ଡେମେକ୍ଲୋସାଇକ୍ଲିନ
ଡେମେକ୍ଲୋସାଇକ୍ଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡେକ୍ଲୋମାଇସିନ, ହେଉଛି ଏକ ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ ଯାହା ଅନେକ ପ୍ରକାରର ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଓ ଅନୁପଯୁକ୍ତ ଆଣ୍ଟିଡାଇୟୁରେଟିଚ ହରମୋନ ନିର୍ଗମନ ସିଣ୍ଡ୍ରୋମ (ADH (SIADH)) କାରଣରୁ ସୋଡ଼ିଅମ ସ୍ତର କମ ଥିଲେ ଦିଆଯାଏ ।[୧] ଏହି ସଂକ୍ରମଣ ମଧ୍ୟରେ ନିମୋନିଆ, ବ୍ରଣ, କ୍ଲାମିଡିଆ, ଗନରିଆ ଏବଂ ସିଫିଲିସ୍ ଅନ୍ତର୍ଭୁକ୍ତ। ।[୨] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Declomycin |
Synonyms | Demeclocycline hydrochloride, RP-10192 |
AHFS/Drugs.com | monograph |
MedlinePlus | a682103 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 60–80% |
Protein binding | 41–50% |
Metabolism | Liver |
Elimination half-life | 10–17 hours |
Excretion | Kidney |
Identifiers | |
| |
ECHA InfoCard | 100.004.396 |
Chemical and physical data | |
Formula | C21H21ClN2O8 |
Molar mass | ୪୬୪.୮୬ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ରାସ, ବୃକ୍କ ସମସ୍ୟା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମଧୁମେହ ଇନସିପିଡସ୍ ଏବଂ ଚାରିପାଖ ଘୂର୍ଣ୍ଣନ ଅନୁଭବ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁକୁ କ୍ଷତି ପହଞ୍ଚାଇପାରେ ଏବଂ ୮ ବର୍ଷରୁ କମ୍ ବୟସର ପିଲାମାନଙ୍କରେ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ ଅନ୍ତର୍ଭୁକ୍ତ ହୋଇପାରେ । [୧]
୧୯୬୦ ମସିହା ପରଠାରୁ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେମେକ୍ଲୋସାଇକ୍ଲିନ ଅନୁମୋଦିତ ହୋଇଛି ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଜ୍ୟରେ ୧୫୦ ମିଗ୍ରା ବିଶିଷ୍ଟ ୨୮ଟି ଡେମେକ୍ଲୋସାଇକ୍ଲିନ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ । [୩] ଏହା ସ୍ଟ୍ରେପ୍ଟୋମାଇସେସ ଅରିଓଫାସିଏନ୍ସରୁ (Streptomyces aureofaciens) ପ୍ରସ୍ତୁତ । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ BNF 81: March-September 2021. BMJ Group and the Pharmaceutical Press. 2021. p. 601. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Demeclocycline Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 23 December 2021.
- ↑ "Demeclocycline Prices, Coupons & Savings Tips - GoodRx". GoodRx. Retrieved 23 December 2021.