ଜୋଗ ଜଳପ୍ରପାତ
ଜୋଗ ଜଳପ୍ରପାତ (ଗେର୍ସୋପ୍ପା ଜଳପ୍ରପାତ ବା ଜୋଗ୍ ଜଳପ୍ରପାତ ଭାବେ ମଧ୍ୟ ପରିଚିତ) ଭାରତର କର୍ଣ୍ଣାଟକ ରାଜ୍ୟର ଶିବମୋଗା ଜିଲ୍ଲାର ସାଗର ତାଲୁକରେ ଅବସ୍ଥିତ ଏବଂ ଭାରତର ଉଚ୍ଚତମ ଜଳପ୍ରପାତମାନଙ୍କ ମଧ୍ୟରୁ ଗୋଟିଏ ।[୧] .[୨] ଏହି ପ୍ରପାତର ଜଳଧାରା ବିଭକ୍ତ; ବର୍ଷା ଋତୁରେ ବା ଅଧିକ ଜଳ ପ୍ରବାହ ଘଟିଲେ ଏହା ଏକ ବୁଡ଼ ବା ଲମ୍ଫ ଜଳପ୍ରପାତ (ଈଂରାଜୀରେ Plunge Waterfall) ଆକାରରେ ଦୃଶ୍ୟମାନ ହୁଏ । ବିଶ୍ୱର ଜଳପ୍ରପାତଙ୍କ ତାଲିକାରେ ୧୩ଶ ସ୍ଥାନରେ ଥିବା ଏହି ଜଳପ୍ରପାତ କର୍ଣ୍ଣାଟକର ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ । ଜୋଗ ଜଳପ୍ରପାତକୁ ଗୋର୍ସୋପ୍ପା ଜଳପ୍ରପାତ ବା ଜୋଗଦା ଗୁଣ୍ଡି ବୋଲି ମଧ୍ୟ କୁହାଯାଇଥାଏ ।[୩]
ଅବସ୍ଥାନ | [ସାଗର ତାଲୁକ୍, ଶିବମୋଗା ଜିଲ୍ଲା, କର୍ଣ୍ଣାଟକ, ଭାରତ] |
---|---|
ଦିଗବାରେଣି | 14°13′44″N 74°48′43″E / 14.22889°N 74.81194°E |
ଉଠାଣ | ସମୁଦ୍ର ପତନରୁ ୪୮୮ ମିଟର୍ (୧୬୦୦ ଫୁଟ୍) ଉଚ୍ଚ |
ପ୍ରକାର | ବିଭକ୍ତ ମହାଜଳପ୍ରପାତ |
ଉଚ୍ଚତା | ୨୫୩ ମିଟର୍ (୮୨୯ ଫୁଟ୍) |
ଦୀର୍ଘତମ ଖାଲର ଉଚ୍ଚତା | ୨୫୪ ମିଟର୍ (୮୨୯ ଫୁଟ୍) |
ଖାଲମାନଙ୍କ ସଂଖ୍ୟା | ୧ |
ହାରାହାରି ଗତି ହାର | ସେକେଣ୍ଡ୍ ପ୍ରତି ୧୫୩ ଘନ ମିଟର୍ (୫୩୮୭ ଘନ ଫୁଟ୍) ପ୍ରବାହ |
ଝରଣା | ଶରାବତୀ ନଦୀ |
ବିବରଣୀ
ସମ୍ପାଦନାଶରାବତୀ ନଦୀର ଜଳଧାରା ୨୫୩ ମିଟର୍ (୮୩୦ ଫୁଟ୍) ତଳକୁ ଲମ୍ଫ ପ୍ରଦାନ କରି ଜୋଗ ଜଳପ୍ରପାତର ସୃଷ୍ଟି କରିଛି । ନୋଃକାଲିକାଇ ଜଳପ୍ରପାତ ପରେ ଜୋଗ ଭାରତର ଦ୍ୱିତୀୟ ଉଚ୍ଚତମ ଲମ୍ଫ ଜଳପ୍ରପାତ । ମେଘାଳୟର ନୋଃକାଲିକାଇ ଜଳପ୍ରପାତ ୩୩୫ ମିଟର୍ (୧୧୦୦ ଫୁଟ୍) ଭାରତର ଉଚ୍ଚତମ ଲମ୍ଫ ଜଳପ୍ରପାତ ।[୪]
