ଡାଇମରକାପ୍ଟୋସକସିନିକ ଏସିଡ
ଡାଇମରକାପ୍ଟୋସକସିନିକ ଏସିଡ (ଇଂରାଜୀ ଭାଷାରେ Dimercaptosuccinic acid ବା DMSA ଅନ୍ୟ ନାମ ସକସିମର/succimer) ଏକ ଔଷଧ ଯାହା ସୀସା, ପାରଦ ଓ ଆର୍ସେନିକ ବିଷକ୍ରିୟା ନିମନ୍ତେ ବ୍ୟବହାର କରାଯାଏ ।[୧] ଏନେକ ନିର୍ଣ୍ଣୟାତ୍ମକ ପରୀକ୍ଷାରେ ଏହା ଟେକନେସିଅମ-୯୯ଏମ (Technetium-99m) ସହିତ ରେଡିଓଲେବୁଲ କରି ବ୍ୟବହାର କରାଯାଏ ।[୨] ଏହା ୧୯ ଦିନ ନିମନ୍ତେ ପାଟିରେ ଦିଆଯାଏ । ଆଉ ଥରେ ଦେବାକୁ ଆବଶ୍ୟକ ହେଲେ ଅତି କମ୍ରେ ୨ ସପ୍ତାହ ବ୍ୟବଧ୍ୟାନ ଆବଶ୍ୟକ ।[୧]
Clinical data | |
---|---|
Pronunciation | succimer /ˈsʌksɪmər/ |
Trade names | Chemet, others |
Synonyms | (2R,3S)-2,3-Dimercaptosuccinic acid (no longer recommended) meso-2,3-Dimercaptosuccinic acid Succimer APRD01236 |
AHFS/Drugs.com | monograph |
Pregnancy category |
|
ATC code | |
Identifiers | |
| |
CAS Number | |
PubChem CID | |
ChemSpider | |
UNII | |
ChEMBL | |
ECHA InfoCard | 100.005.597 |
Chemical and physical data | |
Formula | C4H6O4S2 |
Molar mass | 182.22 |
3D model (JSmol) | |
Melting point | 125 °C (257 °F) |
| |
|
ଏହାର ସାଧାରଣ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ ଓ କମ୍ ନିଉଟ୍ରୋଫିଲ ସ୍ତର (low blood neutrophil levels) ହେବା ଦେଖାଯାଏ । ଯକୃତ ସମସ୍ୟା (Liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଇପାରେ ।[୧] ଗର୍ଭାବସ୍ଥାରେ ଶିଶୁପ୍ରତି ନିରାପତ୍ତା ପ୍ରସଙ୍ଗ ସ୍ପଷ୍ଟ ହୋଇନାହିଁ । [୩] ଏହା ଚିଲେସନ ଥେରାପି (Chelation therapy) ପରିବାରର ଏହା ସଦସ୍ୟ । ସୀସା ଓ ଅନ୍ୟାନ୍ୟ ଓଜନିଆ ଧାତୁ ସହିତ ବନ୍ଧନ ସୃଷ୍ଟିକରି ପରିସ୍ରାରେ (urine) ନିଷ୍କାସିତ ହୋଇଯାଏ ।[୧]
ସନ ୧୯୫୦ରୁ ଚିକିତ୍ସା କ୍ଷେତ୍ରରେ ଡାଇମରକାପ୍ଟୋସକସିନିକ ଏସିଡ ବ୍ୟବହାର ହୋଇଆସୁଛି ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ନାମରେ (generic medication) ସନ ୨୦୧୫ ସୁଦ୍ଧା ବିକ୍ରୟ ହୋଇନାହିଁ ।[୭] ଗୋଟିଏ କୋର୍ଷ ଚିକିତ୍ସାରେ ପ୍ରାୟ ୨୦୦ ଡଲାର (ଏକ ୧୦୦ମିଗ୍ରା ବଟିକାର ଦାମ୍ ୬.୬୩ ଡଲାର) ଖର୍ଚ୍ଚ ହୁଏ ।[୭][୮] ଭାରତରେ ଏକ ୧୦୦ମିଗ୍ରା ବଟିକାର ମୂଲ୍ୟ ପ୍ରାୟ ୧.୨୪ ଡଲାର । [୯]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Succimer". The American Society of Health-System Pharmacists. Retrieved 8 January 2017.
- ↑ Biersack, H.-J.; Grünwald, F. (2005). Thyroid Cancer (in ଇଂରାଜୀ). Springer Science & Business Media. p. 213. ISBN 9783540278450.
- ↑ "Succimer (Chemet) Use During Pregnancy". www.drugs.com. Retrieved 12 January 2017.
- ↑ Miller, Alan (June 1998). "Dimercaptosuccinic acid (DMSA), a non-toxic, water-soluble treatment for heavy metal toxicity". Alternative Medicine Review. 3 (3): 199–207. PMID 9630737.
- ↑ Chappell, W. R.; Abernathy, C. O.; Calderon, R. L. (1999). Arsenic Exposure and Health Effects III (in ଇଂରାଜୀ). Elsevier. p. 350. ISBN 9780080527574.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ ୭.୦ ୭.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 472. ISBN 9781284057560.
- ↑ Leikin, Jerrold B.; McFee, Robin B.; Kerscher, Robert (2007). Handbook of Nuclear, Biological, and Chemical Agent Exposures (in ଇଂରାଜୀ). CRC Press. p. 10. ISBN 9781420044782.
- ↑ Chakrabarty, Narayan (2015). Arsenic Toxicity: Prevention and Treatment (in ଇଂରାଜୀ). CRC Press. p. 416. ISBN 9781482241976.