ଟ୍ରିଚିନୋସିସ
ଟ୍ରିଚିନୋସିସ (ଇଂରାଜୀ ଭାଷାରେ Trichinosis) ଏକ ପରଜୀବୀ ରୋଗ (parasitic disease) ଯାହା ଟ୍ରିଚିନେଲା (Trichinella) ପରଜୀବୀଦ୍ୱାରା ସୃଷ୍ଟି ହୁଏ । ଅନ୍ତନଳୀରେ ପ୍ରାରମ୍ଭିକ ସଂକ୍ରମଣ ସମୟରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା (abdominal pain) ଓ ବାନ୍ତି ହୁଏ । ସଂକ୍ରମଣ ହେବାର ଏକ ସପ୍ତାହ ପରେ ଏହାର ଲାର୍ଭା ସ୍ଥାନାନ୍ତର ହୋଇ ମାଂସପେଶୀକୁ ଗଲେ ମୁହଁ ଇଡିମା/ଫୁଲା, ଆଖିଧରା, ଜ୍ୱର, ମ୍ୟାଲଜିଆ/ମାଂସପେଶୀରେ ଯନ୍ତ୍ରଣା (muscle pains) ଓ ରାସ (rash) ହୁଏ । କିଛି ସଂକ୍ରମଣ ଲକ୍ଷଣହୀନ ମଧ୍ୟ ହୁଏ । ସଂକ୍ରମଣ ଜଟିଳ ହେଲେ ମାୟୋକାର୍ଡ଼ାଇଟିସ (inflammation of heart muscle), କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ସମସ୍ୟା ଓ ନିମୋନିଆ ହୁଏ ।[୧]
ଟ୍ରିଚିନୋସିସ | |
---|---|
ଇଂରାଜୀ ପ୍ରତିଶବ୍ଦ - trichinellosis, trichiniasis | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ (Infectious disease) |
ଆଇସିଡ଼ି-୧୦ | B75. |
ଆଇସିଡ଼ି-୯-ସିଏମ୍ | 124 |
ରୋଗ ଡାଟାବେସ | 13326 |
ମେଡ଼ିସିନ-ପ୍ଲସ | 000631 |
Patient UK | ଟ୍ରିଚିନୋସିସ |
MeSH | D014235 |
ଅସିଦ୍ଧ ଟ୍ରିଚିନେଲା ସିସ୍ଟ (cysts) ଥିବା ମାଂସ ଖାଇଲେ ଏହି ରୋଗ ବ୍ୟାପେ ।[୧] ଅଧିକାଂଶ ସମୟରେ ଘୁଷୁରୀ ମାଂସ ଓ ବେଳେ ବେଳେ ଭାଲୁ ଓ କୁକୁର ମାଂସ ଖାଇଲେ ଏହି ରୋଗ ହୁଏ ।[୨] ଅନେକ ଟ୍ରିଚିନେଲା ସବଟାଇପ ଯେପରିକି ଟ୍ରିଚିନେଲା ସ୍ପାଇରାଲିସ ଯୋଗୁ ମଧ୍ୟ ରୋଗ ହୁଏ ।[୧] ପାକସ୍ଥଳୀରେ ସିସ୍ଟରୁ ଲାର୍ଭା ବାହାରେ । ଏହି ଲାର୍ଭା ଅନ୍ତନଳୀ କାନ୍ଥରେ ପଶି ସେଠାରେ ବୟଃପ୍ରାପ୍ତ ହୁଅନ୍ତି । ଏକ ସପ୍ତାହ ପରେ ଏମାନେ ଲାର୍ଭା ଛାଡ଼ନ୍ତି ଯାହା ସ୍ଥାନାନ୍ତର ହୋଇ ରେଖାକୃତ ମାଂସପେଶୀକୁ voluntarily controlled muscles ଯାଇ ସେଠାରେ ସିସ୍ଟ ସୃଷ୍ଟି କରନ୍ତି । ଲକ୍ଷଣ ଦେଖି ରୋଗ ସନ୍ଦେହ କଲା ପରେ ସେରୋଲୋଜି (antibodies in the blood) ପରୀକ୍ଷାରୁ ବା ତନ୍ତୁ ବାୟୋପ୍ସି (tissue biops) କରି ସେଥିରେ ଲାର୍ଭା ପାଇଲେ ସନ୍ଦେହ ନିଧାର୍ଯ୍ୟରେ ପରିଣତ ହୁଏ ।[୧]