ନୋନାବୁର ନିକଟସ୍ଥ ଅମ୍ବୁତୀର୍ଥ ନାମକ ସ୍ଥାନରୁ ସୃଷ୍ଟ ଶରାବତୀ ନଦୀ ତୀର୍ଥହଲ୍ଲି ତାଲୁକ ଦେଇ ପ୍ରବାହିତ ହୁଏ, ତାହା ପରେ ଫାଟ୍ଟେ ପେଟ୍ଟା ନିକଟରେ ଉତ୍ତର-ପଶ୍ଚିମକୁ ପ୍ରବାହିତ ହୁଏ । ପଟ୍ଟାଗୁପ୍ପେର ଓ ୟେନ୍ନେ ହୋଳେର ତଳ ପଟକୁ ଉପନଦୀ ହରିଦ୍ରାବତୀ ଏହା ସହ ମିଳିତ ହୁଏ । ତାହା ପରେ ଶରାବତୀ ନଦୀ ପଶ୍ଚିମାଭିମୁଖୀ ହୋଇ ଗେରୁ-ସାପ୍ପେ ନାମକ ଏକ ଗ୍ରାମର ସୀମା ପାଖ ଦେଇ ପ୍ରବାହିତ ହୁଏ ଏବଂ ଏହି ପ୍ରପାତ ସୃଷ୍ଟି କରେ ଓ ଉତ୍ତର କର୍ଣ୍ଣାଟକର ହାନ୍ନୋୱାର୍ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୁଏ ।
ପଥୁରିଆ ଶଯ୍ୟାରେ ପ୍ରବାହିତ ହେଉଥିବା ଶରାବତୀ ନଦୀର ଅଂଶ ପ୍ରାୟ ୨୫୦ ୟାର୍ଡ୍ (୨୩୦ ମିଟର୍) । ପ୍ରପାତ ନିକଟରେ ନଦୀଟି ଚାରୋଟି ଭିନ୍ନ ଭିନ୍ନ ଜଳଧାରାରେ ବିଭକ୍ତ ହୋଇ ପ୍ରାୟ ୨୯୦ ମିଟର୍ ଉଚ୍ଚତାରୁ ଲମ୍ଫ ପ୍ରଦାନ କରେ । ଜୋଗ ଜଳପ୍ରପାତର ଚାରୋଟି ଜଳଧାରାଙ୍କୁ ରାଜା, ରୋରର୍, ରକେଟ୍ ଓ ରାଣୀ ବୋଲି ନାମିତ କରାଯାଇଛି । ପ୍ରଥମରେ ଥିବା ଓ ୨୩୦ ମି. (୮୩୦ ଫୁଟ୍) ଉଚ୍ଚତାରୁ ଲମ୍ଫ ପ୍ରଦାନ କରିଥିବା ଅବିଖଣ୍ଡିତ ଧାରାଟି ରାଜା ନାମରେ ପରିଚିତ । ରୋରର୍ ନାମକ ଜଳଧାରା ପ୍ରଥମେ ଏକ ଗହ୍ୱର ମଧ୍ୟରେ ପ୍ରବେଶ କରେ, ପରେ ରାଜାର ମଝାମଝି ଉଚ୍ଚତାରେ ବାହାରି ୪୫ ଡିଗ୍ରୀ କୋଣରେ ରାଜା ଧାରା ସହିତ ମିଳିତ ହୁଏ । ଅନେକ ଛୋଟ ଛୋଟ ଝରଣା ପରି ଜଳଧାରା ମିଶି ରକେଟ୍ ଧାରାର ସୃଷ୍ଟି ହୋଇଛି । ଚତୁର୍ଥ ଜଳଧାରା ତିନୋଟିଙ୍କଠାରୁ ଟିକିଏ ଦୂରରେ ଏକାକୀ ବହିଯାଇଛି ଯାହାକୁ ରାଣୀ ଜଳଧାରା ବୋଲି କୁହାଯାଏ । କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଜଳପ୍ରପାତର ସମ୍ମୁଖରେ ରହିଥିବା ପାହାଡ଼ରୁ ଓହ୍ଲାଇ ଜଳପ୍ରପାତ ତଳକୁ ଯିବାପାଇଁ ପ୍ରାୟ ୧୪୦୦ଟି ପାହାଚ ତିଆରି କରାଯାଇଛି । ସମ୍ମୁଖର ପାହାଡ଼ ଉପରୁ ଜୋଗ ଜଳପ୍ରପାତର ସୁନ୍ଦର ଦୃଶ୍ୟ ଦେଖିହେବ ।
