ଜ୍ୟୋତିଷଶାସ୍ତ୍ର ଏକ ଛଦ୍ମ ବିଜ୍ଞାନ ଅଟେ, ଯାହା ଖଗୋଳିୟ ପିଣ୍ଡର ଚଳଣୀ ଏବଂ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ଦିବ୍ୟ କଥାବସ୍ତୁର ଦାବି କରିଥାଏ ।[୧][୨][୩] ଏହି ଶାସ୍ତ୍ରଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରାମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବର ଅଧ୍ୟୟନ କରାଯାଇ ପାରେ । ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷତ୍ରଦ୍ୱାରା ସମ୍ବନ୍ଧିତ ରଖୁଥିବା ବିଦ୍ୟା । ଯଦିଓ ଏହି ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ୟୋତିଷର ମଧ୍ୟ ବୋଧ ହୋଇଥାଏ, ତଥାପି ସାଧାରଣ ଲୋକ ଜ୍ୟୋତିଷ ବିଦ୍ୟାଦ୍ୱାରା ଫଳିତ ବିଦ୍ୟାର ଅର୍ଥ ବୋଲି ଭାବି ନିଅନ୍ତି।

ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଏକ ଚିତ୍ର

ଭାରତୀୟ ଜ୍ୟୋତିଷରେ ସୂର୍ଯ୍ୟ ସିଦ୍ଧାନ୍ତ ଆଦି ଗ୍ରନ୍ଥରୁ ଆସୁଥିବା ବିନ୍ଦୁ ହିଁ ମେଷ ଆଦିର ଗଣନା କରାଯାଏ । ଏହିପ୍ରକାରେ ପାଶ୍ଚାତ୍ୟ ଗଣନା ପ୍ରଣାଳୀ ତଥା ଭାରତୀୟ ଗଣନା ପ୍ରଣାଳୀରେ ପାଖାପାଖି ୨୩ ଅଂଶର ଅନ୍ତର ପଡିଥାଏ। ଭାରତରେ ୧୨ଟି ରାଶିକୁ ୨୭ଟି ବିଭାଗରେ ଭାଗ କରାଯାଇଛି , ଯାହାକୁ ନକ୍ଷତ୍ର କୁହାଯାଏ । ଫଳାଫଳର ବିଚାର ପାଇଁ ଚନ୍ଦ୍ରମା' ନକ୍ଷତ୍ରର ବିଶେଷ ଉପଯୋଗ କରାଯାଏ ।

ପରିଚୟ ସମ୍ପାଦନା

ଜ୍ୟୋତିଷ ଶାସ୍ତ୍ର (ପ୍ରାଚୀନ ଗ୍ରୀକ ଭାଷା) ἄστρονର ଶବ୍ଦ "ଏସ୍ଟ୍ରୋନ" (ତାରା ସମୂହ) -λογία ଏବଂ "ଲୋଜି" -logia) (ଅଧ୍ୟୟନରୁ ନିଆ ଯାଇଥିବା ବିଷୟ) । ଏହି ତନ୍ତ୍ର ପରମ୍ପରା ପ୍ରଥା (tradition) ଏବଂ ବିଶ୍ୱାସ (belief)ର ସମୂହ ଅଟେ ଯାହା ଜରିଆରେ ଖଗୋଳିୟ ପିଣ୍ଡ (ଆକାଶୀୟ ପିଣ୍ଡ) (celestial bodies)ର ତୁଳନାତ୍ମକ ସ୍ଥିତି ଏବଂ ଅନ୍ୟ ସମ୍ବନ୍ଧୀୟ ବିବରଣୀର ଆଧାରରେ ବ୍ୟକ୍ତିତ୍ୱ, ମନୁଷ୍ୟର ଜୀବନରେ ଜଡ଼ିତ ମାମଲା ଏବଂ ଅନ୍ୟ ସାଂସାରିକ ବିଷୟକୁ ବୁଝି ତାହାର ବ୍ୟାଖ୍ୟା କରାଯାଏ ଏବଂ ଏହି ସନ୍ଦର୍ଭରେ ସୂଚନା ଗୁଡିକୁ ସଂଗଠିତ କରାଯାଏ ।

