ଟିଜ୍ ସିଣ୍ଡ୍ରୋମ

ଏହି ରୋଗରା କଷ୍ଟୋକଣ୍ଡ୍ରାଲ ମିଳନ ସ୍ଥାନରେ ପ୍ରଦାହ ହୁଏ ।

ଟିଜ୍ ସିଣ୍ଡ୍ରୋମ ହେଉଛି ଏକ କଷ୍ଟୋକଣ୍ଡ୍ରାଲ ମିଳନ ସ୍ଥାନରେ ପ୍ରଦାହ ଯାହା ସାଧାରଣତଃ ଗୋଟିଏ ପାର୍ଶ୍ୱର ଦ୍ୱିତୀୟ କିମ୍ବା ତୃତୀୟ ପଞ୍ଜରାରେ ହୁଏ ।[] ଏହାର ଲକ୍ଷଣ ମଧ୍ୟରେ ସାମନା ଛାତିରେ ଦରଜ ଏବଂ ଫୁଲା ହୁଏ ।[] ସାଧାରଣତଃ କେବଳ ଗୋଟିଏ ଗଣ୍ଠି ଜଡ଼ିତ ହୁଏ ।[] ଛାତିର ଚଳନ ସମୟରେ ଅଧିକ ଯନ୍ତ୍ରଣା ହୋଇପାରେ ।[]

Tietze syndrome
Costochondral junction syndrome, chondropathia tuberosa[]
ବିଭାଗFamily medicine, emergency medicine
ଲକ୍ଷଣChest pain, swelling and tenderness[]
ଅବଧିWeeks to months[]
କାରଣUnclear[]
ବିପଦ କାରକPsoriatic arthritis, injury or surgery, chronic coughing[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other possible causes[]
ସଠିକ ରୋଗ ନିର୍ଣ୍ଣୟCostochondritis, acute coronary syndrome, pneumonia, gastroesophageal reflux disease, other types of arthritis[]
ଚିକିତ୍ସାNSAIDs, reassurance[]
PrognosisGood[]
ପୁନଃପୌନିକRare[]

କାରଣ ଅସ୍ପଷ୍ଟ ଅଟେ; ଯଦିଓ ଗୋଟିଏ ପ୍ରସ୍ତାବ ଅନୁସାରେ ସାମାନ୍ୟ ଆଘାତ ଯୋଗୁ ହୁଏ ।[] ସୋରିଆଟିକ ଗଣ୍ଠି ପ୍ରଦାହ, ଛାତିରେ ଆଘାତ ବା ଅସ୍ତ୍ରୋପଚାର ଜନିତ ଏବଂ ଦୀର୍ଘକାଳୀନ କାଶ ଯୋଗୁ ହୋଇପାରେ ।[] ଲକ୍ଷଣ ଓ ପରୀକ୍ଷା ପରେ ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇ ରୋଗ ନିର୍ଣ୍ଣୟ କରାଯାଏ ।[] ଅଲଟ୍ରାସାଉଣ୍ଡ ଚିତ୍ରରେ ଫୁଲା ଦେଖାଇପାରେ ଏବଂ ପ୍ରଦାହକାରୀ ନିର୍ମାତାମାନେ ଉଚ୍ଚ ଦେଖାଯାଇ ପାରନ୍ତି ।[] ଲକ୍ଷଣଗୁଡ଼ିକ କଷ୍ଟୋକଣ୍ଡ୍ରାଇଟିସ୍ ସହିତ ସମାନ କିନ୍ତୁ ଦୃଶ୍ୟମାନ ଫୁଲା ମଧ୍ୟ ଦେଖାଯାଏ ।[] ଅତିରିକ୍ତ ଭାବରେ ପ୍ରାୟ ଦ୍ୱିତୀୟରୁ ପଞ୍ଚମ ପଞ୍ଜରା କାଠି ଅଞ୍ଚଳରେ କଷ୍ଟୋଚଣ୍ଡ୍ରାଇଟିସ୍ ଏକାଧିକ ଦେଖାଯାଏ ।[]

ଚିକିତ୍ସାରେ ସାଧାରଣତଃ ଆଶ୍ୱାସନା, ବିଶ୍ରାମ ଏବଂ ସରଳ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଏ ଯେପରିକି ପାରାସେଟାମୋଲ (ଏସିଟାମିନୋଫେନ୍) ଏବଂ ଆଇବୁପ୍ରୋଫେନ୍[] [] ବେଳେବେଳେ କର୍ଟିକୋଷ୍ଟେରଏଡ ଇଞ୍ଜେକ୍ସନ ବ୍ୟବହାର କରାଯାଇପାରେ | [] ସାଧାରଣତ କିଛି ସପ୍ତାହରୁ କିଛି ମାସ ମଧ୍ୟରେ ଏହା ଉପଶମ ହୋଇଯାଏ ।[] []

ଟିଜ୍ ସିଣ୍ଡ୍ରୋମ୍ ବିରଳ ରୋଗ ବୋଲି ବିଶ୍ୱାସ କରାଯାଏ ।[] ଜରୁରୀକାଳୀନ ବିଭାଗରେ ପ୍ରାୟ ୧୫-୪୫% ଅଣହୃତ୍‌ପିଣ୍ଡ ସମ୍ବନ୍ଧୀୟ ଛାତି ଯନ୍ତ୍ରଣା ଅସ୍ଥିମାଂସପେଶୀ-ସ୍କେଲେଟାଲ୍ କାରଣରୁ ହୋଇଥାଏ ।[] ବଡ଼ ପିଲା ଏବଂ ସାନ ବୟସ୍କମାନେ ସାଧାରଣରଃ ପ୍ରଭାବିତ ହୁଅନ୍ତି ।| [] ଏହାକୁ ପ୍ରଥମେ ୧୯୨୧ ମସିହାରେ ଜର୍ମାନ ସର୍ଜନ ଆଲେକ୍ସଜାଣ୍ଡର୍ ଟିଜ ବର୍ଣ୍ଣନା କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Rosenberg, M; Conermann, T (January 2022). "Tietze Syndrome". StatPearls. PMID 33232033.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Mott, T; Jones, G; Roman, K (1 July 2021). "Costochondritis: Rapid Evidence Review". American family physician. 104 (1): 73–78. PMID 34264599.