ଜ୍ୱାଳା ଗୁଟ୍ଟା
ଜ୍ୱାଳା ଗୁଟ୍ଟା , ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ମହିଳା ଦବଳସ୍ ଖେଳାଳିର ମାନ୍ୟତା ଦିଆଯାଇଥାଏ । ସେ ୧୪ ଥର ଜାତୀୟ ବେଡମିଣ୍ଟନ ଚମ୍ପିୟାନଶିପରେ ମହିଳା ଦବଳସ୍ରେ ବିଜୟୀ ହେଇଛନ୍ତି । ପ୍ରଥମେ ଶ୍ରୁତି କୁରିଏନଙ୍କ ସହ ପାର୍ଟନରଶିପ ଓ ପରେ ଅଶ୍ୱିନୀ ପୋନାପ୍ପାଙ୍କ ସହ ମିଶି ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତା ଜିତି ପରିଛନ୍ତି । ବିଶ୍ୱ ରେଙ୍କିଙ୍ଗରେ ସେ ଅଶ୍ୱିନୀଙ୍କ ସହ ୨୦ ରେଙ୍କ ଭିତରେ ବହୁଦିନ ଧରି ରହିଛନ୍ତି ।ଅର୍ଜୁନ ପୁରସ୍କାର ସମେତ ଅନେକ ପୁରସ୍କାରର ବିଜେତା ଜ୍ୱାଳା ମହିଳା ସଶକ୍ତିକରଣର ଜଣେ ବଳିଷ୍ଠ କର୍ମୀ ।
ଜ୍ୱାଳା ଗୁଟ୍ଟା | |||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||||||
ଜନ୍ମ | Wardha, Maharashtra, India | ୭ ସେପ୍ଟେମ୍ବର ୧୯୮୩||||||||||||||||||||||||||||||||||||||||||||||||||||||||
ବାସସ୍ଥାନ | Hyderabad, Telangana, India | ||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.83 m (6 ft 0 in)[୧] | ||||||||||||||||||||||||||||||||||||||||||||||||||||||||
ଓଜନ | 60 kg (130 lb; 9.4 st) | ||||||||||||||||||||||||||||||||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||||||||||||||||||||||||||||||||
ସକ୍ରିୟ କାଳ | 2001–Present | ||||||||||||||||||||||||||||||||||||||||||||||||||||||||
କେଉଁ ହାତ ବ୍ୟବହାର କରନ୍ତି | Left | ||||||||||||||||||||||||||||||||||||||||||||||||||||||||
Mixed Doubles/ Women's Doubles | |||||||||||||||||||||||||||||||||||||||||||||||||||||||||
ସର୍ବୋଚ୍ଚ ରାଙ୍କ | 6 (in XD) (Aug 2010) 10 (in WD) (20 August 2015) | ||||||||||||||||||||||||||||||||||||||||||||||||||||||||
ବର୍ତ୍ତମାନ ରାଙ୍କ | 14 (in WD) (5 May 2016) | ||||||||||||||||||||||||||||||||||||||||||||||||||||||||
Medal record
| |||||||||||||||||||||||||||||||||||||||||||||||||||||||||
