ଟାଲିମୋଜିନ ଲାହେରପାରେପଭେକ

ଟାଲିମୋଜିନ ଲାହେରପାରେପଭେକ ( ଟି-ଭେକ୍ ), ଇମଲିଗିକ ତାହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମେଲାନୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଯାହା ଅପରେସନ କରିବା ସମ୍ଭବପର ନୁହେଁ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଚର୍ମ ଭିତରେ ଏବଂ ତଳେ ମେଲାନୋମା ପାଇଁ ବ୍ୟବହୃତ ହୁଏ ।[୩] ଏହା ସିଧାସଳଖ ରୋଗ ସ୍ଥାନରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୨] ଏହା ଆୟୁଷକୁ ପ୍ରଭାବିତ କରିବା ଦେଖାଯାଇ ନାହିଁ ।[୩]

ଟାଲିମୋଜିନ ଲାହେରପାରେପଭେକ
Transmission electron micrograph of an unmodified herpes simplex virus
Clinical data
Pronunciation/təˈlɪmən ləˌhɜːrpəˈrɛpvɛk/ tə-LIM-ə-JEEN-_
Trade namesT-Vec, Imlygic, OncoVexGM-CSF, others
AHFS/Drugs.commonograph
MedlinePlusa616006
data
Pregnancy
category
Routes of
administration
Injection
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ଜ୍ୱର, ବାନ୍ତି, ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହର୍ପିସ୍ ସଂକ୍ରମଣ, ସେଲ୍ୟୁଲାଇଟିସ୍, କିମ୍ବା ଇଞ୍ଜେକ୍ସନ୍, ଭାସ୍କୁଲାଇଟିସ, ପ୍ଲାମାସାଇଟୋମା ଏବଂ ଇଞ୍ଜେକସନ ନେଇଥିବା ସ୍ଥାନରେ ଚର୍ମ ମୃତ୍ୟୁ ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଅତ୍ୟଧିକ ରୋଗ ପ୍ରତିରୋଧକ ଶକ୍ତି ନ ଥିବା ଲୋକଙ୍କଠାରେ ଏହା କଦାପି ବ୍ୟବହାର କରାଯିବା ଉଚିତ ନୁହେଁ | [୪] ଏହା ଏକ ଜେନେଟିକ୍ ପ୍ରସ୍ତୁତ ହର୍ପସ୍ ଜୀବାଣୁ (ଏକ ଅଙ୍କୋଲାଇଟିକ ଭୂତାଣୁ) ଯାହା ମେଲାନୋମା କୋଷ ଭିତରେ ସଂକ୍ରମିତ ହୋଇ ବହୁଗୁଣିତ ହେବା ଫଳସ୍ୱରୂପ ସେମାନଙ୍କ ମୃତ୍ୟୁ ହୁଏ ।[୪] ଏହା କର୍କଟ ରୋଗ ପ୍ରତିରୋଧକ ପ୍ରତିକ୍ରିୟାକୁ ମଧ୍ୟ ଉତ୍ସାହିତ କରିଥାଏ ।[୪]

୨୦୧୫ମସିହାରେ ଆମେରିକା ଏବଂ ୟୁରୋପରେ ଟାଲିମୋଜିନ ଲାହେରପାରେପଭେକକୁ ଅନୁମୋଦନ କରାଯାଇଥିଲା ।[୪] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ୨୩,୦୦୦ ଡଲାର ପର୍ଯ୍ୟନ୍ତ ହୋଇଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୬,୭୦୦ ପାଉଣ୍ଡ ।[୬]

ଆଧାର ସମ୍ପାଦନା

  1. "Talimogene laherparepvec (Imlygic) Use During Pregnancy". Drugs.com. 25 December 2019. Archived from the original on 8 August 2020. Retrieved 2 April 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Talimogene Laherparepvec Monograph for Professionals". Drugs.com (in ଇଂରାଜୀ). Archived from the original on 7 August 2020. Retrieved 21 September 2021.
  3. ୩.୦ ୩.୧ ୩.୨ "Imlygic (talimogene laherparepvec)". U.S. Food and Drug Administration (FDA). Archived from the original on 9 March 2021. Retrieved 21 September 2021.
  4. ୪.୦ ୪.୧ ୪.୨ ୪.୩ "Imlygic". Archived from the original on 19 August 2021. Retrieved 21 September 2021.
  5. "Imlygic Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 April 2021. Retrieved 22 September 2021.
  6. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1007. ISBN 978-0-85711-369-6.{{cite book}}: CS1 maint: date format (link)