ଡେଜି ଶାହା

ଭାରତୀୟ ଅଭିନେତ୍ରୀ

ଡେଜି ଶାହା (ଜନ୍ମ: ୨୫ ଅଗଷ୍ଟ ୧୯୮୪) ଜଣେ ଭାରତୀଯ କଥାଚିତ୍ର ଅଭିନେତ୍ରୀ, ମଡେଲ, ନର୍ତ୍ତକୀ ଏବଂ ନୃତ୍ୟ ଶିକ୍ଷିକା ।[୨][୧][୩] ସେ ନୃତ୍ୟଗୁରୁ ଗଣେଶ ଆଚାର୍ଯ୍ୟଙ୍କ ସ‌ହ ୧୦ବର୍ଷ ଧରି କାମ କରିଥିଲେ ।[୪] ୨୦୧୦ରେ ସେ ଏକ ମଲାୟଲମ୍ ଏବଂ ତାମିଲ ଦ୍ୱିଭାଷୀ କଥାଚିତ୍ର ବନ୍ଦେ ମାଆତରମରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୧ରେ କନ୍ନଡ଼ ଚଳଚ୍ଚିତ୍ର ବଡିଗାର୍ଡ଼ ଜରିଆରେ ମୁଖ୍ୟ ଭୂମିକାରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୫] ଏହାପରେ ସେ ୨୦୧୪ରେ ଅଭିନେତା ସଲମାନ ଖାଁଙ୍କ ସ‌ହ ଜୟ ହୋ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ୨୦୧୫ରେ ସେ ହେଟ୍ ଷ୍ଟୋରୀ- ୩ରେ ଅଭିନେତା ସର୍ମଣ ଜୋସୀ, ଜରୀନ ଖାନଙ୍କ ସ‌ହ ଅଭିନୟ କରିଥିଲେ ।[୬]

ଡେଜି ଶାହା
୨୦୧୬ରେ ଡେଜି
Born (1984-08-25) ୨୫ ଅଗଷ୍ଟ ୧୯୮୪ (ବୟସ ୩୯)
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ, ନର୍ତ୍ତକୀ, ନୃତ୍ୟଶିକ୍ଷିକା
Years active୨୦୦୫-ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଡେଜି ୨୫ ଅଗଷ୍ଟ ୧୯୮୪ରେ ମହାରଷ୍ଟ୍ରର ଏକ ଗୁଜରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୭] ସେ ଛୋଟବେଳୁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ନୃତ୍ୟ ଶିକ୍ଷା କରିଥିଲେ ।

ସେ ମୁମ୍ବାଇର ଖଲ୍‌ସା କଲେଜରେ ପଢ଼ୁଥିଲେ ।[୮] ଡେଜି ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଏମ୍.ଏସ୍ ଡୋମ୍ବିଲୀ ପ୍ରତିଯୋଗିତାରେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ ।[୭]

୨୦୦୩ ମସିହାରେ ଡେଜି ନୃତ୍ୟଗୁରୁ ଗଣେଶ ଆଚାର୍ଯ୍ୟଙ୍କ ସ‌ହ ଜମିନ୍ ଏବଂ ଖାକି ଭଳି ହିନ୍ଦୀ କଥାଚିତ୍ରରେ ନୃତ୍ୟ ଶିକ୍ଷା ଦେଇଥିଲେ ।[୯]

ଅଭିନୟ ଜୀବନ ସମ୍ପାଦନା

ଡେଜି ଚଳଚ୍ଚିତ୍ରରେ ନୃତ୍ୟ ଶିକ୍ଷା ଦେବା ପରେ ମଡେଲିଂରେ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ପ୍ରକାରର ପେପର ବିଜ୍ଞାପନ ଏବଂ ଫଟୋ ସୁଟ୍‌ରେ ସେ ଯୋଗଦେଇଥିଲେ ।[୧୦]

କନ୍ନଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ହର୍ଷ ଡେଜିଙ୍କୁ ଚଳଚ୍ଚିତ୍ର ପାଇଁ ପ୍ରସ୍ତାବ ଦେଇଥିଲେ ।[୧୦] ୨୦୧୧ରେ ମୁକ୍ତିଲାଭ କରିଥିବା କନ୍ନଡ଼ ଚଳଚ୍ଚିତ୍ର ବଡିଗାର୍ଡ଼ରେ ସେ ମୁଖ୍ୟ ଭୂମିକାରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ଏହାପରେ ସେ ଦୁଇଟି ଚଳଚ୍ଚିତ୍ରର ଆଇଟମ ଗୀତରେ ନୃତ୍ୟ କରିଥିଲେ । କନ୍ନଡ଼ ଚଳଚ୍ଚିତ୍ର ବଚ୍ଚନ୍ ଏବଂ ହିନ୍ଦୀ ଚଳଚ୍ଚିତ୍ର ବ୍ଲଡି ଇସ୍କରେ ସେ ଆଇଟମ୍ ନୃତ୍ୟ କରିଥିଲେ ।[୧୧] ହିନ୍ଦୀ କଥାଚିତ୍ର ଅଭିନେତା ଶନି ଦେଓଲ ଏବଂ ତବୁଙ୍କ ଅଭିନୀତ ଚଳଚ୍ଚିତ୍ର ଖୁଦା କସମ‌ରେ ସେ ମଧ୍ୟ ଏକ ଆଇଟମ ନୃତ୍ୟ କରିଥିଲେ ।