ଜ୍ୟୋତିଷର ବିଶ୍ୱାସ ଥାଏ ଯେ, ଖଗୋଳିୟ ପିଣ୍ଡର ଚଳଣୀ ଓ ତାହାର ସ୍ଥିତି ହୁଏତ ପୃଥିବୀକୁ ସିଧା ଉପାୟରେ ପ୍ରସ୍ତାବିତ କରିଥାଏ କିମ୍ବା କୌଣସି ପ୍ରକାରେ ମାନବଦ୍ୱାରା ଅନୁଭବ କରାଯାଉଥିବା ଘଟଣାରେ ସମ୍ଭନ୍ଧ ହୋଇଥାଏ । [୪] ଆଧୁନିକ ଜ୍ୟୋତିଷଦ୍ୱାରା ଜ୍ୟୋତିଷକୁ ଏକ ପ୍ରତୀକାତ୍ମକ ଭାଷା (symbolic language)[୫][୬][୭], ଏକ କଳା ରୂପେ କିମ୍ବା ଭବିଷ୍ୟ କଥନ, ପୂର୍ବଭାଷ (divination),[୮][୯] ରୂପେ ପରିଭାଷିତ କରାଯାଇଛି । ବହୁ ବୈଜ୍ଞାନିକମାନେ ଏହାକୁ ଏକ ଛଦ୍ମ ବିଜ୍ଞାନ (pseudoscience) କିମ୍ବା ଅନ୍ଧବିଶ୍ୱାସ (superstition)ର ନାମ ଦେଇଛନ୍ତି ।[୧୦][୧୧] ପରିଭାଷାରେ ଅନ୍ତର ହେବା ପରେ ମଧ୍ୟ, ଜ୍ୟୋତିଷ ବିଦ୍ୟାର ଏକ ସାମାନ୍ୟ ଧାରଣା ରହିଛି ଯେ, ଖଗୋଳିୟ ପିଣ୍ଡ ନିଜ କ୍ରମ ସ୍ଥାନରୁ ଭୁତ ଏବଂ ବର୍ତ୍ତମାନର ଘଟଣା ଓ ଭବିଷ୍ୟବାଣୀ (prediction)କୁ ବୁଝିବାରେ ସାହାଯ୍ୟ କରିପାରେ । ଏକ ମତଦାନରେ ୩୧% ଆମେରିକୀୟମାନେ ଜ୍ୟୋତିଷ ଉପରେ ନିଜର ବିଶ୍ୱାସ ପ୍ରକଟ କରିଥିଲେ ଏବଂ ଏକ ଅନ୍ୟ ଅଧ୍ୟୟନ ଅନୁସାରେ, ୩୯% ଲୋକ ଏହାକୁ ବିଜ୍ଞାନ ବୋଲି ମାନିଛନ୍ତି ।[୧୨][୧୩][୧୪][୧୫]

କୁଣ୍ଡଳୀ ସମ୍ପାଦନା

କୁଣ୍ଡଳୀ ଏପରି ଏକ ଚକ୍ର, ଯାହାଦ୍ୱାରା କୌଣସି ଇଷ୍ଟ କାଳରେ ରାଶି ଚକ୍ର "କ୍ରାନ୍ତି ଚକ୍ର"ଦ୍ୱାରା ସମ୍ବନ୍ଧିତ ହୋଇଥାଏ , ଯାହାର ସ୍ଥିତି ଅକ୍ଷାଂଶର ଭିନ୍ନତା କାରଣରୁ ବିଭିନ୍ନ ଦେଶରେ ଏକାପରି ହୋଇ ନଥାଏ । ଅତଏବ ରାଶି ଚକ୍ରର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ସମୟ ତଥା ନିଜ ସ୍ଥାନରେ ରହିଥିବା ରାଶିମାନଙ୍କର ଉଦୟ ସ୍ଥିତି (ସ୍ୱୋଦୟ) ଜ୍ଞାନ ଆବଶ୍ୟକ ଅଟେ । ରାଶିମାନଙ୍କର ଅଙ୍କଦ୍ୱାରା ବ୍ୟକ୍ତ କରାଯାଏ । ଏହିପ୍ରକାର ରାଶିଚକ୍ରକୁ କୁଣ୍ଡଳୀ କୁହାଯାଏ । ଭାରତୀୟ ପଦ୍ଧତିରେ ୭ଟି ଗ୍ରହ ହେଲେ : ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଶନି, ରାହୁ ଓ କେତୁ । ପାଶ୍ଚାତ୍ୟ ପ୍ରଣାଳୀରେ (୧) ମେଷ, (୨) ବୃଷ, (୩) ମିଥୁନ, (୪) କର୍କଟ, (୫) ସିଂହ, (୬) କନ୍ୟା, (୭) ତୁଳା, (୮) ବିଛା, (୯) ଧନୁ, (୧୦) ମକର , (୧୧) କୁମ୍ଭ, (୧୨) ମୀନ ରାଶି ମାନଙ୍କ ପାଇଁ କ୍ରମଶଃ ନିମ୍ନ ଲିଖିତ ଚିହ୍ନ ରହିଛି :

