ଟେଷ୍ଟିକୁଲାର ଟର୍ସନ
ଟେଷ୍ଟିକୁଲାର ଟର୍ସନ (ଇଂରାଜୀ ଭାଷାରେ Testicular torsion) ସମ୍ଭବ ହୁଏ ଯେତେବେଳେ ଟେସ୍ଟିସ ବା ମୁଷ୍କକୁ ଝୁଲାଉଥିବା ସ୍ପର୍ମାଟିକ କର୍ଡ (spermatic cord) ମୋଡ଼ିହୋଇଯାଏ ଓ ଏହା ଫଳରେ ଟେସ୍ଟିସର ରକ୍ତ ସରବରାହ (blood supply) ବନ୍ଦ ହୋଇଯାଏ ।[୩] ପିଲାଙ୍କର ଏଭଳି ଅବସ୍ଥା ହେଲେ ସାଂଘାତିକ ଟେସ୍ଟିସ ଯନ୍ତ୍ରଣା (testicular pain) ହୁଏ ।[୧] ସାଧାରଣ ସ୍ଥାନ ଅପେକ୍ଷା ଅଣ୍ଡକୋଷ ଉଚ୍ଚ ସ୍ଥାନରେ ଅବସ୍ଥାନ କରିଥାଏ ଓ ବାନ୍ତି (vomiting) ହୁଏ ।[୧][୨] ନବଜାତ ଶିଶୁଙ୍କର (newborns) ଅଧିକାଂଶ ସମୟରେ ଯନ୍ତ୍ରଣା ହୁଏନାହିଁ ବା ନିଜସ୍ୱ ସ୍ଥାନରୁ ଟେସ୍ଟିସ ଅଦୃଶ୍ୟ ହୋଇଯାଏ ଓ ଅଣ୍ଡକୋଷ (scrotum) ବେରଙ୍ଗୀ ହୋଇଯାଏ ।[୧]
ଟେଷ୍ଟିକୁଲାର ଟର୍ସନ (Testicular torsion) | |
---|---|
ବିଭାଗ | ମୂତ୍ର ରୋଗ ଚିକିତ୍ସା ବିଜ୍ଞାନ (Urology) |
ଲକ୍ଷଣ | ସାଂଘାତିକ ଟେସ୍ଟିସ ଯନ୍ତ୍ରଣା (testicular pain), ଉର୍ଦ୍ଧ୍ୱଗାମୀ ଟେସ୍ଟିସ (elevated testicle)[୧] |
ଆକ୍ରାନ୍ତ ସମୟ | ହଠାତ୍ [୧] |
ବିପଦ କାରକ | ବେଲ କ୍ଲାପର ଡିଫରମିଟି ("Bell clapper deformity"), ଟେସ୍ଟିସ ଅର୍ବୁଦ (testicular tumor), ଥଣ୍ଡା ତ୍ତାପମାନ (cold temperature)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ[୧] |
ସଠିକ ରୋଗ ନିର୍ଣ୍ଣୟ | ଏପିଡିଡାଇମାଇଟିସ (Epididymitis), ଇଙ୍ଗୁଇନାଲ ହାର୍ନିଆ (inguinal hernia), ଟର୍ସନ ଅଫ ଦି ଆପେଣ୍ଡିକ୍ସ ଟେସ୍ଟିକ୍ଲ (torsion of the appendix testicle)[୨] |
ଚିକିତ୍ସା | ଶାରୀରିକ ବିପରୀତ ଘୁର୍ଣ୍ଣନ, ଅପରେଶନ[୧] |
Prognosis | ଶୀଘ୍ରାତିଶୀଘ୍ର ଚିକିତ୍ସାରେ ସୁଫଳ ମିଳେ [୧] |
ପୁନଃପୌନିକ | ବାର୍ଷିକ ୧୫,୦୦୦ରେ ଜଣେ (୨୫ ବର୍ଷ ବୟସରୁ କମ୍)[୨][୩] |
ଏ ଭଳି ରୋଗୀଙ୍କର ସାଧାରଣତଃ ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥାଏ ।[୧] ବେଳେ ବେଳେ ଅର୍ବୁଦ ଥାଇପାରେ ବା ଆଘାତ ଇତିହାସ ଥାଇପାରେ ।[୧][୩] ସଙ୍କଟ କାରକ ମଧ୍ୟରେ କନଜେନିଟାଲ ମାଲଫର୍ମେସନ (congenital malformation) ବା ବେଲ କ୍ଲାପର ଡିଫରମିଟି ଥିବା ଲୋକଙ୍କର ଟେସ୍ଟିସ ଭଲରୂପେ ସଂଯୁକ୍ତ ହୋଇନଥିବା କାରଣରୁ ଟେସ୍ଟିସ ମୁକ୍ତ ଭାବରେ ଚଳନ ହୋଇଯିବା ଫଳରେ ମୋଡ଼ିହେବା ସମ୍ଭାବନା ବଢ଼ିଯାଏ ।[୧] ଥଣ୍ଡା ପାଗ ମଧ୍ୟ ଏହି ସଙ୍କଟ ସୃଷ୍ଟି କରେ ।[୧] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ (diagnosis) ହୋଇପାରେ ।[୧][୨] ଅସ୍ପଷ୍ଟ କେଶ୍ରେ ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟ ନିଅଯାଇପାରେ । [୨]