ଏହି ରୋଗୁ ରକ୍ଷା ପାଇବା ନିମନ୍ତେ ମାଂସକୁ ଉତ୍ତମ ରୂପେ ସିଝେଇ ଖାଇବାକୁ ହୁଏ । ଖାଦ୍ୟ ଥର୍ମୋମିଟର (food thermometer) ସାହାଯ୍ୟରେ ମାଂସ ଭିତରର ଉତ୍ତାପ ଯଥେଷ୍ଟ କି ନୁହେଁ ଜଣାଯାଇପାରେ । [୩] ଆଲବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଭଳି ପରଜୀବୀ ବିରୋଧୀ ଔଷଧ ଦେଇ ଚିକିତ୍ସା କରାଯାଏ । ଶୀଘ୍ର ଚିକିତ୍ସା କଲେ ବୟଃପ୍ରାପ୍ତ ପରଜୀବୀ ମରିଯିବାଦ୍ୱାର ଲକ୍ଷଣ ଅଧିକ ଖରାପ ହେବାରୁ ରକ୍ଷା ମିଳେ । ଉଭୟ ଔଷଧ ନିରାପଦ ବିବେଚିତ ହେଉଥିଲେ ମଧ୍ୟ ଅସ୍ଥି ମଜ୍ଜା ଦମନ (bone marrow suppression) କରେ । ଗର୍ଭାବସ୍ଥା ଓ ୨ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଉପଯୁକ୍ତ ଅନୁଶୀଳନ କରାଯାଇ ନ ଥିଲେ ମଧ୍ୟ ନିରାପଦ ଜଣାଯାଆନ୍ତି । କେଶ୍ ସାଂଘାତିକ ହୋଇଥିଲେ ସ୍ଟିରଏଡ ଦିଆଯାଇପାରେ । [୪] ଚିକିତ୍ସା ନ ପାଇଲେ ମଧ୍ୟ ୩ ମାସ ମଧ୍ୟରେ ଏହି ରୋଗ ଲକ୍ଷଣମାନଙ୍କର ଉପଶମ ହେବା ଦେଖାଯାଏ ।[୫]
ଏହି ରୋଗର ପ୍ରାୟ ୧୦,୦୦୦ ସଂକ୍ରମଣ ବର୍ଷକୁ ହୁଏ ।[୬] ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଆର୍ଜେଣ୍ଟିନା ଓ ରୁଷିଆ ସମେତ ଅତି କମ୍ରେ ୫୫ଟି ଦେଶରେ ଏହି ରୋଗ ଥିବା ଚିହ୍ନଟ ହୋଇଛି । ଏହି ରୋଗ ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ ସାଧାରଣ ହେଉଥିଲେ ମଧ୍ୟ ଏହି ଦେଶମାନଙ୍କରେ ଅଳ୍ପ ସଂଖ୍ୟକ ହୁଏ ।[୫] ଟ୍ରିଚିନୋସିସ ରୋଗ ହାର ସନ ୧୯୪୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୦୦ ଥିବା ବେଳେ ସନ ୨୦୦୦ରେ ମାତ୍ର ୨୦ ଥିବା ଚିହ୍ନଟ ହୋଇଥିଲା ।[୬] ଏହି ରୋଗ ଯୋଗୁ ମୃତ୍ୟୁ ହାର ଅତି ନଗନ୍ୟ । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "CDC - DPDx - Trichinellosis - index". www.cdc.gov. Retrieved 2015-07-19.
- ↑ Cook, Gordon Charles; Zumla, Alimuddin (2009). Manson's Tropical Diseases (in ଇଂରାଜୀ). Elsevier Health Sciences. p. 325. ISBN 1416044701.
- ↑ "CDC - Trichinellosis - Prevention & Control". www.cdc.gov. Retrieved 2015-07-25.
- ↑ "CDC - DPDx - Trichinellosis - Treatment Information". www.cdc.gov. Retrieved 2015-07-25.
- ↑ ୫.୦ ୫.୧ ୫.୨ Farrar, Jeremy (2013). Manson's tropical diseases (23 ed.). Philadelphia: Saunders [Imprint]. pp. 791–794. ISBN 978-0-7020-5101-2.
- ↑ ୬.୦ ୬.୧ "Trichinellosis Fact Sheet – Division of Parasitic Diseases". Centre for Disease Control, US Government. August 2012. Retrieved 2016-06-05.