BWF Profile |
ପ୍ରାରମ୍ଭିକ ଜୀବନୀ ଓ ଜୁନିଅର ସ୍ତରରେ ଉପଲବ୍ଧି
ସମ୍ପାଦନାଜ୍ୱାଳା ଗୁଟ୍ଟା ୧୯୮୩ ମସିହା ସେପ୍ଟେମ୍ବର ୭ରେ ୱାର୍ଦ୍ଧା , ମହାରାଷ୍ଟ୍ରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ପରେ ହାଇଦ୍ରାବାଦ , ଆନ୍ଧ୍ରପ୍ରଦେଶରେ ରହିଥିଲେ । ତାଙ୍କର ପିତା କ୍ରାନ୍ତି ଗୁଟ୍ଟା ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଥିଲେ ଓ ମାତା ଚାଇନୀଜ ଥିଲେ । ମହାତ୍ମା ଗାନ୍ଧୀଙ୍କ ସେବାଶ୍ରମ ଆଶ୍ରମରେ ତାଙ୍କ ପିତା ମାତାଙ୍କ ପରିଚୟ ହେବା ପରେ ବିବାହ ହେଇଥିଲା । ପ୍ରଥମେ ଟେନିସ ଖେଳିବାକୁ ଆଗ୍ରହୀ ଥିବା ଜ୍ୱାଳା ତାଙ୍କ ପିତା ଓ କୋଚ ଏସ . ଏମ . ଆରିଫଙ୍କ ସୁପାରିସ କ୍ରମେ ଜିମ୍ନାଷ୍ଟିକ ଓ ସନ୍ତରଣରେ ୨ ବର୍ଷ ତାଲିମ ନେବା ପରେ ୬ ବର୍ଷ ବୟସରୁ ବେଡମିଣ୍ଟନରେ ତାଲିମ ନେଲେ । ଏଥିରେ ତାଙ୍କର ଚାଇନୀଜ ମାଙ୍କ ପ୍ରେରଣା ମୁଖ୍ୟ ଅବଦାନ ରହିଥିଲା । ମାତ୍ର ୧୩ ବର୍ଷ ବୟସରେ ଜ୍ୱାଳା ମିନି ଜାତୀୟ ବେଡମିଣ୍ଟନ ପ୍ରତିଯୋଗିତାରେ ଜୁନିଅର ବାଳିକା ଚମ୍ପିୟାନ ହେଇ ସେହି ବର୍ଷ ମହିଳା ଜୁନିଅର ଜାତୀୟ ଡବଲସ ଚମ୍ପିୟାନ ହେଇଥିଲେ । ପରେ ଶ୍ରୁତି କୁରିଏନଙ୍କ ସହ ମିଶି ସିନିଯର ଡବଲସ ମଧ୍ୟ ବିଜୟିନୀ ହେଇଥିଲେ । ଏହି କ୍ରମ ସେ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ଜାରି ରଖିଥିଲେ ।
ଜାତୀୟ ସ୍ତରରେ ପ୍ରଦର୍ଶନ
ସମ୍ପାଦନାଜାତୀୟ ସ୍ତରରେ ଜ୍ୱାଳା ପ୍ରଥମ ମହିଳା ଭାବରେ ଡବଲସରେ ୧୪ ଥର ଚମ୍ପିୟାନ ହେଇଥିଲେ । ୨୦୧୪ ଥୋମାସ ଓ ଉବାର କପରେ ସେ ବ୍ରୋଞ୍ଜ ପଦକ ପାଇଥିଲେ । ୨୦୦୯ ମସିହାରେ ସେ ଦିଜୁଙ୍କ ସହ ମିଶି ମିକ୍ସ ଦବାଲ୍ସରେ ବହୁ ପ୍ରତିଯୋଗିତା ଜିତି ଥିଲେ । ଜ୍ୱାଳା ବେଡମିଣ୍ଟନରେ ପ୍ରଥମ କରି ତୀବ୍ର ଗତିରେ ଖେଳିବା ଶୈଳୀ ଆରମ୍ଭ କରିଥିଲେ । ତାଙ୍କର ସ୍ମାଶ ଶଟ ଅତ୍ୟନ୍ତ ଶକ୍ତିଶାଳୀ ହେଇଥିଲେ ମଧ୍ୟ କୋର୍ଟ ଭିତରେ ତାଙ୍କର ମୁଭମେଣ୍ଟ ସେତେଟା ପ୍ରଭାବୀ ହେଇପାରୁ ନଥିବାରୁ ସେ କିଛି ଭୁଲ କରିଥାନ୍ତି । ଆହତ ଜନିତ ସମସ୍ୟା ମଧ୍ୟ ତାଙ୍କର ଅନେକ ସମୟରେ ରହୁଥିଲା ।
ଆନ୍ତର୍ଜାତିକ ପ୍ରଦର୍ଶନ
