ଟି

୨୦୨୩ ଓଡ଼ିଆ କଥାଚିତ୍ର

ଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଓ ହିନ୍ଦୀ ଦ୍ୱି-ଭାଷୀ କଥାଚିତ୍ର, ଯାହାକି କିନ୍ନରମାନଙ୍କର ଜୀବନୀ ଉପରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜିତେଶ କୁମାର ପରିଡ଼ା ଓ ଜିତେନ୍ଦ୍ର ରାୟ । କୁଆଁର ଶକ୍ତି ସିଂହ ଓ ଜିତେଶ କୁମାର ପରିଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜିତେଶ କୁମାର ପରିଡ଼ା ।[୧]

ଟି
ନିର୍ଦ୍ଦେଶକଜିତେଶ କୁମାର ପରିଡ଼ା
ପ୍ରଯୋଜକଜିତେଶ କୁମାର ପରିଡ଼ା
ଜିତେନ୍ଦ୍ର ରାୟ
କାହାଣୀକୁଆଁର ଶକ୍ତି ସିଂହ
ଜିତେଶ କୁମାର ପରିଡ଼ା
କଳାକାରଦେବାଶିଷ ସାହୁ
ଉଷସୀ ମିଶ୍ର
ହର ରଥ
ସଙ୍ଗୀତତୁହିନ କେ ବିକାଶ
ଚିତ୍ରଗ୍ରହଣସର୍ବେଶ୍ୱର ଦାଶ
ସମ୍ପାଦକଅମରଜିତ ଓଝା
ମୁକ୍ତିଲାଭ ତାରିଖ
୨୫ ମଇ ୨୦୨୩
କଥାଚିତ୍ରର ସମୟ
୯୫ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ
ହିନ୍ଦୀ

ଦେବାଶିଷ ସାହୁ, ଉଷସୀ ସାହୁ, ହର ରଥ, ରଣବୀର କଳସୀ, ପ୍ରସନ୍ନଜିତ ମହାପାତ୍ର, ନିଶାନ୍ତ ତ୍ୟାଗୀ, ଳଳିତା ରାଜଦାନ, ତେଜସ ରାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର କାହାଣୀ ସମାଜସେବୀ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ ।[୩]

ଅଭିନୟ ସମ୍ପାଦନା

  • ଦେବାଶିଷ ସାହୁ
  • ଉଷସୀ ମିଶ୍ର
  • ହର ରଥ
  • ରଣବୀର କଳସୀ
  • ପ୍ରସନ୍ନଜିତ ମହାପାତ୍ର
  • ନିଶାନ୍ତ ତ୍ୟାଗୀ
  • ଳଳିତା ରାଜଦାନ
  • ତେଜସ ରାଠୀ

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତୁହିନ କେ ବିକାଶ । ଓଡ଼ିଆ ଭାଷାରେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ରଞ୍ଜନ କୁମାର ଦାସ ଏବଂ ହିନ୍ଦୀ ଭାଷା ପାଇଁ ଅର୍ଜୁନ ମେହେର, ଶୁଭ୍ର ଭଟ୍ଟାଚାର୍ଯ୍ୟ, ସଞ୍ଜୟ ଗାଏକୱାଡ଼ ଆଦି ଗୀତିକାରମାନେ ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଜଲସା"ରଞ୍ଜନ କୁମାର ଦାସଗୌରବ ଆନନ୍ଦ 

ମୁକ୍ତିଲାଭ ସମ୍ପାଦନା

ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୨୫ ତାରିଖରେ ଓଡ଼ିଆ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨] ଏହାର ମୁକ୍ତିଲାଭ ଉପରେ ପ୍ରଥମେ ସେନ୍‌ସର୍ ବୋର୍ଡ଼ ଆପତ୍ତି ଉଠେଇଥିଲା, ଓ ପରେ କିଛି ଦୃଶ୍ୟ କାଟିବା ପରେ ଏହାକୁ ୟୁ/ଏ ସାର୍ଟିଫିକେଟ୍ ମିଳିଥିଲା ।[୪]

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରଟିର ପୂର୍ବରୁ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ - ୨୦୨୨ରେ ପ୍ରଦର୍ଶିତ ହୋଇଥିଲା ।[୪]

ପୁରସ୍କାର ସମ୍ପାଦନା

  • ଗୋଲ୍ଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲ, ମୁମ୍ବାଇ: ସର୍ବୋତ୍ତମ ଏଲ୍‌ଜିବିଟି ଚଳଚ୍ଚିତ୍ର[୪]

ଆଧାର ସମ୍ପାଦନା

  1. "ରିଲିଜ୍ ଋତୁ". ଧରିତ୍ରୀ. No. ଭୁବନେଶ୍ୱର. 25 May 2023. p. ୧୭. Archived from the original on 23 September 2023. Retrieved 23 September 2023.
  2. ୨.୦ ୨.୧ "ଟି". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
  3. "ପ୍ରୟାସ ଅଭିନବ". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.
  4. ୪.୦ ୪.୧ ୪.୨ "ଚଳଚ୍ଚିତ୍ର 'ଟି'କୁ ଅନୁମତି". ସମ୍ବାଦ. 7 May 2023. Archived from the original on 11 September 2023. Retrieved 11 September 2023.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଟି