[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଟିଙ୍କିଟାମ
town
Country India
StateSikkim
DistrictSouth Sikkim
Government
 • TypeMunicipal corporation
 • BodyNagar Palika
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣSK

ଟିଙ୍କିଟାମ ଭାରତୀୟ ରାଜ୍ୟ ସିକ୍କିମର ଦକ୍ଷିଣାଞ୍ଚଳରେ ଥିବା ଏକ ସହର । ଜିଲ୍ଲା ସଦର ମହକୁମା ନିମଚିଠାରୁ ଏଠାକୁ ପହଞ୍ଚିବାକୁ 45 ମିନିଟ ସମୟ ଲାଗେ । ଏହା ନିକଟରେ ପ୍ରସିଦ୍ଧ କଞ୍ଚନଜଙ୍ଘା ପର୍ବତ ଅବସ୍ଥିତ । ଏହି ସ୍ଥାନର ଭୌଗୋଳିକ ଅବସ୍ଥିତି 27°14′0″N 88°19′32″Eଠାରେ । 

Tଏହି ଆଞ୍ଚଲରେ ବିରଳ ପ୍ରଜାତିର ଅର୍ଚିଡ ବୃକ୍ଷୀ ଦେଖାଯାଇଥାଏ । ଏହାକୁ  "Lady's slipper" କୁହାଯାଇଥାଏ । ଏଥିରେ ଅକ୍ଟୋବର ମାସରେ ଫୁଲ ଧରେ । ଏଠାରେ ପାର୍ବତ୍ଯ ଢାଲୁ ଆଞ୍ଚଳରେ ଚାହା ଚାଷ ମଧ୍ୟ ହେଇଥାଏ । ଦେହନାମଠାରୁ ତେନ୍ଦୋଙ୍ଗ ଜାତୀୟ ପାର୍କ ଯାଏ ଟ୍ରେକିଙ୍ଗରେ ଗଲେ ବାଟରେ ଏକ ମୃତ ଆଗ୍ନେୟଗିରି ଦେଖିବାକୁ ମିଳେ । 

ଏଠାକାର ସ୍ଥାନୀୟ ଲୋକ ସାଧାରଣତଃ ଭୁଟିଆ ଓ ନେପାଲୀ ବଂଶଜ । ତାଙ୍କର ମୁଖ୍ୟ ଜୀବିକା ଲବଙ୍ଗ ଚାଷ ଓ ଚାହା ଚାଷ । ଏଠାରେ ମୁଖ୍ଯତଃ ନେପାଲୀ ଭାଷାର ପ୍ରଚଳନ ରହିଛି । 

ପ୍ରସିଦ୍ଧ ବ୍ୟକ୍ତିତ୍ୱ  ସମ୍ପାଦନା

ଭାରତର ଜଣେ ଶ୍ରେଷ୍ଠ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆ ଏହି ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । [୧] ବର୍ତ୍ତମାନ ମଧ୍ୟ ତାଙ୍କ ପରିବାର ସେଠାରେ ରହନ୍ତି । .[୨]

ଆଧାର  ସମ୍ପାଦନା

  • Tinkitam's Little Buddha; Deepak Sharma; Mumbai Mirror; pg 10; Sunday, 27 November 2005.
  1. http://isikkim.com/2012-12-baichung-bhutia%E2%80%99s-father-passes-away-today-6-3/
  2. http://www.northeasttoday.in/sports-news/bhaichung-bhutias-father-passes-away/