ସମ୍ପାଦନାଆନ୍ତର୍ଜାତିକ ସ୍ତରରେ ସେ ମିକ୍ସ୍ଡ ଡବଲସରେ ଭାଲିୟବେଟ୍ଟୀ ଦିଜୁଙ୍କ ସହ ମିଶି ଆନ୍ତର୍ଜାତିକ ପ୍ରତିଯୋଗିତାମାନଙ୍କୁ ଯୋଗ ଦେଇ ବିଶ୍ୱର ୧୦ ନମ୍ବର ରେଙ୍କିଙ୍ଗ ଭିତରେ ରହିଥିଲେ । ୨୦୧୦ ମସିହାରେ ସେ ବିଶ୍ୱର ୬ ନମ୍ବର ଯୋଡି ହେଇଥିଲେ । ସେ ଅଲିମ୍ପିକ ବ୍ଯତୀତ ଅନ୍ୟ ସମସ୍ତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦବାଲ୍ସ ଓ ମିକ୍ସ ଦବାଲ୍ସରେ ପଦକ ପାଇଛନ୍ତି । ୨୦୧୧ ବିଶ୍ୱ ଚମ୍ପିଅଂଶିପରେ ସେ ବ୍ରୋଞ୍ଜ ପଦକ ପାଇବା ସହ କମନୱେଲ୍ଥ ଗେମ ରେ ୨୦୧୦ରେ ସ୍ୱର୍ଣ୍ଣ ଓ ୨୦୧୪ରେ ରୌପ୍ୟ ପଦକ ପ୍ରାପ୍ତ ହେବା ତାଙ୍କର ବଡ଼ ଉପଲବ୍ଧି । ୨୦୧୨ ଲଣ୍ଡନ ଅଲିମ୍ପିକ ପାଇଁ ସେ ଉଭୟ ମହିଳା ଦବାଲସ ଓ ମିକ୍ସ ଦବାଲସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ୨୦୧୬ ଅଲିମ୍ପିକ ପାଇଁ ମଧ୍ୟ ଡବଲସରେ ଯୋଗ୍ୟତା ଅର୍ଜନ କରିଥିଲେ । ମାତ୍ର ସେ ଉଭୟ ଅଲିମ୍ପିକରେ ପଦକ ପାଇବା ପାଇଁ ସଫଳ ହେଇନଥିଲେ । ୨୦୧୫ କାନାଡା ଗ୍ରାଣ୍ଡ ପ୍ରିକ୍ସରେ ସେ ସେମିଫାଇନାଲ ଯାଏ ପହଞ୍ଚିଥିଲେ ।ଏହା ବ୍ଯତୀତ ସେ ଶ୍ରୀଲଙ୍କା , ପାକିସ୍ଥାନ , ନେପାଲ ଓ ହଲାଣ୍ଡଠାରେ ପ୍ରତିଯୋଗିତା ଜିତି ଥିଲେ । [୨]
ବ୍ୟକ୍ତିଗତ ଜୀବନ ଓ ଅନ୍ୟ ସମାଜସେବା କାର୍ଯ୍ୟ
ସମ୍ପାଦନାthumb|320x320_ପିକସେଲ|ଜ୍ୱାଳା ଓ ସାଥି ବେଡମିଣ୍ଟନ ଖେଳାଳି ଚେତନ ଆନନ୍ଦ , ୨୦୦୫ ମସିହାରେ ବିବାହ ପରେ ୨୦୦୫ ମସିହାରେ ଜ୍ୱାଳା ସାଥି ବେଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ୨୦୧୧ରେ ବିବାହ ବିଚ୍ଛେଦ ଘଟିଥିଲା । ତାଙ୍କର କ୍ରିକେଟ ଖେଳାଳି ମହମ୍ମଦ ଅଝାରୁଦ୍ଦିନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ମଧ୍ୟ ଉଠିଥିଲା ।[୩] ତେବେ ତାହାର ପ୍ରମାଣ ମିଳି ନଥିଲା । ଜ୍ୱାଳା ସର୍ବଦା ମହିଳା ଖେଳାଳି ମାନଙ୍କ ଉନ୍ନତି ପାଇଁ ସ୍ୱର ଉତ୍ତୋଳନ କରିଥାନ୍ତି । ଏହା ବ୍ଯତୀତ ସେ ତମାଖୁ ବର୍ଜନ [୪] Swachh Bharat Abhiyan.[୫][୬] ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ[୭]ରେ ସକ୍ରିୟ ଭାଗ ନେଇଥାନ୍ତି । ବେଡମିଣ୍ଟନର ପ୍ରସାର ପାଇଁ ସେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ଧ୍ୟାନ ଦେଇଛନ୍ତି । .[୮]
ପୁରସ୍କାର ଓ ସମ୍ମାନ
ସମ୍ପାଦନାଜ୍ୱାଳା ୨୦୧୧ ମସିହାରେ ଭାରତ ସରକାରଙ୍କଦ୍ୱାରା ଅର୍ଜୁନ ପୁରସ୍କାର ପ୍ରାପ୍ତ ହେଇଥିଲେ । ଏହା ବ୍ୟତୀତ ସେ ଦେଶ ବିଦେଶରେ ଅନେକ ପୁରସ୍କାର ପାଇଥିଲେ ।
