ଡଲି ଗୁଲେରିଆ

ଭାରତୀୟ କଣ୍ଠଶିଳ୍ପୀ

ଡଲି ଗୁଲେରିଆ (ଜନ୍ମ: ୧୪ ଅପ୍ରେଲ ୧୯୪୯) ଜଣେ ଭାରତୀୟ କଣ୍ଠଶିଳ୍ପୀ ଯିଏକି ମୁଖ୍ୟତଃ ପଞ୍ଜାବର ଲୋକଗୀତ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ସେ ପଞ୍ଜାବୀ ଗୀତ ବ୍ୟତୀତ ଶବ୍ଦ ଗୁରବନି, ସୁଫି ଏବଂ ଗଜଲ ଆଦି ଗାଇଥାନ୍ତି ।

ଡଲି ଗୁଲେରିଆ
Background information
ଜନ୍ମ ସମୟରେ ନାମରୁପିନି ସୋଢ଼ି
ଜନ୍ମ(1949-04-14)୧୪ ଅପ୍ରେଲ ୧୯୪୯
ବମ୍ବେ, ଭାରତ
ଶୈଳୀ
  • ଲକଗୀତ
  • ସୁଫି
  • ଗଜଲ
  • ଗୁରବନି
  • ଚଳଚ୍ଚିତ୍ର
ପେଷା
  • କଣ୍ଠଶିଳ୍ପୀ
  • ଗୀତିକାର
  • ପ୍ରଚ୍ଛଦପଟ ଗାୟିକା
କାର୍ଯ୍ୟକାଳ୧୯୬୬-ଏବେଯାଏଁ
ଲେବଲଡୋରେ ମେ କ୍ରିଏସନ୍
ଅନ୍ୟ ଅଂଶଗ୍ରହଣସୁରିନ୍ଦର କୌର (ମାଆ), ପ୍ରକାଶ କୌର (ସମ୍ପର୍କୀୟ)
ୱେବସାଇଟdollyguleria.com

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଡଲି ୧୯୪୯ ମସିହାର ଅପ୍ରେଲ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜୋଗିନ୍ଦର ସିଂହ ଜଣେ ଅଧ୍ୟାପକ ଥିଲେ ଏବଂ ତାଙ୍କା ମାଆ ସୁରିନ୍ଦର କୌର ଥିଲେ ଜଣେ ଜଣାଶୁଣା ଲୋକଗୀତ ଗାୟିକା ।[୧] ୧୯୭୦ ମସିହାରେ ସେ ସେନା ଅଧିକାରୀ କର୍ଣ୍ଣେଲ୍ ଏସ୍.ଏସ୍. ଗୁଲେରିଆଙ୍କୁ ବିବାହ କରିଥିଲେ ।[୨]

ପେଷା ସମ୍ପାଦନା

ବିବାହ ପରେ ମାତୃତ୍ୱ ଲାଭ କରିସାରିବା ପରେ ତାଙ୍କ ପତିଙ୍କ ପ୍ରେରଣାରେ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ଏବଂ ପଟିଆଲା ଘରାନାର ସଙ୍ଗୀତ ଗୁରୁ ଉସ୍ତାଦ ଅବଦୁଲ ରେହମାନ ଖାନ୍ ତାଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଦେଇଥିଲେ ।[୩] ପ୍ରଥମେ ସେ ଶାସ୍ତ୍ରୀୟ ସଙ୍ଗୀତ ସହିତ ପଞ୍ଜାବୀ ଲୋକଗୀତ ଗାଇଥିଲେ ।

ପିଲାଦିନରୁ ଧାର୍ମିକ ଚିନ୍ତାଧାରାରେ ବଢ଼ିବା ତାଙ୍କୁ ଗୁରୁଙ୍କ ପ୍ରଶିକ୍ଷଣରେ ସେ ତାଙ୍କର ପ୍ରଥମ ଆଲବମ୍‌ରେ ଗୀତ ଗାଇଥିଲେ । ପରେ ତାଙ୍କର କିଛି ଗୀତ ତାଙ୍କ ମାଆଙ୍କ ସହିତ ମୁକ୍ତିଲାଭ କରିଥିଲା ।[୪] ଶିବ କୁମାର ବତଲବି, ଭାଇ ବୀର ସିଂହଙ୍କ ଭଳି ଜଣାଶୁଣା କବିମାନଙ୍କର କବିତାଗୁଡ଼ିକୁ ତାଙ୍କ କଣ୍ଠରେ ମୁକ୍ତିଲାଭ କରିଥିଲା ।[୩]

ସେ ରବ୍ ଦିଆଁ ରଖାଁ, ଦେଶଁ ପରଦେଶ ଏବଂ ମେଁ ମା' ପଞ୍ଜବ ଦି ଭଳି କିଛି ପଞ୍ଜାବୀ କଥାଚିତ୍ରରେ ପ୍ରଚ୍ଛପଟ ଗାୟିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩]

ସେ ମଞ୍ଚରେ ସଙ୍ଗୀତ ପରିବେଷଣ କରିବାରେ ଅଧିକ ରୁଚି ରଖନ୍ତି ଏବଂ ପଞ୍ଜାବୀ ଲୋକଗୀତ ଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମରେ ସେ କଣ୍ଠଶିଳ୍ପୀ ଭାବରେ ମଞ୍ଚରେ ଗାୟନ କରନ୍ତି ।[୫]

ଆଧାର ସମ୍ପାଦନା

  1. "Ru-ba-ru with Dolly Guleria". Indian Express. 4 October 1999. Retrieved 1 April 2011.
  2. "Working Partners". The Indian Express. 18 June 2010. Retrieved 1 April 2011.
  3. ୩.୦ ୩.୧ ୩.୨ "Her mother's daughter". The Tribune. 31 July 1998. Retrieved 1 April 2011.
  4. "Nightingale of Punjab: Surinder Kaur". positivenewsnetwork.in. 14 June 2020. Archived from the original on 29 January 2021. Retrieved 2 January 2021.
  5. "Song Sung True". Indian Express. 23 April 2011. Retrieved 22 January 2021.