ଟ୍ରାନ୍ସଭେନସ ପେସିଙ୍ଗ

ଟ୍ରାନ୍ସଭେନସ ପେସିଙ୍ଗ ହେଉଛି ଏକ ମନ୍ଥର ହୃଦସ୍ପନ୍ଦନକୁ ସଂଶୋଧନ କରିବା ପାଇଁ ବ୍ୟବହୃତ ଏକ ପ୍ରଣାଳୀ ଯାହା ଫଳପ୍ରଦ ଲକ୍ଷଣଗୁଡିକ ସୃଷ୍ଟି କରେ । [୧] ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୋଇପାରେ ଯାହା ଆଟ୍ରୋପାଇନ୍ ପ୍ରତି ପ୍ରତିକ୍ରିୟା କରେ ନାହିଁ । [୨] ପ୍ରାୟ ଏଥିରେ ସମ୍ପୂର୍ଣ୍ଣ ହୃତ୍‌ପିଣ୍ଡ ବ୍ଲକ ଥାଏ । [୨] ଅନ୍ୟ ବିକଳ୍ପଗୁଡ଼ିକରେ ଏପିନେଫ୍ରିଇନ୍ କିମ୍ବା ଡୋପାମାଇନ୍ ଏବଂ ଟ୍ରାନ୍ସକ୍ୟୁଟାନିଅସ ପେସିଙ୍ଗ ଅନ୍ତର୍ଭୁକ୍ତ । [୨]

Transvenous pacing
ହସ୍ତକ୍ଷେପ
ଫାଇଲ:10 cs 9 A.jpg
Pacer wire setup

ଏହି ପଦ୍ଧତିରେ ବ୍ୟକ୍ତିର ପିଠି ଉପରକୁ ଓ ମୁଣ୍ଡ ତଳକୁ ରଖି ଶେଜରେ ରଖାଯାଏ ।[୧] ଡାହାଣ ଇଣ୍ଟରନାଲ ଜୁଗୁଲାର ଶିରାରେ ଏକ ସିଥ ଇଣ୍ଟ୍ରୋଡ୍ୟୁସର ଭର୍ତ୍ତି କରାଯାଏ । [୩] ସ୍ଲିଭକୁ ଇଣ୍ଟ୍ରୋଡ୍ୟୁସର ହବ୍ ସହିତ ସଂଯୋଗ କରାଯାଏ । [୩] ଇଣ୍ଟ୍ରୋଡ୍ୟୁସର ମାଧ୍ୟମରେ ଡିଭାଇସ‌କୁ ପ୍ରାୟ ୨୦ ସେମି ଭିତରକୁ ଭର୍ତ୍ତି କରି ବେଲୁନ ଫୁଲେଇ ଦିଆଯାଏ । [୪] ଶକ୍ତି ଉତ୍ସକୁ ୮୦ ବିପିଏମ ଏବଂ ଆଉଟପୁଟ୍ ୨୦ ଏମଏରେ ସେଟ୍ କରାଯାଏ, ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହିତ । [୨] କ୍ୟାପଚର ମିଳିବା ପର୍ଯ୍ୟନ୍ତ ଭର୍ତ୍ତ କରାଯାଏ ଏବଂ ବେଲୁନ୍ ଡିଫ୍ଲେଟ୍ କରାଯାଏ । [୩] ଏହା ଡିଭାଇସ‌କୁ ଆବୃତ କରିବା ନିମନ୍ତେ ସ୍ଲିଭ ଏକ୍ସଟେଣ୍ଡ କରାଯାଏ ଓ ସୁରକ୍ଷିତ କରାଯାଏ । [୩]

ଉଭୟ ବୈଦ୍ୟୁତିକ କ୍ୟାପଚର ଏବଂ ୮୦ ବିପି/ମିନିଟ ନାଡ଼ି ଯାଞ୍ଚ କରାଯାଏ । [୩] ସାଧାରଣତଃ ଏହି ଉପକରଣକୁ ୩୫ରୁ ୪୦ ସେମି ଗଭୀରତାରେ ରଖିବା ଆବଶ୍ୟକ । [୧] ପୁନର୍ବାର କ୍ୟାପଚର କରିବା ପାଇଁ ଆଉଟପୁଟ୍ ଦୁଇଗୁଣ ଅପେକ୍ଷା କ୍ୟାପଚର ନଷ୍ଟ ହେବା ପର୍ଯ୍ୟନ୍ତ ଏମଏ ଆଉଟପୁଟ୍ ହ୍ରାସ କରାଯାଏ । [୧] ସଠିକ ସ୍ଥାନ ନିରୁପଣ ଏବଂ କିଛି ଜଟିଳତାକୁ ଏଡ଼ାଇବା ପାଇଁ ଛାତି ଏକ୍ସ-ରେ କରାଯାଏ । [୧] ଜଟିଳତାରେ ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ନିମୋଥୋରାକ୍ସ ହୋଇପାରେ । [୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Temporary Transvenous Cardiac Pacing • LITFL • CCC". Life in the Fast Lane • LITFL. 30 January 2019. Archived from the original on 23 January 2021. Retrieved 19 March 2021.
  2. ୨.୦ ୨.୧ ୨.୨ ୨.୩ "Identifying Complete Heart Block and the use of Temporary Cardiac Pacing in the Emergency Department". emDOCs.net - Emergency Medicine Education (in ଇଂରାଜୀ). 22 March 2016. Archived from the original on 26 January 2021. Retrieved 19 March 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Roberts and Hedges' clinical procedures in emergency medicine and acute care (Seventh ed.). Philadelphia, PA: Elsevier Health Sciences. 2019. pp. 288–303. ISBN 9780323547949.
  4. "Transvenous Pacemaker". EM:RAP. Archived from the original on 28 October 2020. Retrieved 19 March 2021.