ଟେସ୍ଟିସକୁ ହାତ ସାହାଯ୍ୟରେ ମୋଡ଼ି ସାଧାରଣ ଅବସ୍ଥାକୁ ଆଣିବାକୁ ଚେଷ୍ଟା କରାଯାଏ ଓ ତାହା ସମ୍ଭବ ନହେଲେ ଅପରେଶନ କରାଯାଏ ।[୧] ଯନ୍ତ୍ରଣା ନିବାରଣ ନିମନ୍ତେ ଓପିଅଏଡ (opioids) ଦିଆଯାଏ ।[୧] ବିତିଥିବା ସମୟ ଅନୁସାରେ ଚିକିତ୍ସାର ଫଳ ମିଳେ ।[୧] ଛଅ ଘଣ୍ଟା ମଧ୍ୟରେ ଭଲ ଫଳ ମିଳେ, ୧୨ ଘଣ୍ଟାରୁ ଅଧିକ ରହିଯାଇଥିଲେ ଟେସ୍ଟିସର ସୁରକ୍ଷା ମିଳିପାରେ ନାହିଁ ।[୧] ପ୍ରାୟ ୪୦% ରୋଗୀଙ୍କର ଅର୍କିଡେକ୍ଟୋମି (removal of the testicle) ଅପରେଶନ କରି ଟେସ୍ଟିସକୁ ବାହାର କରିଦିଆଯାଏ ।[୨]
ଏହି ରୋଗ ସାଧାରଣତଃ ଜନ୍ମ ପରେ ଓ ଯୌବନାରମ୍ଭ (puberty) ସମୟରେ ଦେଖାଯାଏ ।[୨] ପ୍ରାୟ ୪,୦୦୦ରେ ଜଣେରୁ ଆରମ୍ଭ କରି ୨୬,୦୦୦ରେ ଜଣକୁ ଏହି ରୋଗ ହୁଏ ।[୨][୩] ତୁରନ୍ତ ଟେସ୍ଟିସ ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ମଧ୍ୟରୁ ୧୦% ରୋଗୀ ଏହି ରୋଗରେ ପୀଡ଼ିତ ହୋଇଥାଆନ୍ତି ।[୨] କେଶ୍ ଜଟିଳ ହେଲେ ବନ୍ଧ୍ୟାତ୍ୱ (inability to have children) ପ୍ରାପ୍ତ ହୋଇପାରେ ।[୨] ଏହି ରୋଗ ବିଷୟରେ ସନ ୧୮୪୦ରେ ପ୍ରଥମେ ଲୁଇ ଡେଲାସିଏଭ ବର୍ଣ୍ଣନା କରିଥିଲେ ।[୪]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନା- Ovarian torsion – equivalent condition of the female reproductive system.
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Ludvigson, AE; Beaule, LT (June 2016). "Urologic Emergencies". The Surgical clinics of North America. 96 (3): 407–24. PMID 27261785.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Sharp, VJ; Kieran, K; Arlen, AM (Dec 15, 2013). "Testicular torsion: diagnosis, evaluation, and management". American Family Physician. 88 (12): 835–40. PMID 24364548. Archived from the original on 2016-11-04.
- ↑ ୩.୦ ୩.୧ ୩.୨ ୩.୩ Wampler SM, Llanes M (September 2010). "Common scrotal and testicular problems". Prim. Care. 37 (3): 613–26, x. doi:10.1016/j.pop.2010.04.009. PMID 20705202.
- ↑ Schill, Wolf-Bernhard; Comhaire, Frank H.; Hargreave, Timothy B. (2006). Andrology for the Clinician (in ଇଂରାଜୀ). Springer Science & Business Media. p. 134. ISBN 9783540337133. Archived from the original on 2017-09-10.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Photos Archived 2019-10-02 at the Wayback Machine. of swollen, excised, and detorsed testicles of patient who sought treatment within four hours of onset of pain.