ଏହାପରେ ୨୦୧୪ରେ ଅଭିନେତା ସଲମାନ ଖାଁଙ୍କ ସ‌ହ ଡେଜି ହିନ୍ଦୀ କଥାଚିତ୍ର ଜଗତରେ ଜୟ ହୋ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ । ପରେ ୨୦୧୫ରେ ସେ ହେଟ୍ ଷ୍ଟୋରୀ-୩ରେ ମଧ୍ୟ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୦୩: ତେରେନାମ୍ (ହିନ୍ଦୀ)
  • ୨୦୦୪: ମସ୍ତି (ହିନ୍ଦୀ)
  • ୨୦୦୬: ହମ୍‌କୋ ଦିୱାନା କର୍‌ଗୟେ (ହିନ୍ଦୀ)
  • ୨୦୦୭: ପୋରୀ (ତାମିଲ)
  • ୨୦୧୦: ଡିପାର୍ଟମେଣ୍ଟ (ହିନ୍ଦୀ)
  • ୨୦୧୦: ବନ୍ଦେ ମାଆତରମ୍ (ତାମିଲ/ମାଲାୟଲମ୍)
  • ୨୦୧୦: ଖୁଦା କସମ୍ (ହିନ୍ଦୀ)
  • ୨୦୧୧: ବଡି ଗାର୍ଡ଼ (କନ୍ନଡ଼)
  • ୨୦୧୧: ଭଦ୍ରା (କନ୍ନଡ଼)
  • ୨୦୧୩: ଗଜେନ୍ଦ୍ର (କନ୍ନଡ଼)
  • ୨୦୧୩: ବ୍ଲଡି ଇସ୍କ (ହିନ୍ଦୀ)
  • ୨୦୧୩: ବଚ୍ଚନ (କନ୍ନଡ଼)
  • ୨୦୧୪: ଜୟ ହୋ (ହିନ୍ଦୀ)
  • ୨୦୧୪: ସ୍ପାର୍କ (ହିନ୍ଦୀ)
  • ୨୦୧୪: ଆକ୍ରମଣ (କନ୍ନଡ଼)
  • ୨୦୧୫: ହେଟ୍ ଷ୍ଟୋରୀ-୩ (ହିନ୍ଦୀ)

ଆଧାର ସମ୍ପାଦନା

  1. ୧.୦ ୧.୧ Daisy Shah Biography, Daisy Shah – Biography at Oneindia Archived 2014-07-28 at the Wayback Machine.. Entertainment.oneindia.in. Retrieved on 19 May 2017.
  2. Dancer, model, 'Jai Ho' heroine: Who is Daisy Shah? – IBNLive Archived 2014-10-25 at the Wayback Machine.. Ibnlive.in.com. Retrieved on 19 May 2017.
  3. ୩.୦ ୩.୧ Will Salman Khan's 'Jai Ho' girl Daisy Shah make it big in Bollywood? – Entertainment – DNA
  4. Daisy Shah Biography Archived 2014-06-23 at the Wayback Machine.. TopCelebs. Retrieved on 19 May 2017.
  5. "Daisy Shah Biograpshy". spellceleb.com. Archived from the original on 2018-06-17. Retrieved 2017-05-19.
  6. "Watch Zareen Khan & Daisy Shah in Hot ever before-'Hate Story 3' Official Trailer". Retrieved ଜରୀନ ଖାନ. {{cite news}}: Check date values in: |accessdate= (help)
  7. ୭.୦ ୭.୧ Gupta, Priya (4 January 2014). "Salman sir's nature is just like my father's: Daisy Shah". The Times of India. Retrieved 19 May 2017.
  8. Britto, Anita (19 January 2014). "I am working with my first crush: Daisy Shah". Mid Day. Retrieved 19 May 2017.
  9. Bigg Boss contestant Sana to star opposite Salman Khan?. Hindustan Times. 16 March 2013
  10. ୧୦.୦ ୧୦.୧ I am beginning to get better: Daisy Shah Archived 2014-12-25 at the Wayback Machine.. Newindianexpress.com (4 April 2013). Retrieved on 19 May 2017.
  11. Bari, Nishat and Rege, Prachi (13 July 2012) Daisy Shah to do an item number in Bloody Ishq : EYECATCHERS. Indiatoday.intoday.in. Retrieved on 19 May 2017.

ଅଧିକ ତ‌ଥ୍ୟ ସମ୍ପାଦନା