ଜ୍ୟୋତି ରାଜ ନାମକ ଜଣେ ପାହାଡ଼ ଆରୋହଣକାରୀ ଜୋଗ ଜଳପ୍ରପାତର ପାହାଡ଼ ଚଢ଼ି କୀର୍ତ୍ତିମାନ ହାସଲ କରିଥିଲେ ।[୫]
ନାମକରଣ
ସମ୍ପାଦନାକନ୍ନଡ଼ ଭାଷାରେ ଜଳପ୍ରପାତକୁ ଜୋଗ ବୋଲି କୁହାଯାଏ । ଶୈୟାଦ୍ରି ପର୍ବତର ନିକଟବର୍ତ୍ତୀ ଅଞ୍ଚଳର (ଯଥା: ୟେଲ୍ଲାପୁର ଅଞ୍ଚଳ) ଲୋକେ ଜଳପ୍ରପାତକୁ କେବଳ ଜୋଗ ବୋଲି କହିଥାନ୍ତି । କନ୍ନଡ଼ ଶବ୍ଦ ଜାୱୁଗୁର ଅର୍ଥ ହେଲା ସନ୍ତସନ୍ତିଆ ସ୍ଥାନ ବା ଆର୍ଦ୍ର ଭୂମି ଏବଂ ଏହି ଶବ୍ଦରୁ ହିଁ ଜୋଗ ଶବ୍ଦର ସୃଷ୍ଟି ହୋଇଥାଇପାରେ ବୋଲି ଅନୁମାନ କରାଯାଏ ।
ମହତ୍ତ୍ୱ
ସମ୍ପାଦନାଜୋଗ ଜଳପ୍ରପାତ ନିକଟରେ ଶରାବତୀ ନଦୀ ଶଯ୍ୟାରେ ଲିଙ୍ଗନମକ୍କି ନଦୀବନ୍ଧ (ଡ୍ୟାମ୍) ରହିଛି ।[୬] ୧୯୪୮ ମସିହାରୁ ୧୨୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଏହି ଜଳବିଦ୍ୟୁତ୍ କେନ୍ଦ୍ର କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି ଓ ସ୍ଥାପନା ସମୟରେ ଏହା ଭାରତର ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପମାନଙ୍କ ମଧ୍ୟରେ ଅନ୍ୟତମ ଥିଲା । ତେବେ ବର୍ତ୍ତମାନ ଏହା କର୍ଣ୍ଣାଟକର ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ଏକ କ୍ଷୁଦ୍ର ଭୂମିକା ମାତ୍ର ଗ୍ରହଣ କରିଥାଏ । ମହୀଶୂର ରାଜ୍ୟର ରାଜାଙ୍କ ନାମାନୁସାରେ ଏହି ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଥମେ “କୃଷ୍ଣ ରାଜେନ୍ଦ୍ର ଜଳ-ବିଦ୍ୟୁତ୍ ପ୍ରକଳ୍ପ” ବୋଲି ନାମ ଦିଆଯାଇଥିଲା । ପରେ ଏହାର ନାମ ବଦଳାଯାଇ “ମହାତ୍ମା ଗାନ୍ଧୀ ଜଳ-ବିଦ୍ୟୁତ୍ ପ୍ରକଳ୍ପ” ରଖାଗଲା । ୧୯୬୦ ମସିହା ପର୍ଯ୍ୟନ୍ତ ଏହା ହିରେଭାସ୍କର ବନ୍ଧରୁ ମିଳୁଥିବା ପାଣିର ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରୁଥିଲା । ୧୯୬୦ ପରେ ଶ୍ରୀ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟଙ୍କ ଯୋଜନା ଅନୁସାରେ ଲିଙ୍ଗନମକ୍କି ବନ୍ଧକୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଗଲା । ଅଧିକ ତଥ୍ୟ Jogfalls official website Archived 2014-12-17 at the Wayback Machine. ୱେବ୍ସାଇଟରେ ମିଳିପାରିବ ।
ଜଳଧାରାର ପ୍ରଖରତାରେ ପରିବର୍ତ୍ତନ
ସମ୍ପାଦନାମୌସୁମୀ ପ୍ରବାହ ପୂର୍ବରୁ ଲିଙ୍ଗନମକ୍କି ବନ୍ଧରେ ଅଧିକ ପାଣି ନଥାଏ ଓ ସେହି ସମୟରେ ଜୋଗ ଜଳପ୍ରପାତରେ ଚାରିଟି କ୍ଷୀଣ ଧାର ଦେଖିବାକୁ ମିଳେ । ବର୍ଷା ଋତୁରେ ବର୍ଷା ପାଣି ଯୋଗୁଁ ଜଳପ୍ରପାତର କାୟା ବହୁ ମାତ୍ରାରେ ବୃଦ୍ଧି ପାଏ ।
ବିଦ୍ୟୁତ୍ ଉତ୍ପାଦନ
ସମ୍ପାଦନା୧୯୪୩ ମସିହାର ମଧ୍ୟ ଭାଗରେ ମହୀଶୂର ରାଜ୍ୟ ଏହି ଜଳ-ବିଦ୍ୟୁତ୍ ପ୍ରକଳ୍ପର ପରିକଳ୍ପନା ଓ ଯୋଜନା କରିଥିଲେ । ପ୍ରଥମେ ୩୫୮ ଲକ୍ଷ ଭାରତୀୟ ମୁଦ୍ରା ବ୍ୟୟରେ ୬୪୦୦୦ ଅଶ୍ୱଶକ୍ତି (horsepower) କ୍ଷମତାସମ୍ପନ୍ନ ଜଳ-ବିଦ୍ୟୁତ୍ କେନ୍ଦ୍ରର ସ୍ଥାପନା ହେଲା ।[୭] ପରେ ଉତ୍ପାଦନ କ୍ଷମତାକୁ ବଢ଼ାଯାଇ ୬.୭ ମେଗାୱାଟ୍ କରାଗଲା ।
ପରିବହନ ଓ ଯାତାୟତ ବ୍ୟବସ୍ଥା
ସମ୍ପାଦନା- ନିକଟସ୍ଥ ରେଳ ଷ୍ଟେସନ୍ :
- ତଳଗୁପ୍ପା (୧୩ କିଲୋମିଟର୍) ଓ ସାଗର (୩୦ କିଲୋମିଟର୍)
- ହାନ୍ନୋୱାର୍ (୬୮ କିଲୋମିଟର୍), ଭଟ୍କଲ୍ (୯୦ କିଲୋମିଟର୍) – ଏହି ରେଳ ଷ୍ଟେସନ୍ଗୁଡ଼ିକ ମାଙ୍ଗାଲୋର୍-ମୁମ୍ବାଇ କୋଙ୍କଣ ରେଳପଥ ଉପରେ ଅବସ୍ଥିତ ।
- ସଡ଼କପଥ : ସାଗର, ସିଦ୍ଧପୁରା ଓ ଜୋଗ ଜଳପ୍ରପାତ ବସ୍ ଷ୍ଟାଣ୍ଡ୍ ଇତ୍ୟାଦି ନିକଟସ୍ଥ ବସ୍ ଷ୍ଟାଣ୍ଡ୍ । ଶିମୋଗା ଜିଲ୍ଲାର ସାଗରରେ ବେସରକାରୀ ଗାଡ଼ି, ଟ୍ୟାକ୍ସି ଆଦିର ସୁବିଧା ଉପଲବ୍ଧ । ଜାତୀୟ ରାଜପଥ – ୬୬ରେ ଉତ୍ତର ଦିଗକୁ ଯିବାବେଳେ ଭଟ୍କଲ୍ର ଶମଶୁଦ୍ଦିନ୍ ଛକରେ ଡାହାଣ ପଟକୁ ଓ ଜାତୀୟ ରାଜପଥରେ ଦକ୍ଷିଣ ଦିଗକୁ ଯିବା ବେଳେ ହାନ୍ନୋୱର୍ର ନ୍ୟୁ କାମତ୍ ହୋଟେଲ୍ ନିକଟରେ ବାମ ପଟକୁ ବୁଲି ପଡ଼ିଥିବା ରାସ୍ତାରେ ଗଲେ ଜୋଗ ଜଳପ୍ରପାତ ନିକଟରେ ପହଞ୍ଚି ହେବ ।
