ଜ୍ୟୋତ୍ସ୍ନା ରାଉତରାୟ

ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ

ଜ୍ୟୋତ୍ସ୍ନା ରାଉତରାୟ, ଓଡ଼ିଶାର ଜଣେ ବରିଷ୍ଠ ମହିଳା ଓଡ଼ିଆ ସାମ୍ବାଦିକ,[୨] ସମ୍ପାଦକ ଏବଂ ସାହିତ୍ୟିକା ଥିଲେ । ସେ ୧୯୫୮ ମସିହା ମଇ ମାସ ୧୧ ତାରିଖରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କର ପ୍ରଥମ ଉପନ୍ୟାସ 'ଗାଈର ଆତ୍ମକାହାଣୀ' ପ୍ରକାଶ ପାଇଥିଲା । ୧୯୮୪ ମସିହାରେ ସମ୍ବାଦ ଖବରକାଗଜରେ ଯୋଗଦାନ କରି, ସେ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ସେହି ସମୟରେ ଓଡ଼ିଶାରେ ମହିଳା ସାମ୍ବାଦିକମାନଙ୍କ ସଂଖ୍ୟା ଖୁବ ନଗଣ୍ୟ ଥିଲା ।[୩] ୨୨ ବର୍ଷ ସେ ସମ୍ବାଦର ସମ୍ପାଦନା ବିଭାଗରେ କାର୍ଯ୍ୟ କରିଥିଲେ । ୨୦୦୬ ମସିହାରୁ ସେ ମୁକ୍ତବୃତ୍ତି ସାମ୍ବାଦିକ ଭାବରେ କାର୍ଯ୍ୟ କରିଆସୁଥିଲେ । ସାମ୍ବାଦିକତା ବ୍ୟତିତ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି[୪] ଓ ସେ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି ।[୫] ୨୦୧୩ ମସିହା ଅଗଷ୍ଟ ମାସ ୬ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

ଜ୍ୟୋତ୍ସ୍ନା ରାଉତରାୟ
ଜନ୍ମ ଓ ଜନ୍ମସ୍ଥାନ(1958-05-11)୧୧ ମଇ ୧୯୫୮
ବାଲେଶ୍ୱର
ମୃତ୍ୟୁ୬ ଅଗଷ୍ଟ ୨୦୧୩(2013-08-06) (ବୟସ ୫୫)
ସମାଧି ସ୍ଥଳଭୁବନେଶ୍ୱର
ବୃତ୍ତିସାହିତ୍ୟିକା , ସାମ୍ବାଦିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରରାଜଧାନୀ ପୁସ୍ତକ ମେଳା ସମ୍ମାନ[୧]
ଜୀବନସାଥୀଜୀମୂତ ମଙ୍ଗରାଜ
ସନ୍ତାନଋତୁପର୍ଣା, ଅମୃତ

ଓଡ଼ିଆ ସାହିତ୍ୟକୁ ଅବଦାନ ସମ୍ପାଦନା

  • ପୋତାଶ୍ରୟ
  • ଅନ୍ୟ ନଦୀ ଅନ୍ୟ ଦିଗନ୍ତ
  • ଭିନ୍ନ ଭୂଗୋଳ
  • ଦ୍ରୌପଦୀ
  • କିଛି ନିର୍ଦୋଷ ଘଟଣା
  • ବୈତରଣୀ କୂଳର ଝିଅ
  • ପରାଜିତ ସାମ୍ରାଜ୍ଞୀ[୬][୭][୮][୯]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2022-07-07. Retrieved 2013-08-07. {{cite web}}: Cite has empty unknown parameter: |1= (help)
  2. http://orissa.gov.in/e-magazine/orissaannualreference/ORA-2011/pdf/296-305.pdf
  3. "ଆର୍କାଇଭ୍ କପି". Archived from the original on 2013-03-15. Retrieved 2013-08-07. {{cite web}}: Cite has empty unknown parameter: |1= (help)
  4. Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3. Retrieved 7 August 2013.
  5. "ଆର୍କାଇଭ୍ କପି". Archived from the original on 2014-03-13. Retrieved 2013-08-07. {{cite web}}: Cite has empty unknown parameter: |1= (help)
  6. ସମ୍ବାଦ ୦୭/୦୮/୨୦୧୩ ପୃଷ୍ଠା ୩
  7. ଧରିତ୍ରୀ ୦୭/୦୮/୨୦୧୩ ପୃଷ୍ଠା ୧୩
  8. http://www.enewsinsight.com/odisha-insight/a-tribute-to-woman-journalist-jyotsna-routray/
  9. http://timesofindia.indiatimes.com/city/bhubaneswar/Senior-journalist-Jyotsna-dead/articleshow/21668360.cms