ଠନଠନିଆ କାଳୀବାଡ଼ି
ଠନଠନିଆ କାଳୀବାଡ଼ି ଏକ କାଳୀ ମନ୍ଦିର ଯାହା ଭାରତର ପଶ୍ଚିମ ବଙ୍ଗ ପ୍ରଦେଶରେ ଥିବା କୋଲକାତା ସହରର ବିଧାନ ସଭା ସରଣୀ ପାଖରେ ଅବସ୍ଥିତ ।[୧] ଏହି ମନ୍ଦିରରେ ଥିବା ଠାକୁରାଣୀଙ୍କୁ ସିଦ୍ଧେଶ୍ୱରୀ କୁହାଯାଏ । କାଳୀ ପୂଜା ସମୟରେ ଏଠାରେ ବହୁତ ଭକ୍ତ ସମାଗମ ହୁଏ ।
ଠନଠନିଆ କାଳୀବାଡ଼ି | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କୋଲକାତା |
ଦେବାଦେବୀ | Goddess କାଳୀ |
Location | |
ସ୍ଥାନ | କୋଲକାତା |
State | West Bengal |
Country | ଭାରତ |
ଇତିହାସ
ସମ୍ପାଦନାମନ୍ଦିରର ଲେଖା ଅନୁସାରେ ୧୮୦୩ ମସିହାରେ ଠନଠନିଆ କାଳୀବାଡ଼ି ମନ୍ଦିର ଶଙ୍କର ଘୋଷ ପ୍ରତିଷ୍ଠା କରିଥିଲେ (ଯାହାଙ୍କର ନାତି ଥିଲେ ସ୍ୱାମୀ ସୁଭୋଦାନନ୍ଦ)[୨] ଯିଏ ୧୯ଶ ଶତାବ୍ଦୀର ରାମକୃଷ୍ଣଙ୍କର ଶିଷ୍ୟ ଥିଲେ ।[୩] ଅନ୍ୟ ଏକ ତଥ୍ୟରୁ ଏହା ୧୭୦୩ ମସିହାରେ ତିଆରି ହୋଇଥିବା ଜଣାଯାଏ ।
ମନ୍ଦିର ଅଧିଶ୍ୱରୀ ସିଦ୍ଧେଶ୍ୱରୀ ଠାକୁରାଣୀଙ୍କ ବିଗ୍ରହ କର୍ଦ୍ଦମରେ ନିର୍ମିତ ହୋଇଛି ଓ ପ୍ରତିବର୍ଷ ଏହା ଉପରେ ନାଲି ଓ କଳା ରଙ୍ଗ ବୋଲାଯାଏ । ଦେବୀ ଦର୍ଶନ ନିମନ୍ତେ ମଙ୍ଗଳ ବାର ଓ ଶନିବାର ଦିନକୁ ଶୁଭ ମନେ କରାଯାଏ । ମନ୍ଦିରରୀ ୩୦୦+ ବର୍ଷ ପୁରୁଣା ଓ ବିଗ୍ରହଟି ତାହାଠାରୁ ଅଧିକ ପୁରାତନ ।
ଦେବୀ ପୂଜା
ସମ୍ପାଦନାସପ୍ତାହର ସାତ ଦିନ ଖୋଲା ରହେ । ପ୍ରତ୍ୟହ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହେ । ଉପରବେଳା ୩ଟାରୁ ଖୋଲା ଯାଇ ରାତି ୮ଟା ବେଳେ ବନ୍ଦ କରାଯାଏ । ଏକ ତାନ୍ତ୍ରିକ ମନ୍ଦିର ହୋଇଥିବାରୁ ଏଠାରେ ପ୍ରତି ଅମାବାସ୍ୟା ଓ କାଳୀ ପୂଜା ଦିନ ବଳି ଦିଆଯିବା ପ୍ରଥା ଚାଲୁ ରହିଛି । [୪]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Thanthania Kalibari". BharatOnline.com. Savion Travel Services. Archived from the original on 2 May 2012. Retrieved 29 March 2012.
- ↑ Paul, Santanu. "FAMOUS THANTHANIA KALIBARI OF KOLKATA". www.bengalchronicle.com. Bengal Chronicle. Archived from the original on 14 June 2021. Retrieved 12 June 2022.
- ↑ Aich, Debasish (12 October 2014). "জয় কালী কলকাতা-ওয়ালি". anandabazarpatrika.com (in Bengali). Anandabazar Patrika. Archived from the original on 25 January 2015. Retrieved 26 January 2015.
- ↑ Avishek (5 November 2018). "Thanthania Siddheswari Kali Bari – Famous Kali Temple of North Kolkata". discoveringkolkata.wordpress.com. Discovering Kolkata. Archived from the original on 12 June 2022. Retrieved 12 June 2022.