍ୟ କରୁଛନ୍ତି ।
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ
ଉପସ୍ଥାପିକା
ସକ୍ରିୟ ବର୍ଷ୨୦୧୨ – ଏବେଯାଏଁ
ପୁରସ୍କାରମେରିଲ ପ୍ରଥମ ଆଲୋ ପୁରସ୍କାର

ପ୍ରାରମ୍ଭିକ ଜୀବନ ସମ୍ପାଦନା

ତାଂଜିନ ଟିଶା ଛୋଟବେଳୁ ନୃତ୍ୟ ଶିକ୍ଷା କରିବା ଆରମ୍ଭ କରିଥିଲେ, ମାତ୍ର ପାଠ ପଢ଼ାରେ ବାଧା ଉପୁଜିବାରୁ ତାଙ୍କ ପରିବାର ତରଫରୁ ତାଙ୍କୁ ନୃତ୍ୟ ଶିକ୍ଷାରୁ ଦୂରେଇ ରଖିଥିଲେ । ସେ ସିଦ୍ଧେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ତାଙ୍କର ଶିକ୍ଷା ସମାପ୍ତ କରିବା ପରେ ଫିଲ୍ମ ଏବଂ ମିଡ଼ିଆରେ ପାଠ ପଢ଼ିବା ପାଇଁ ଏକ ନାମୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ।[୩]

ଅଭିନୟ ଜୀବନ ସମ୍ପାଦନା

ଟିଶା ଜଣେ ମଡେଲ ଭାବରେ ୨୦୧୧ ମସିହାରେ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ପ୍ରଥମେ ବିଭିନ୍ନ ଫ୍ୟାସନ ବ୍ରାଣ୍ଡ୍ ପାଇଁ ରାମ୍ପରେ ଚାଲିଥିଲେ ଏବଂ ବିଭିନ୍ନ ଫଟୋ ସୁଟ୍‌ରେ କାମ କରିଥିଲେ । ୨୦୧୨ ମସିହାରେ ଟିଶାଙ୍କୁ ପ୍ରଥମ ବ୍ରାଣ୍ଡର ବିଜ୍ଞାପନରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ଅମିତାଭ ରେଜା ଚୌଧୁରୀଙ୍କ ନିର୍ଦ୍ଦେଶନାରେ ସେ ତାଙ୍କର ପ୍ରଥମ ବ୍ରାଣ୍ଡ୍ ପାଇଁ ବିଜ୍ଞାପନରେ ଅଭିନୟ କରିଥିଲେ । ସେ ରବି ନାମକ ଏକ ସଂସ୍ଥା ତରଫରୁ ତାଙ୍କର ବିଜ୍ଞାପନ କରିବାକୁ ଏହି ସୁଯୋଗ ପାଇଥିଲେ । ଏହି ବ୍ରାଣ୍ଡ ବିଜ୍ଞାପନରେ ଟିଶାଙ୍କର ଅଭିନୟ ତାଙ୍କୁ ଆଣିଦେଇଥିଲା ସଫଳତା ଏବଂ ତାହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ।[୧] ୨୦୧୫ ମସିହା ସେପ୍ଟେମ୍ବର ମାସ ୧୫ ତାରିଖରେ ବଙ୍ଗବନ୍ଧୁ ଇଣ୍ଟରନେସନାଲ କନ୍‌ଫରେନ୍ସ ସେଣ୍ଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଂଜିନ ଟ୍ରିସ୍‌ମି ଫ୍ୟାସନ ସୋରେ ରାମ୍ପରେ ଚାଲିଥିଲେ ।[୪]

୨୦୧୪ ମସିହାରେ ତାଂଜିନଙ୍କୁ ବଙ୍ଗଳାଦେଶର ଏକ ଦୂରଦର୍ଶନ ଧାରାବାହିକରେ ଅଭିନୟର ସୁଯୋଗ ମିଳିଲା । ୟୁ-ଟର୍ଣ୍ଣ ନାମକ ଏହି ଧାରାବାହିକଟିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକ ପାଇଁ ତାଙ୍କୁ ମେରିଲ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଦର୍ଶକ ବା ସାଧାରଣ ଜନତାଙ୍କର ପସନ୍ଦରେ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୫]

