ଟ୍ରାନ୍ସଭର୍ସ ମାୟେଲାଇଟିସ

ଏହା ଏକ ମେରୁଦଣ୍ଡ ପ୍ରଦାହ ରୋଗ ।

ଟ୍ରାନ୍ସଭର୍ସ ମାୟେଲାଇଟିସ (ଟିଏମ) ରୋଗରେ ମେରୁଦଣ୍ଡର ପ୍ରଦାହ ହୁଏ | [୪] ପ୍ରଭାବିତ ମେରୁଦଣ୍ଡର କର୍ଡ ସ୍ତର ଉପରେ ଲକ୍ଷଣ ନିର୍ଭର କରେ | [୧] ଏହାର ଲକ୍ଷଣ ମଧ୍ୟରେ ଅଙ୍ଗର ଦୁର୍ବଳତା କିମ୍ବା କାଲୁଆ ଅନୁଭବ, ଅନ୍ତନଳୀ କିମ୍ବା ମୂତ୍ରାଶୟ ସମସ୍ୟା, କଟି ଯନ୍ତ୍ରଣା ଏବଂ ପେଶୀ ସ୍ପାଜ୍ମ ହୋଇପାରେ | [୧] ଏହି ରୋଗ ଆରମ୍ଭ ହେବାକ୍କୁ କିଛି ଘଣ୍ଟାରୁ କିଛି ସପ୍ତାହ ପର୍ଯ୍ୟନ୍ତ ଲାଗିପାରେ | [୧] ଜଟିଳତା ମଧ୍ୟରେ ଶ୍ୱାସକ୍ରିୟା ସମସ୍ୟା ହୋଇପାରେ | [୧]

Transverse myelitis
A MRI showing an area of transverse myelitis, which is lighter, oval shape at center-right. The person recovered after 3 months.
ବିଭାଗNeurology
ଲକ୍ଷଣWeakness or numbness of the limbs, bowel or bladder problems, lower back pain, muscle spasms[୧]
ଆକ୍ରାନ୍ତ ସମୟOver hours to weeks[୧]
କାରଣUncertain, post infectious, immune system disorders[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by MRI and lumbar puncture[୧]
ସଠିକ ରୋଗ ନିର୍ଣ୍ଣୟMultiple sclerosis, lupus, vitamin B12 deficiency[୧][୨]
ଚିକିତ୍ସାCorticosteroids, plasmapheresis, intravenous immunoglobulin (IVIG), cyclophosphamide[୧]
PrognosisGood (33%), moderate (33%), poor (33%)[୧][୩]
ପୁନଃପୌନିକ4 per million per year[୩]

୬୦% କ୍ଷେତ୍ରରେ ଏହାର କାରଣ ଜଣା ପଡ଼ିନାହିଁ। [୪] ବିଭିନ୍ନ ସଂକ୍ରମଣ, ପ୍ରତିରକ୍ଷା ପ୍ରଣାଳୀ ଅସୁବିଧା କିମ୍ବା ଅନ୍ୟାନ୍ୟ ପ୍ରଦାହ ଜନିତ ରୋଗ ପରେ ଘଟୁଥାଏ | [୧] କେତେକ କ୍ଷେତ୍ରରେ ଆଣ୍ଟିବଡି ସହିତ ଏହି ରୋଗ ଜଡିତ ବୋଲି ବିଶ୍ୱାସ କରାଯାଏ | [୧] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ଏବଂ ଏମଆରଆଇ ଏବଂ ଲମ୍ବର ପଙ୍କଚରଦ୍ୱାରା ସମର୍ଥିତ ହୁଏ | [୧] ସମାନ ଭାବରେ ଉପସ୍ଥାପିତ ହେଉଥିବା ରୋଗମାନଙ୍କର ନାମ ମଲ୍ଟିପ୍ଲ ସ୍କ୍ଲେରୋସିସ୍, ଲୁପସ୍, ଏବଂ ଭିଟାମିନ୍ B12 ଅଭାବ | [୧] [୫]

