ଟାହିଆଲାଗି ବେଶ

(ଟାହ୍ୟାଲାଗି ବେଶରୁ ଲେଉଟି ଆସିଛି)

ଟାହିଆ ଲାଗି ବେଶ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ ସମୟରେ ଦେଖିବାକୁ ମିଳିଥାଏ । ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ, ବଳଭଦ୍ରସୁଭଦ୍ରା ଧାଡି ପହଣ୍ଡିରେ ରଥ ଉପରକୁ ଆସନ୍ତି । ସେହି ସମୟରେ ପ୍ରଭୁମାନଙ୍କୁ ସୁନ୍ଦର ଟାହିହା ମାନ ପିନ୍ଧାଇ ଦିଆଯାଇଥାଏ । ଏହି ମନଲୋଭା ବେଶକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକ ଥାଆନ୍ତି । ଏହି ଟାହିଆ ବା ମୁକୁଟ ବେତ-ବାଉଁଶ, ସୋଲ ଓ ଫୁଲରେ ନିର୍ମିତ ହୋଇଥାଏ । ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ । ସୋଲ ତିଆରି କଦମ୍ବ ଫୁଲ ଟାହିଆକୁ ସୁଦୃଶ୍ୟ କରି ଗଢିଥାଏ । ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।

ଆଧାର ସମ୍ପାଦନା

ବାହାର ତଥ୍ୟ ସମ୍ପାଦନା