୨୦୧୫ ମସିହାରେ ଟିଶା ବଙ୍ଗଳାଦେଶର ମ୍ୟୁଜିକ ଭିଡ଼ିଓରେ ଅଭିନୟ କରିବା ଆରମ୍ଭ କରିଥିଲେ । ଇମରାନ ମହମୁଦୁଲ ଟିଶାଙ୍କୁ ତାଙ୍କର ଏକ ମ୍ୟୁଜିକ ଆଲବମ୍ ଭିଡ଼ିଓରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ । ୧୪ ଜୁଲାଇ ୨୦୧୫ରେ ମୁକ୍ତିଲାଭ କରିଥିବା ଏହି ଆଲ୍‌ବମ୍‌ର ସମୁଦାୟ ୧୫ଟି ଗୀତ ମଧ୍ୟରୁ ଏକ ଭିଡ଼ିଓରେ ତାଂଜିନ ଅଭିନୟ କରିଥିଲେ, ଯାହାକି ସେତେବେଳେ ୟୁ-ଟ୍ୟୁବ୍‌ରେ ଅଧିକ ଲୋକପ୍ରିୟ ହୋଇଥିଲା ।[୬] ୨୦୧୮ ମସିହାରେ ଟିଶା ପୁଣିଥରେ ଇମରାନ ମହମୁଦୁଲଙ୍କ ସ‌ହ ଅନ୍ୟ ଏକ ଆଲବମ୍ ଭିଡ଼ିଓ ଆମର ଏକ ମନରେ କାମ କରିଥିଲେ ।[୭] ୨୦୧୮ରେ ସେ ସୁସ୍ମିତା ଅନିଶଙ୍କ ସ‌ହ ତମ ଆକାଶ ନାମକ ଅନ୍ୟ ଏକ ଆଲବମ୍ ଭିଡ଼ିଓରେ କାମ କରିଥିଲେ ।[୮]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ତାଂଜିନ ଟିଶାଙ୍କ ସ‌ହ ହବିବ୍ ବାହିଦ୍‌ଙ୍କର ନିର୍ବନ୍ଧ ହୋଇଛି ।[୯]

ଆଧର ସମ୍ପାଦନା

  1. ୧.୦ ୧.୧ Hasan, Mahdi. "একজন সফল তানজিন তিশার গল্প". Showbiz News. Archived from the original on September 29, 2015. Retrieved September 28, 2015.
  2. "Bolte Bolte Cholte Cholte by Imran on Apple Music". iTunes. Retrieved 2017-06-20.
  3. "আমাদের শোবিজ কন্যা তানজিন তিশার গল্প". Dhakar Khobor. Archived from the original on September 29, 2015. Retrieved September 28, 2015.
  4. "তিশার আলোকচ্ছটা". NTV Online. Archived from the original on September 29, 2015. Retrieved September 28, 2015.
  5. "মেরিল প্রথম আলো তারকা জরিপ পুরষ্কার - ২০১৪". Prothom Alo. April 30, 2015. Archived from the original on September 9, 2017. Retrieved November 15, 2018.
  6. "'ইমরান আমার বেস্ট ফ্রেন্ড'". Manab Zamin. August 6, 2015. Archived from the original on August 9, 2015. Retrieved September 28, 2015.
  7. https://www.youtube.com/watch?v=GnWehAFliRo
  8. https://www.youtube.com/watch?v=oTTxCZnlR9M
  9. "হাবিবকে রাগ কমাতে বললেন তিশা". প্রথম আলো (in Bengali). Retrieved 15 November 2018.

ବାହାର ଆଧାର ସମ୍ପାଦନା