ଡାବିଗାଟ୍ରାନ

ଡାବିଗାଟ୍ରାନ ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ପ୍ରଡାକ୍ସା ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏକ ରକ୍ତ ଜମାଟ

ଡାବିଗାଟ୍ରାନ ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ପ୍ରଡାକ୍ସା ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏକ ରକ୍ତ ଜମାଟ ପ୍ରତିରୋଧକ ଓ ଚିକିତ୍ସା ନିମନ୍ତେ ଦିଆଯାଏ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ ରୋଗୀଙ୍କଠାରେ ଷ୍ଟ୍ରୋକ୍ ରୋକିବା ପାଇଁ ବ୍ୟବହୃତ ହୁଏ | [୩] [୪] ବିଶେଷତଃ ହିପ ଓ ଆଣ୍ଠୁ ପ୍ରତିସ୍ଥାପନ ପରବର୍ତ୍ତୀ କାଳରେ ଏହା ରକ୍ତ ଜମାଟ ପ୍ରତିରୋଧ ପାଇଁ ଓ ଜମାଟର ଇତିହାସ ଥିଲେ ବ୍ୟବହୃତ ହୁଏ । [୩] ଏହା ୱାର୍ଫାରିନର ବିକଳ୍ପ ଭାବରେ ବ୍ୟବହୃତ ହୁଏ ଏବଂ ରକ୍ତ ପରୀକ୍ଷାଦ୍ୱାରା ମନିଟରିଂ ଆବଶ୍ୟକ ହୁଏ ନାହିଁ। [୩] ଏହା ପାଟିରେ ଦିଆଯାଏ | [୩]

Dabigatran etexilate
Clinical data
Trade namesPradaxa, Pradax, Prazaxa, others
SynonymsDabigatran etexilate (USAN US)
AHFS/Drugs.commonograph
MedlinePlusa610024
data
Pregnancy
category
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability3–7%[୩]
Protein binding35%[୩]
Elimination half-life12–17 hours[୩]
Identifiers
  • Ethyl N-[(2-{[(4-{N'-[(hexyloxy)carbonyl]carbamimidoyl}phenyl)amino]methyl}-1-methyl-1H-benzimidazol-5-yl)carbonyl]-N-2-pyridinyl-β-alaninate
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC34H41N7O5
Molar mass୬୨୭.୭୫ g·mol−1
3D model (JSmol)
  • CCCCCCOC(=O)N=C(C1=CC=C(C=C1)NCC2=NC3=C(N2C)C=CC(=C3)C(=O)N(CCC(=O)OCC)C4=CC=CC=N4)N
  • InChI=1S/C34H41N7O5/c1-4-6-7-10-21-46-34(44)39-32(35)24-12-15-26(16-13-24)37-23-30-38-27-22-25(14-17-28(27)40(30)3)33(43)41(20-18-31(42)45-5-2)29-11-8-9-19-36-29/h8-9,11-17,19,22,37H,4-7,10,18,20-21,23H2,1-3H3,(H2,35,39,44) checkY
  • Key:KSGXQBZTULBEEQ-UHFFFAOYSA-N checkY
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ପାକସ୍ଥଳୀ ପ୍ରଦାହ ହୋଇପାରେ | [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେରୁଦଣ୍ଡରୁ ରକ୍ତସ୍ରାବ ଓ ଆନାଫାଇଲାକ୍‌ସିସ ପରି ଆଲର୍ଜି ପ୍ରତିକ୍ରିୟା ଦେଖାଯାଏ ।[୩] ପ୍ରବଳ ରକ୍ତସ୍ରାବ ହେଲେ ଏହା ଇଡାରୁସିଜୁମାବ ଆଣ୍ଟିଡୋଟ୍ ଦେଲେ ବନ୍ଦ ହୋଇପାରେ। [୩] ଗର୍ଭଧାରଣ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୩] ୱାରଫାରିନ ତୁଳନାରେ ଏହାର ଅନ୍ୟାନ୍ୟ ଔଷଧ ସ‌ହିତ ଅଳ୍ପ ପ୍ରତିକ୍ରିୟା ହୁଏ । [୫] ଏହା ଏକ ଥ୍ରୋମ୍ବିନ ଇନହିବିଟର ।[୬]

ଯୁକ୍ତରାଷ୍ଟ୍ରରେ ୨୦୧୦ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡାବିଗାଟ୍ରାନ୍ ଅନୁମୋଦିତ ହୋଇଥିଲେ। [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୭] ଯୁକ୍ତରାଜ୍ୟରେ ୨୦୧୯ ମସିହାରେ ଏକ ମାସ ଯୋଗାଣ ମୁଲ୍ୟ ୫୧ ପାଉଣ୍ଡ ଥିଲା । [୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪୧୬ ଡଲାର ଥିଲା । [୮] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରରେ ୩୦୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୯]

ଆଧାର ସମ୍ପାଦନା

  1. "Dabigatran (Pradaxa) Use During Pregnancy". Drugs.com. 27 December 2018. Retrieved 16 May 2020.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; Pradaxa FDA label ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Dabigatran Etexilate Mesylate Monograph for Professionals". Drugs.com. American Society of Health-System Pharmacists. Retrieved 27 March 2019.
  4. British national formulary : BNF 76 (76 ed.). Pharmaceutical Press. 2018. pp. 135–137. ISBN 9780857113382.
  5. Kiser, Kathryn (2017). Oral Anticoagulation Therapy: Cases and Clinical Correlation. Springer. p. 11. ISBN 9783319546438.
  6. ୬.୦ ୬.୧ British national formulary : BNF 76 (76 ed.). Pharmaceutical Press. 2018. pp. 135–137. ISBN 9780857113382.
  7. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  8. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  9. "Dabigatran Etexilate Mesylate - Drug Usage Statistics". ClinCalc. Archived from the original on 28 February 2020. Retrieved 11 April 2020.