1 2 3 4 5 6 7 8 9 10 11. 12

(1) ବୁଧ, (2) ଶୁକ୍ର, (3) ପୃଥିବୀ, (4) ମଙ୍ଗଳ, (5) ଗୁରୁ, (6) ଶନି, (7) ବାରୁଣୀ, (8) ବରୁଣ, ତଥା (9) ଯମ ଗ୍ରହ ମାନଙ୍କ ପାଇଁ କ୍ରମଶଃ ନିମ୍ନ ଲିଖିତ ଚିହ୍ନ ଅଟେ :

1 2 3 4 5 6 7 8 9

ତଥା ସୂର୍ଯ୍ୟ ଏବଂ ଚନ୍ଦ୍ରମା ପାଇଁ ପ୍ରଯୁକ୍ତ ହୋଇଥାଏ।

ଘାତକ ସମ୍ପାଦନା

ଗ୍ରହ ସମ୍ପାଦନା

ଗୃହ English Nameraju tripati ଲିଙ୍ଗ ବିଂଶୋତରୀ ଦଶା (ବର୍ଷ)21 8 1986
ସିର୍ଯ୍ୟ Sun ପୁଲିଙ୍ଗ 6
ଚନ୍ଦ୍ର Moon ସ୍ତ୍ରୀଲିଙ୍ଗ 10
ମଙ୍ଗଳ Mars ପୁଲିଙ୍ଗ 7
ବୁଧ Mercury ନପୁସଂକ 17
ବୃହସ୍ପତି Jupiter ପୁଲିଙ୍ଗ 16
ଶୁକ୍ର Venus ସ୍ତ୍ରୀଲିଙ୍ଗ 20
ଶନି Saturn ପୁଲିଙ୍ଗ 19
ରାହୁ Dragon’s Head ପୁଲିଙ୍ଗ 18
କେତୁ Dragon’s Tail ପୁଲିଙ୍ଗ 7

ରାହୁ ଏବଂ କେତୁ ବାସ୍ତବିକ ଗୃହ ନୁହନ୍ତି , ଏହାକୁ ଛାୟା ଗ୍ରହ କୁହାଯାଏ ।

ଗ୍ରହ ମାନଙ୍କ ମଧ୍ୟରେ ମିତ୍ରତା-ଶତ୍ରୁତା ଏହି ପ୍ରକାର ହୋଇଥାଏ :

ଗୃହ ମିତ୍ର ଶତ୍ରୁ ସମ
ସୂର୍ଯ୍ୟ ଚନ୍ଦ୍ର, ମଙ୍ଗଳ, ଗୁରୁ ଶୁକ୍ର, ଶନି ବୁଧ
ଚନ୍ଦ୍ର ସୂର୍ଯ୍ୟ, ବୁଧ ମଙ୍ଗଳ, ଗୁରୁ, ଶୁକ୍ର, ଶନି
ମଙ୍ଗଳ ସୂର୍ଯ୍ୟ, ଚନ୍ଦ୍ର, ଗୁରୁ ବୁଧ ଶୁକ୍ର, ଶନି
ବୁଧ ସୂର୍ଯ୍ୟ, ଶୁକ୍ର ଚନ୍ଦ୍ର ମଙ୍ଗଳ, ଗୁରୁ, ଶନି
ଗୁରୁ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ ବୁଧ, ଶୁକ୍ର ଶନି
ଶୁକ୍ର ବୁଧ, ଶନି ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ ଗୁରୁ
ଶନି ବୁଧ, ଶୁକ୍ର ସୂର୍ଯ୍ୟ, ଚନ୍ଦ୍ର ମଙ୍ଗଳ, ଗୁରୁ

