ଜ୍ୟୋତି ସୁନିତା କୁଲୁ
ଫିଲ୍ଡ ହକି ଖେଳାଳୀ
ଜ୍ୟୋତି ସୁନିତା କୁଲୁ (ଜନ୍ମ : ୯ ସେପ୍ଟେମ୍ବର ୧୯୭୮)[୧] ସୁନ୍ଦରଗଡ଼ଠାରେ ଜନ୍ମଗ୍ରହଣ କରିଥିବା[୨])ଭାରତର ଜଣେ ମହିଳା ଫିଲ୍ଡ ହକି ଖେଳାଳୀ । ଭାରତ ପାଇଁ ସେ ୧୭୯ଟି ମ୍ୟାଚ ଖେଳି ୩୫ରୁ ଅଧିକ ଗୋଲ କରିଛନ୍ତି । ସେ ୧୯୯୬ ମସିହାରେ ନୂଆ ଦିଲ୍ଲୀରେ ଖେଳାଯାଇଥିବା ଇନ୍ଦିରା ଗାନ୍ଧୀ ଗୋଲ୍ଡ କପରେ ନିଜର ପ୍ରଥମ ଆନ୍ତର୍ଜାତିୟ ମ୍ୟାଚ ଖେଳିଥିଲେ । ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହନସବର୍ଗରେ ଖେଳାଯାଇଥିବା ଚମ୍ପିୟାନ ଚାଲେଞ୍ଜ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଛ'ଟି ମ୍ୟାଚରେ ପାଞ୍ଚଟି ଗୋଲ କରିଥିଲେ । ସେହି ବର୍ଷ ଇଂଲଣ୍ଡର ମାଞ୍ଚେଷ୍ଟରରେ ଖେଳାଯାଇଥିବା "ରାଷ୍ଟ୍ରମଣ୍ଡଳ ଖେଳ"ରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ସୁନ୍ଦରଗଡ଼, ଓଡ଼ିଶା | ୯ ସେପ୍ଟେମ୍ବର ୧୯୭୮||||||||||||||||||||||||||||||||
Medal record
|
ଜ୍ୟୋତି, ହକି ଖେଳାଳି "ଆଲବର୍ଟ ଟେଟେ"ଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ସେ ଭାରତୀୟ ରେଲବାଇରେ କାର୍ଯ୍ୟରତ ।[୩]
ଆନ୍ତର୍ଜାତୀୟ ସିନିଅର ଟୁର୍ଣ୍ଣାମେଣ୍ଟ
ସମ୍ପାଦନା- ୧୯୯୬ – ''ଇନ୍ଦିରା ଗାନ୍ଧୀ ଗୋଲ୍ଡ କପ, ନୂଆ ଦିଲ୍ଲୀ''
- ୧୯୯୭ – ୱାର୍ଲଡକପ କ୍ୱାଲିଫାୟାର, ହାରରେ (ଚତୁର୍ଥ)
- ୧୯୯୮ – World Cup, Utrecht (12th)
- ୧୯୯୮ – Commonwealth Games, Kuala Lumpur (4th)
- ୧୯୯୮ – Asian Games, Bangkok (2nd)
- ୧୯୯୯ – ''Hockey Asia Cup'', New Delhi (2nd)
- ୨୦୦୦ – Olympic Qualifier, Milton Keynes (10th)
- ୨୦୦୧ – World Cup Qualifier, Amiens/Abbeville (7th)
- ୨୦୦୨ – Champions Challenge, Johannesburg (3rd)
- ୨୦୦୨ – Commonwealth Games, Manchester (1st)
- ୨୦୦୨ – Asian Games, Busan (4th)
- ୨୦୦୩ – ''Afro-Asian Games'', Hyderabad (1st)
- ୨୦୦୪ – ''Hockey Asia Cup'', New Delhi (1st)
- ୨୦୦୬ – Commonwealth Games, Melbourne (2nd)
- ୨୦୦୬ – World Cup, Madrid (11th)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଅର୍ଜୁନ ପୁରସ୍କାର - ୨୦୦୭[୪]
ଆଧାର
ସମ୍ପାଦନା- ↑ "Personalities". orisports.com. Retrieved 26 January 2017.
- ↑ "Jyoti Sunita KULLU". bharatiyahockey.org. Retrieved 26 January 2017.
- ↑ "ସ୍ୱର୍ଣ୍ଣ ବିଜେତା ଓଡ଼ିଆ". ସମ୍ବାଦ ୩୦/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୧. Retrieved 30 March 2018.[permanent dead link]
- ↑ "Arjuna award came too late: Jyoti S Kullu". DNA. Retrieved 26 January 2017.
ବାହାର ଆଧାର
ସମ୍ପାଦନା- Commonwealth Games Biography Archived 2016-03-04 at the Wayback Machine.