ଏହାର ଚିକିତ୍ସାରେ କର୍ଟିକୋଷ୍ଟିରଏଡ, ପ୍ଲାଜମାଫେରେସିସ, ଇଣ୍ଟ୍ରାଭେନସ୍ ଇମ୍ୟୁନୋଗ୍ଲୋବୁଲିନ୍ (IVIG) ଏବଂ ସାଇକ୍ଲୋଫୋସଫାମାଇଡ୍ ଦିଆଯାଇପାରେ | [୪] ଆଇବୁପ୍ରୋଫେନ୍ କିମ୍ବା ନାପ୍ରୋକ୍ସେନ୍ ଭଳି ଯନ୍ତ୍ରଣା ନିବାରକ ଔଷଧ ବ୍ୟବହାର କରାଯାଇପାରେ | [୧] ଶଯ୍ୟା ବିଶ୍ରାମ ପରେ ଶାରୀରିକ ଚିକିତ୍ସା ଉପଯୋଗୀ ହୋଇପାରେ | [୧] କେତେକ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୁଅନ୍ତି ଓ ଅନ୍ୟମାନେ ସ୍ଥାୟୀ ଅକ୍ଷମତା ସହିତ ରହିଯାଆନ୍ତି | [୧] ପୁନରୁଦ୍ଧାର ତିନି ବର୍ଷ ପର୍ଯ୍ୟନ୍ତ ନେଇପାରେ | [୧]

ଟ୍ରାନ୍ସଭର୍ସ ମାୟେଲାଇଟିସ ଏକ ବିରଳ ରୋଗ, ବର୍ଷକୁ ପ୍ରାୟ ଏକ ନିୟୁତ ଲୋକଙ୍କ ମଧ୍ୟରୁ ୪ ଜଣ ପ୍ରଭାବିତ ହେବା ଦେଖାଯାଏ | [୬] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [୩] ୧୦ରୁ ୨୦ ଓ ୩୦ରୁ ୪୦ ବର୍ଷ ବୟସର ବ୍ୟକ୍ତିମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [୩] ଏହି ଅବସ୍ଥା ପ୍ରଥମେ ୧୮୮୨ ମସିହାରେ ଇଂରାଜୀ ସ୍ନାୟୁବିଜ୍ଞାନୀ ହେନେରୀ ବାସ୍ଟିଆନ ହେନେରୀ ବସ୍ତିଆନଙ୍କଦ୍ୱାରା ବର୍ଣ୍ଣନା କରିଥିଲେ ।[୭] [୫]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ "Transverse myelitis". Genetic and Rare Diseases Information Center (GARD) – an NCATS Program. Archived from the original on 4 January 2018. Retrieved 3 January 2018.
  2. "Transverse Myelitis". NORD (National Organization for Rare Disorders). Archived from the original on 29 November 2020. Retrieved 21 November 2020.
  3. ୩.୦ ୩.୧ ୩.୨ ୩.୩ Simone, CG; Emmady, PD (January 2020). "Transverse Myelitis". PMID 32644728. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ "Transverse myelitis". Genetic and Rare Diseases Information Center (GARD) – an NCATS Program. Archived from the original on 4 January 2018. Retrieved 3 January 2018.
  5. ୫.୦ ୫.୧ "Transverse Myelitis". NORD (National Organization for Rare Disorders). Archived from the original on 29 November 2020. Retrieved 21 November 2020.
  6. Simone, CG; Emmady, PD (January 2020). "Transverse Myelitis". PMID 32644728. {{cite journal}}: Cite journal requires |journal= (help)
  7. Dale RC, Vincent A (19 January 2010). Inflammatory and Autoimmune Disorders of the Nervous System in Children. John Wiley & Sons. pp. 96–106. ISBN 978-1-898683-66-7. Archived from the original on 4 May 2021. Retrieved 20 October 2016.