ରାଶି ସମ୍ପାଦନା

ରାଶି English Name ସ୍ୱଭାବ ରାଶି ସ୍ୱାମୀ
ମେଷ Aries ଚର ମଙ୍ଗଳ
ବୃଷ Taurus ସ୍ଥିର ଶୁକ୍ର
ମିଥୁନ Gemini ଦୁଇ ସ୍ୱଭାବ ବୁଧ
କର୍କଟ Cancer ଚର ଚନ୍ଦ୍ର
ସିଂହ Leo ସ୍ଥିର ସୂର୍ଯ୍ୟ
କନ୍ୟା Virgo ଦୁଇ ସ୍ୱଭାବ ବୁଧ
ତୁଳ Libra ଚର ଶୁକ୍ର
ବିଛା Scorpio ସ୍ଥିର ମଙ୍ଗଳ
ଧନୁ Sagittarius ଦୁଇ ସ୍ୱଭାବ ଗୁରୁ
ମକର Capricorn ଚର ଶନି
କୁମ୍ଭ Aquarius ସ୍ଥିର ଶନି
ମୀନ Pisces ଦୁଇ ସ୍ୱଭାବ ଗୁରୁ

ଯଦି ୩୬୦°କୁ ୧୨ରେ ବୁଭାଜିତ କରାଯାଏ, ତେବେ ରାଶି ୩୦° ହୋଇଥାଏ ।

ଆଧାର ସମ୍ପାଦନା

  1. "astrology". Oxford Dictionary of English. Oxford University Press. Archived from the original on 30 November 2015. Retrieved 11 December 2015.
  2. "astrology". Merriam-Webster Dictionary. Merriam-Webster Inc. Retrieved 11 December 2015.
  3. Bunnin, Nicholas; Yu, Jiyuan (2008). The Blackwell Dictionary of Western Philosophy. John Wiley & Sons. p. 57. ISBN 9780470997215.
  4. David Pingree. "The Dictionary of the History of Ideas, Astrology". Retrieved 2007-12-18.
  5. Reinhold Ebertin (1994). Combination of Stellar Influences. Tempe, Ariz.: American Federation of Astrologers. ISBN 978-0866900874.
  6. Michael Star. "Astrology FAQ, Basics for Beginners and Students of Astrology". Retrieved 2006-07-17.
  7. Alan Oken. Alan Oken’s As Above So Below. ISBN 978-0553027761.
  8. "Merriam-Webster Online Dictionary". Meriam-Webster. Retrieved 2006-07-19.
  9. ""astrology" Encyclopædia Britannica. 2006". Britannica Concise Encyclopedia. Retrieved 2006-07-17.
  10. "Activities With Astrology". Astronomical society of the Pacific.
  11. "Objections to Astrology: A Statement by 186 Leading Scientists". The Humanist, September/October 1975. Archived from the original on 2009-03-18. Retrieved 2019-10-11.
  12. Humphrey Taylor. "The Religious and Other Beliefs of Americans 2003". Archived from the original on 2009-09-25. Retrieved 2007-01-05.
  13. "Science and Technology: Public Attitudes and Understanding". National Science Foundation. Archived from the original on 2011-12-30. Retrieved 2007-01-05.
  14. "Astrology". Encarta. Microsoft. 2008. Archived from the original on 2009-10-28. Retrieved 2007-08-28. Scientists have long rejected the principles of astrology, but millions of people continue to believe in or practice it.
  15. ज्योतिष: धोखाधड़ी या अंधविश्वास?चाज़ बुफे द्वारा "Astrology Fraud or Superstition". See Sharp Press. Archived from the original on 2019-02-14. Retrieved 2019-10-11.