- ନିକଟସ୍ଥ ବିମାନବନ୍ଦର :
- ଜାତୀୟ
- ହୁବଳି (HBX) : ୧୩୦ କିଲୋମିଟର୍
- ଅନ୍ତର୍ଜାତୀୟ
- ବେଙ୍ଗଳୁର୍ (BLR) : ୩୪୦ କିଲୋମିଟର୍
- ମାଙ୍ଗାଲୋର୍ (IXE) : ୨୦୦ କିଲୋମିଟର୍
- ଗୋଆ (GOI) : ୨୪୬ କିଲୋମିଟର୍
- ଜାତୀୟ
ଚିତ୍ର ଗ୍ୟାଲେରି
ସମ୍ପାଦନା-
ଜୋଗ ପ୍ରପାତ ନିକଟସ୍ଥ କେନାଲ୍ ଗେଟ୍
-
ଜୋଗ ଜଳପ୍ରପାତ
-
ପ୍ରାତଃ ସମୟରେ ଜୋଗର ମନୋରମ ଦୃଶ୍ୟ
-
ମୌସୁମୀ ପ୍ରବାହ ଶେଷ ଆଡ଼କୁ ଜୋଗ ଜଳପ୍ରପାତର ଦୃଶ୍ୟ
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ [୧]
- ↑ Monsoon magic: Jog Falls, nature lovers' delight Archived 2009-09-24 at the Wayback Machine. TRAVEL, IBN news channel, 10 August 2008
- ↑ Jog Falls World Waterfall Database: Archived 2006-05-05 at the Wayback Machine. World's Tallest Waterfalls
- ↑ Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 179.
- ↑ Rock climber scales jog falls
- ↑ Karnataka Power Corporation Article Archived 19 January 2009 at the Wayback Machine.
- ↑ "Jog Falls Hydro-Electric Project". The Indian Express. 2 July 1943. p. 4. Retrieved 12 April 2017.
ବାହ୍ୟ ଲିଂକ୍
ସମ୍ପାଦନା- Jog Falls Archived 2014-12-17 at the Wayback Machine. on jogfalls.in. Jog Management Authority. Retrieved November 16, 2018.