ଡିସିସନ ଟ୍ରି ଲର୍ଣିଂ
କୂତ୍ରିମ ବୁଦ୍ଧିମତ୍ତା
ଡିସିସନ ଟ୍ରି ଲର୍ଣିଂ ଏକ ଡିସିସନ ଟ୍ରି ଉପଯୋଗ କରି ଏକ ଦ୍ରବ୍ୟକୁ ଅନୁଧ୍ୟାନ କରି ଏହାର ଲକ୍ଷ୍ୟ ମୂଲ୍ୟ ନିର୍ଦ୍ଧାରଣ କରିଥାଏ । ଏହା ହେଉଛି ଏକ ପ୍ରକାର ପ୍ରେଡିକ୍ଟିଭ ମଡେଲିଂ ଉପାୟ ଯାହା ପରିସଂଖ୍ୟାନ, ଡାଟା ମାଇନିଂ ଏବଂ ମେସିନ ଲର୍ଣିଂରେ ଉପଯୋଗ କରାଯାଇଥାଏ । ଟ୍ରିର ଶେଷ ମୂଲ୍ୟ ଯଦି ଏକ ନିର୍ଦ୍ଧିଷ୍ଟ ପରିମାଣର ଥାଏ ତେବେ ତାହାକୁ କ୍ଲାସିଫିକେସନ ଟ୍ରି କୁହାଯାଏ, ଅନ୍ୟଥା ଯଦି ଶେଷ ମୂଲ୍ୟ ନିରନ୍ତର ଥାଏ ତେବେ ଏହାକୁ ରିଗ୍ରେସନ୍ ଟ୍ରି କୁହାଯାଇଥାଏ ।[୧]
ଏହା ହେଉଛି ଏକ ନିର୍ଣ୍ଣୟ ନେବା ପ୍ରଣାଳୀ ଯାହାକି ଏକ ଗଛର ଆକୃତି ଭଳି ନିଜର ଆଲଗୋରିଦମକୁ ଦର୍ଶାଇଥାଏ । ସାଧାରଣ ଏକ ଫ୍ଲୋ ଚାର୍ଟ ପରି ଏହାକୁ କଳନା କରାଯାଇପାରେ । ଯନ୍ତ୍ରକୁ ନିର୍ଣ୍ଣୟ ନେବାରେ ଯେବେ ଅସୁବିଧା ହୁଏ, ଏହା ସାହାର୍ଯ୍ୟରେ ସୁବିଧା ହୋଇପାରିଥାଏ ।
ଏହି ପ୍ରକାର ଆଲଗୋରିଦମ ମେସିନ ଲର୍ଣିଂର ଉଭୟ କ୍ଲାସିଫିକେସନ୍ ଏବଂ ରିଗ୍ରେସନ୍ ସମସ୍ୟାବେଳେ ବ୍ୟବହାର ହୋଇପାରେ । ଏହି ପ୍ରକ୍ରିୟା ମେସିନ ଲର୍ଣିଂରେ ବହୁଳ ଭାବରେ ଉପଯୋଗ କରାଯାଇଥାଏ ।