ଜ୍ୟାକ‌ହ୍ୟାମର ଏସୋଫେଗସ

ଜ୍ୟାକ‌ହ୍ୟାମର ଏସୋଫେଗସ, ପୂର୍ବରୁ ନଟକ୍ରାକର ଏସୋଫେଗସ ଭାବରେ ଜଣାଶୁଣା, ଏପରି ଏକ ଅବସ୍ଥା ଯେଉଁଥିରେ ଗ୍ରାସନଳୀ ବା ଏସୋଫ୍ୟାଗସ୍ର ଅତ୍ୟଧିକ ଶକ୍ତିଶାଳୀ ସଂକୋଚନ ହୋଇଯାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଗିଳିବା ଅସୁବିଧା, ଖାଦ୍ୟ ବାହାରିଆସିବା, ବୁକୁଜ୍ୱାଳା ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୩] ରୋଗ ଜଟିଳ ହେଲେ କ୍ୱଚିତ୍ ଆଚାଲାସିଆ ହୋଇପାରେ ।[୧]

Nutcracker esophagus,[୧] esophageal hypercontractility,[୨] hypercontractile esophagus,[୧] nutcracker achalasia
ଫାଇଲ:PMC5003212 gnl-10-859f1 (1).png
Jackhammer esophagus with normal distal latency on esophageal high-resolution manometry
ବିଭାଗGastroenterology
ଲକ୍ଷଣDifficulty swallowing, chest pain[୩]
କାରଣUnknown[୩]
ବିପଦ କାରକObesity, GERD[୩]
ରୋଗ ନିର୍ଣ୍ଣୟ ପଦ୍ଧତିEsophageal manometry[୨]
ଚିକିତ୍ସାProton pump inhibitors, hyoscine butylbromide, antidepressants, esophageal dilation, surgery[୩]
PrognosisOften resolves with time[୩]
ପୁନଃପୌନିକRare[୧]

ଏହାର କାରଣ ଜଣା ପଡିନାହିଁ। ।[୩] ସଙ୍କଟକାରକ ଗୁଡ଼ିକ ମଧ୍ୟରେ ମେଦବହୁଳତା ଏବଂ ଗାସ୍ଟ୍ରୋଏସିଫେଜିଆଲ ରିଫ୍ଲକ୍ସ ଡିଜିଜ ବା GERD ହୋଇପାରେ । [୩] ଏସୋଫେଗସ ସଂକୋଚନ ଶକ୍ତି ଅତ୍ୟଧିକ ଥିଲେ ମଧ୍ୟ ସମନ୍ୱିତ ରହିଥାଏ ।[୨] ଗ୍ରାସନଳୀ ମାନୋମେଟ୍ରି ସାହାଯ୍ୟରେ ଦୂରବର୍ତ୍ତୀ ସଙ୍କୋଚନ ଇଣ୍ଟେଗ୍ରାଲ ୮,୦୦୦ ମିମି ପାରଦ ବା ୨୨୦ ମିମି ପାରଦରୁ ଚାପ ଅଧିକ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୨] ଆଚାଲାସିଆ ଏବଂ ବିକ୍ଷିପ୍ତ ଗ୍ରାସନଳୀ ଡିଫ୍ୟୁଜ୍ ଏସୋଫେଜାଲ୍ ସ୍ପାଜମ୍ ସହିତ ଏହା ଏକ ପ୍ରକାର ଗ୍ରାସନଳୀ ପ୍ରଚଳନ ରୋଗ । [୨]

ଚିକିତ୍ସା ବିକଳ୍ପଗୁଡ଼ିକରେ ପ୍ରୋଟନ୍ ପମ୍ପ ଇନହିବିଟର, କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ସ, ନାଇଟ୍ରେଟ୍ସ, ହାୟୋସିନ୍ ବ୍ୟୁଟାଇଲବ୍ରୋମାଇଡ, ଆଣ୍ଟିଡିପ୍ରେସାଣ୍ଟ, ସ୍ଫିତ ଗ୍ରାସନଳୀ ଏବଂ ସର୍ଜରୀ ଅନ୍ତର୍ଭୁକ୍ତ ହୋଇପାରେ; ତଥାପି, ଏଗୁଡିକୁ ସମର୍ଥନ କରିବାର ସଠିକ ପ୍ରମାଣ ନାହିଁ ।[୩] [୪] ପ୍ରାୟତଃ ନିର୍ଦ୍ଦିଷ୍ଟ ପଦକ୍ଷେପ ବିନା ଏହି ରୋଗର ସ୍ୱୟଂ ସମାଧାନ ହୁଏ ।[୩]

ଏହା ଏକ ବିରଳ ରୋଗ ଅଟେ ।[୧] ଏହା ମୁଖ୍ୟତ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ ପ୍ରଭାବିତ କରିଥାଏ ।[୧] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୪] ଏହି ଅବସ୍ଥା ପ୍ରଥମେ ୧୯୭୦ ଦଶକରେ ବର୍ଣ୍ଣନା କରାଯାଇଥିଲା ।[୪] "ନଟକ୍ରାକର ଏସୋଫାଗସ୍" ବର୍ଦ୍ଧିତ ଚାପ ଯୋଗୁ ହୋଇଥାଏ ଯାହା ଯାନ୍ତ୍ରିକ ନଟକ୍ରାକର ଭଳି ଚାପ ସୃଷ୍ଟି କରୁଥିବାରୁ ଏହି ତୁଳନାତ୍ମକ ଶବ୍ଦ ବ୍ୟବ‌ହାର କରାଯାଇଛି । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Wilkinson, JM; Halland, M (1 September 2020). "Esophageal Motility Disorders". American family physician. 102 (5): 291–296. PMID 32866357.
  2. ୨.୦ ୨.୧ ୨.୨ ୨.୩ ୨.୪ Roman, S; Kahrilas, PJ (March 2013). "Management of spastic disorders of the esophagus". Gastroenterology clinics of North America. 42 (1): 27–43. doi:10.1016/j.gtc.2012.11.002. PMID 23452629.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Savarino, E; Smout, AJPM (November 2020). "The hypercontractile esophagus: Still a tough nut to crack". Neurogastroenterology and motility : the official journal of the European Gastrointestinal Motility Society. 32 (11): e14010. doi:10.1111/nmo.14010. PMID 33043556.
  4. ୪.୦ ୪.୧ ୪.୨ Townsend, Courtney M.; Beauchamp, R. Daniel; Evers, B. Mark; Mattox, Kenneth L. (22 April 2016). Sabiston Textbook of Surgery (in ଇଂରାଜୀ). Elsevier Health Sciences. p. 1016. ISBN 978-0-323-40163-0. Archived from the original on 23 July 2022. Retrieved 20 July 2022.
  5. Madgaonkar, C. S.; CS, Madgaonkar (August 2011). Diagnosis: A Symptom-based Approach in Internal Medicine (in ଇଂରାଜୀ). JP Medical Ltd. p. 99. ISBN 978-93-80704-75-3. Archived from the original on 2022-07-23. Retrieved 2022-07-20.