ଗ୍ୟାଲେରି
ସମ୍ପାଦନା-
ଅଶ୍ୱିନୀ ପୋନାପ୍ପାଙ୍କ ସହ IBLରେ ଜ୍ୱାଳା
-
ବିଶ୍ୱର ଶ୍ରେଷ୍ଠ ୧୦ ରେଙ୍କିଙ୍ଗ ପାଇବା ପରେ ଜ୍ୱାଳା ଓ ଦିଜୁ .
-
୨୦୧୧ ମସିହାରେ ଅର୍ଜୁନ ପୁରସ୍କାର ପାଇବା ସମୟରେ ଜ୍ୱାଳା
ଆଧାର
ସମ୍ପାଦନା- ↑ "Jwala Gutta". BWF. Retrieved 29 February 2016.
- ↑ "Rio Olympics 2016: Jwala Gutta-Ashwini Ponnappa out of Rio Olympics". News18. 2016-08-12. Retrieved 2016-08-17.
- ↑ "Azharuddin's 'new flame' Jwala too filing for divorce? | delhi". Hindustan Times. 2010-08-06. Archived from the original on 2015-01-19. Retrieved 2016-02-17.
{{cite news}}
: More than one of|work=
and|newspaper=
specified (help) - ↑ "ଆର୍କାଇଭ୍ କପି". Archived from the original on 2015-01-19. Retrieved 2017-03-06.
{{cite web}}
: Cite has empty unknown parameter:|1=
(help) - ↑ "PM Modi lauds Chanda Kochhar, Jwala Gutta for 'Swach Bharat initiatives' | Zee News". Zeenews.india.com. 2014-11-11. Retrieved 2016-02-17.
- ↑ "FromRuling the Courts to Cleaning the Streets, Jwala Gutta Joins the Swach Bharat Abhiyan". Archived from the original on 18 January 2015. Retrieved 18 January 2015.
- ↑ "Jwala wants you to boycott Hyderabad zoo – IBNLive". Ibnlive.in.com. Archived from the original on 2015-01-19. Retrieved 2016-02-17.
- ↑ "Jwala Gutta launches Shuttle Express in Pune – Badminton News". Sports.ndtv.com. 2013-07-17. Retrieved 2016-02-17.
ବାହାର ଲିଙ୍କ
ସମ୍ପାଦନା- Jwala GUTTA at BWFbadminton.comBWFbadminton.com
- Jwala GUTTA at BWF.tournamentsoftware.comBWFJwala GUTTA at BWF.tournamentsoftware.com
- "ଜ୍ୱାଳା ଗୁଟ୍ଟା". Olympics at Sports-Reference.com. Sports Reference LLC.