ଡିସ୍‌ହାଇଡ୍ରୋସିସ (ଇଂରାଜୀ ଭାଷାରେ Dyshidrosis ଏକ ପ୍ରକାର ଚର୍ମ ପ୍ରଦାହ ରୋଗ (dermatitis); ଏଥିରେ ପାପୁଲି ଓ ପାଦ ତଳିପାରେ ଗଲୁକାରୀ ଫୋଟକା ହୁଏ ।[୫] ଫୋଟକା ଆକାର ୧ରୁ ୨ ମିମି ହୋଇଥାଏ ଓ ୩ ସପ୍ତାହରେ ଉପଶମ ହୋଇଯାଏ ।[୬][୭] ସାଧାରଣତଃ ଫୋଟକା ଲାଲ ଦେଖାଯାଏ ନାହିଁ । [୬] ଫୋଟକାଗୁଡ଼ିକ କିନ୍ତୁ ବାରମ୍ବାର ହୁଏ ।[୭] ବାରମ୍ବାର ଫୋଟକା ହେବାଦ୍ୱାରା ଚମ ମୋଟା (skin thickening) ହୁଏ ବା ଫାଟିଯାଏ ।[୬]

ଡିସ୍‌ହାଇଡ୍ରୋସିସ
ପ୍ରତିଶବ୍ଦ - acute vesiculobullous hand eczema,[୧] dyshidrotic dermatitis,[୨] cheiropompholyx, dyshidrotic eczema, pompholyx, podopompholyx[୩]
ଗୋଟିଏ ଆଙ୍ଗୁଠିରେ ସ୍ୱାଭାବିକ ଡିସ୍‌ହାଇଡ୍ରୋସିସ ଫୋଟକା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/dɪs.hˈdr.s[invalid input: 'ɨ']s/[୪]
ସ୍ପେଶାଲିଟିଚର୍ମରୋଗ ବିଜ୍ଞାନ
ଆଇସିଡ଼ି-୧୦L30.1
ଆଇସିଡ଼ି-୯-ସିଏମ୍705.81
ରୋଗ ଡାଟାବେସ10373
ମେଡ଼ିସିନ-ପ୍ଲସ000832
ଇ-ମେଡ଼ିସିନderm/110 ped/1867
Patient UKଡିସ୍‌ହାଇଡ୍ରୋସିସ
MeSHD011146

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ରୋଗ ସୃଷ୍ଟି କରିବାରେ ଆଲର୍ଜେନ, ଶାରୀରିକ ତ‌ଥା ମାନସିକ ଚାପ (stress), ବାରମ୍ଭାର ହସ୍ତ ପ୍ରକ୍ଷାଳନ ଓ ଧାତୁଦ୍ରବ୍ୟମାନଙ୍କର ଟ୍ରିଗର ଭୂମିକା ଥାଏ । ଏହି ରୋଗକୁ ଦେଖି ଓ ଲକ୍ଷଣ ଶୁଣି ସ‌ହଜରେ ରୋଗ ନିର୍ଣ୍ଣୟ କରିହୁଏ । ଏ ରୋଗ ନିର୍ଣ୍ଣୟ ନିମନ୍ତେ ଆଲର୍ଜି ପରୀକ୍ଷା (Allergy testing) ଓ ଅନ୍ୟାନ୍ୟ ରୋଗ ଅନୁପସ୍ଥିତି ଦେଖିବା ନିମନ୍ତେ ଜୀବାଣୁ କଲଚର (culture) କରାଯାଏ ।[୭] ଅନୁରୂପ ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କ ନାମ: ପୁସ୍ଚୁଲାର ସୋରିଆସିସ (pustular psoriasis|) ଓ କାଛୁ[୬]

ଏହି ରୋଗସୃଷ୍ଟିକାରୀ ଟ୍ରିଗରମାନଙ୍କଠାରୁ ଦୂରରେ ରହିଲେ ରୋଗ ସମ୍ଭାବନା ରହିବ ନାହିଁ ।[୬] କର୍ଟିକୋସ୍ଟିରଏଡ କ୍ରିମ (steroid cream) ଲଗେଇ ଏହାର ଚିକିତ୍ସା କରାଯାଏ ।[୭] ପ୍ରଥମ ଏକ ବା ଦୁଇ ସପ୍ତାହ ନିମନ୍ତେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ରିମ ଆବଶ୍ୟକ ହୋଇପାରେ ।[୬] ଗଲୁ ନିବାରଣ ନିମନ୍ତେ ଆଣ୍ଟିହିସ୍ଟାମିନ (Antihistamines) ଦିଆଯାଏ ।[୭] ଏହି ଚିକିତ୍ସା ଯଥେଷ୍ଟ ନ ହେଲେ ଟାକ୍ରୋଲିମସ୍ (tacrolimus) ନାମକ ସ୍ଟିରଏଡ ବଟିକା ଦିଆଯାଇପାରେ ବା ସୋରାଲେନ ପ୍ଲସ ଅଲଟ୍ରାଭାଓଲେଟ ଏ (psoralen plus ultraviolet A)/ PUVA) ଚିକିତ୍ସା କରାଯାଏ ।[୬][୭]

ସ୍ୱିଡେନ (Sweden) ଦେଶରେ ପ୍ରତି ୨,୦୦୦ ଲୋକରେ ଜଣକୁ ଏହି ରୋଗ ହୁଏ । ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ଏହି ରୋଗ ବିଷୟ ପ୍ରଥମେ ୧୮୭୩ ମସିହାରେ ଲିଖିତ ହୋଇଥିଲା । ପୂର୍ବରୁ ଏହି ରୋଗ ଝାଳ ଅଭାବରୁ ହେଉଥିବାର ବିଶ୍ୱାସ ଥିବା ଯୋଗୁ ଏହି ରୋଗର ଡିସ୍‌ହାଇଡ୍ରୋଟିକ ଅର୍ଥ 'ଝାଳ କଷ୍ଟ' ନାମକରଣ ହୋଇଥିଲା ।[୬]

ଆଧାର ସମ୍ପାଦନା

  1. James, William; Berger, Timothy; Elston, Dirk (2005). Andrews' Diseases of the Skin: Clinical Dermatology (10th ed.). Saunders. ISBN 0-7216-2921-0.
  2. "Pompholyx". Patient. 2014-02-26. Retrieved 11 August 2016.
  3. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.
  4. "Dyshidrosis". Merriam-Webster Online. Merriam-Webster. 2014. Retrieved 14 April 2014.
  5. "What Is Atopic Dermatitis? Fast Facts". NIAMS. November 2014. Retrieved 11 August 2016.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ Lofgren, SM; Warshaw, EM (December 2006). "Dyshidrosis: epidemiology, clinical characteristics, and therapy". Dermatitis : contact, atopic, occupational, drug. 17 (4): 165–81. PMID 17150166.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ Colomb-Lippa, D; Klingler, AM (July 2011). "Dyshidrosis". JAAPA : official journal of the American Academy of Physician Assistants. 24 (7): 54. PMID 21748961.