ଜୟରାମ ଟୁଡ଼ୁ
ଜୟରାମ ଟୁଡ଼ୁ (ଜନ୍ମ: ୧୨ ଅକ୍ଟୋବର ୧୯୬୪) ଜଣେ ସାନ୍ତାଳୀ ସାହିତ୍ୟିକ । ୨୦୨୦ ମସିହା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ ସୁନାରାମ ସୋରେନଙ୍କ ଜୀବନୀ ଉପରେ ଆଧାରିତ ଆତ୍ମଜୀବନୀ ଭଞ୍ଜ କୁଲ୍ ଭୁର୍କା: ଇପିଲ ସୁନାରାମ ସୋରେନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଜୟରାମ ଟୁଡ଼ୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମୁଣ୍ଡାବନୀ, ସୁନ୍ଦରଗଡ଼ | ୧୨ ଅକ୍ଟୋବର ୧୯୬୪
ବୃତ୍ତି | ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର |
ଜୀବନସାଥୀ | ଲୁସ୍କି ଟୁଡ଼ୁ |
ପିତାମାତା | ପିଥଚରଣ ଟୁଡ଼ୁ , ସାଲଗେ ଟୁଡ଼ୁ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଜୟରାମ, ୧୯୬୪ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ମୁଣ୍ଡାବନୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପିଥଚରଣ ଟୁଡ଼ୁ ଓ ମାତାଙ୍କ ନାମ ସାଲଗେ ଟୁଡ଼ୁ । ସେ ଜଗନ୍ନାଥପୁର ନିମ୍ନ ପ୍ରାଥମିକ ବିଦ୍ୟାଳୟ, ବାତି ହିଞ୍ଜା ମାଧ୍ୟମିକ ବିଦ୍ୟାଳୟ ଓ ରାଉରକେଲାର ସାର ଗାନ୍ଧୀ ହାଇସ୍କୁଲରୁ ନିଜ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ସେ ଏମପିସି କଲେଜ ବାରିପଦାରୁ ନିଜ ମହାବିଦ୍ୟାଳୟ ଶିକ୍ଷା ଲାଭ କରିଥିଲେ । ବାରିପଦାରୁ ସେ ଆଇଆଇଟି ତାଲିମ ମଧ୍ୟ ହାସଲ କରିଥିଲେ । ରାଉରକେଲା ଆଇନ ମହାବିଦ୍ୟାଳୟରୁ ଏଲ୍ଏଲ୍ବି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସାନ୍ତାଳୀ ଭାଷାରେ ସେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ସେ ରାଉରକେଲା ଇସ୍ପାତ କାରଖାନାରେ ଚାକିରୀ କରନ୍ତି । ତାଙ୍କ ପତ୍ନୀଙ୍କ ନାମ ଲୁସ୍କି ଟୁଡ଼ୁ ।[୧]
ରଚନାବଳୀ
ସମ୍ପାଦନା୧୯୮୩ ମସିହାରୁ ହାଇସ୍କୁଲରେ ପଢ଼ିବା ସମୟରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପିଲାଦିନେ ତାଙ୍କର କିଛି ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା । ୨୦୧୨ ମସିହାରୁ ସେ ନିୟମିତ ଲେଖିବା ଆରମ୍ଭ କରିଥିଲେ ।[୨]
ରଚନାବଳୀ
ସମ୍ପାଦନା- ଭଞ୍ଜ କୁଲ୍ ଭୁର୍କା: ଇପିଲ ସୁନାରାମ ସୋରେନ
- ସାରନା ଘୋରୋଂ ବୋଂଗା ବୁରୁ
- ଜାନମ ପାରସୀ ଅଡ଼ାଡ
- ଲୁଗୁ ବୁରୁ ଘଣ୍ଟା ବାଡ଼ି
- ବାବା ତିଲକା ମାଝି
- ଅରହୋଂ ପାଣ୍ଡୁଲିପି ଦୋ ତୋଂଗେ ମେନାକ ଗେୟା[୩]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର - ୨୦୨୦ (ଭଞ୍ଜ କୁଲ୍ ଭୁର୍କା: ଇପିଲ ସୁନାରାମ ସୋରେନ)[୪]
ଆଧାର
ସମ୍ପାଦନା- ↑ "ଜୟରାମ ଟୁଡ଼ୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ". www.samajalive.in. ସମାଜ. Archived from the original on 16 November 2021. Retrieved 16 November 2021.
{{cite web}}
:|archive-date=
/|archive-url=
timestamp mismatch; 10 ଅପ୍ରେଲ 2021 suggested (help) - ↑ "ଶିଶୁଙ୍କ ପାଇଁ ଲେଖିବାକୁ ହେଲେ ନିଜକୁ ଶିଶୁ ହେବାକୁ ପଡ଼େ: ଜୟରାମ ଟୁଡୁ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 15 November 2021. Retrieved 15 November 2021.
- ↑ "Sahitya Akademy Award: संताली लेखक रूपचांद हांसदा, जयराम टुडू एवं अंजलि किस्कू को साहित्य अकादमी पुरस्कार". www.jagran.com. ଜାଗରଣ. Archived from the original on 16 November 2021. Retrieved 16 November 2021.
- ↑ "କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ପୁରସ୍କୃତ ସାହିତ୍ୟିକ ସମ୍ମିଳନୀ: ଲେଖକୀୟ ଅଭିବ୍ୟକ୍ତି ରଖିଲେ ୧୮ ବାଳସାହିତ୍ୟ ପୁରସ୍କାର ବିଜେତା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 16 November 2021. Retrieved 16 November 2021.