ଡିଫ୍ଲୁନିସାଲ
ଡିଫ୍ଲୁନିସାଲ (ଇଂରାଜୀ ଭାଷାରେ Diflunisal), ଅନ୍ୟମାନଙ୍କ ମଧ୍ୟରେ ଡୋଲୋବିଡ୍ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା, ଜ୍ୱର ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ନିର୍ଦ୍ଦିଷ୍ଟ ଭାବରେ ଏହା ସାମାନ୍ୟରୁ ମଧ୍ୟମ ଧରଣର ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୧] [୨] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Dolobid, others |
AHFS/Drugs.com | monograph |
MedlinePlus | a684037 |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 80-90% |
Protein binding | >99% |
Metabolism | Liver |
Onset of action | Within an hour[୧] |
Elimination half-life | 8 to 12 hours |
Duration of action | Up to 12 hours[୨] |
Excretion | Kidney |
Identifiers | |
| |
ECHA InfoCard | 100.040.925 |
Chemical and physical data | |
Formula | C13H8F2O3 |
Molar mass | ୨୫୦.୨0 g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ପେଟ ବ୍ୟଥା, ଥକାପଣ, କାନନାଦ ଏବଂ ରାସ ହୋଇପାରେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍ପିଣ୍ଡ ସମସ୍ୟା, ଉଚ୍ଚ ରକ୍ତଚାପ, ଫୁଲା, ବୃକ୍କ ସମସ୍ୟା ଏବଂ ପାକସ୍ଥଳୀ ରକ୍ତସ୍ରାବ ହୋଇପାରେ ।[୧] ଗର୍ଭାବସ୍ଥାର ପରବର୍ତ୍ତୀ ଭାଗ ସମୟରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ସାଲିସିଲିକ ଏସିଡରୁ ଏହା ଉତ୍ପନ୍ନ ହୋଇଥିଲା ।[୧]
୧୯୭୧ ମସିହାରେ ଡିଫ୍ଲୁନିସାଲକୁ ମର୍କ ଶାର୍ପ ଆଣ୍ଡ ଡୋମ ବିକଶିତ କରିଥିଲେ ଏବଂ ୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୩ ଡଲାର ଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Diflunisal Monograph for Professionals". Drugs.com (in ଇଂରାଜୀ). Archived from the original on 8 August 2020. Retrieved 16 July 2021.
- ↑ ୨.୦ ୨.୧ ୨.୨ Dowd, Frank J.; Yagiela, John A.; Johnson, Bart; Mariotti, Angelo; Neidle, Enid A. (19 March 2010). Pharmacology and Therapeutics for Dentistry - E-Book (in ଇଂରାଜୀ). Elsevier Health Sciences. p. 337. ISBN 978-0-323-07824-5. Archived from the original on 28 August 2021. Retrieved 16 July 2021.
- ↑ Adams SS (1999). "Ibuprofen, the propionics and NSAIDs: personal reflections over four decades". Inflammopharmacology. 7 (3): 191–7. doi:10.1007/s10787-999-0002-3. PMID 17638090.
- ↑ Nitzki-George, Diane (September 2003). Generic Alternatives to Prescription Drugs (in ଇଂରାଜୀ). Basic Health Publications, Inc. p. 343. ISBN 978-1-59120-098-7. Archived from the original on 2021-08-28. Retrieved 2021-07-16.
- ↑ "Diflunisal Prices, Coupons & Savings Tips - GoodRx". GoodRx. Archived from the original on 3 November 2016. Retrieved 16 July 2021.