ଜୀବସାର କ ଅଭାବ
ଜୀବସାର କ ଅଭାବ ( VAD ) ହେଉଛି ଶରୀରରେ ଜୀବସାର କ ବା ଭିଟାମିନ୍ ଏର ଅଭାବ । [୨] ଅନ୍ଧାର କଣା ବା ରାତିରେ ଅଳ୍ପ ଦୃଷ୍ଟି ଶକ୍ତି ହେବା ହେଉଛି ଏହାର ପ୍ରଥମ ଲକ୍ଷଣ । [୧] ଏହା ଅଧିକ ଗୁରୁତର ହେଲେ ଶୁଖିଲା ଆଖି, କର୍ଣ୍ଣିଆଲ୍ ଅଲସର ଏବଂ ଦୃଷ୍ଟିହାନୀ ହୋଇପାରେ। [୨] ଏହା ଫଳରେ ମିଳିମିଳା ଏବଂ ଫୋଲିକୁଲାର ହାଇପରକେରାଟୋସିସ୍ ଭଳି ଭୟଙ୍କର ସଂକ୍ରମଣର ଆଶଙ୍କା ରହିପାରେ। [୨]
Hypovitaminosis A | |
ବିଭାଗ | Pediatrics, ophthalmology |
---|---|
ଲକ୍ଷଣ | Night blindness, dry eyes, corneal ulcers[୧][୨] |
କାରଣ | Lack of vitamin A in the diet[୨] |
ବିପଦ କାରକ | High rate of infections, inflammatory bowel disease, bariatric surgery[୧][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood retinol < 0.7 μmol/L (20 μg/dL)[୧] |
ସଠିକ ରୋଗ ନିର୍ଣ୍ଣୟ | Retinitis pigmentosa, cataracts, near-sightedness[୩] |
ଚିକିତ୍ସା | Vitamin A supplementation[୩] |
ପୁନଃପୌନିକ | Developing countries: Common[୧] Developed countries: Rare[୧] |
ଖାଦ୍ୟରେ ଜୀବସାର କ ବା ଭିଟାମିନ୍ ଏର ଅଭାବ ହେତୁ ଏହା ହୁଏ; ଯାହା ସାଧାରଣତଃ ପଶୁଜାତ ଖାଦ୍ୟ, ଫଳ କିମ୍ବା ପନିପରିବାରୁ ଆସିଥାଏ । [୨] ତରଳ ଝାଡ଼ା, ପ୍ରଦାହଜନକ ଅନ୍ତନଳୀ ରୋଗ ଏବଂ ବାରିଆଟ୍ରିକ୍ ଅସ୍ତ୍ରୋପଚାର ଓ ଅଧିକ ସଂକ୍ରମଣ ପରେ ଏହି ଅଭାବ ହୋଇପାରେ । [୧] [୩] ଏହାର ଦୁଇଟି ଖାଦ୍ୟ ଆକାର ଅଛି: ରେଟିନୋଲ୍ ଏବଂ କାରୋଟିନଏଡ୍ ।[୨] ରକ୍ତ ରେଟିନୋଲ୍ ସ୍ତର ୦.୭ ମାଇକ୍ରୋମୋଲ/ଲି (୨୦ μଗ୍ରା/ ଡେଲି)ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ୦.୩୫ μmol / L (୧୦ମାଗ୍ରା/ଡେଲି)ରୁ କମ୍ ଥିଲେ ଗମ୍ଭୀର ରୋଗକୁ ସୂଚାଇଥାଏ । [୧]
ପ୍ରାରମ୍ଭିକ ଚିକିତ୍ସାରେ ୨୦୦,୦୦୦ ଆନ୍ତର୍ଜାତୀୟ ୟୁନିଟ୍ (IU) ଭିଟାମିନ୍ ଏ ଦିନକୁ ଥରେ ଭାବରେ ଦୁଇ ଦିନ ପାଇଁ ଦିଆଯାଏ । [୨] ପ୍ରତି ଦୁଇ ସପ୍ତାହରେ ଅଧିକ ମାତ୍ରା ଦିଆଯାଇପାରେ । [୩] ୨୦୨୦ ମସିହାରେ ୬ମାସରୁ ୫ବର୍ଷ ବୟସ୍କ ପିଲାଙ୍କ ମଧ୍ୟରୁ ୪୦% ବିପଦ ଥିବା ପିଲାମାନେ ଦୁଇଟି ମାତ୍ରାର ଭିଟାମିନ୍ ଏ ଗ୍ରହଣ କରିଥିଲେ, ଯାହାଦ୍ୱାରା ମୃତ୍ୟୁ ହେବାର ଆଶଙ୍କା ୧୨ରୁ ୨୪% କମିଯାଇଥିଲା। [୪]
ଏହି ରୋଗ ସାଧାରଣତଃ ବିକାଶଶୀଳ ଦେଶମାନଙ୍କରେ ଅଧିକ ହେବା ଦେଖାଯାଏ ବିଶେଷତଃ ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆରେ କିନ୍ତୁ ବିକଶିତ ଦେଶମାନଙ୍କରେ ଏହା ବିରଳ ଅଟେ ।[୧] ୫ ବର୍ଷ ବୟସର କମ ୧୯୦ ନିୟୁତ ଶିଶୁ ଏବଂ ୧୯ ନିୟୁତ ଗର୍ଭବତୀ ମହିଳା ପ୍ରଭାବିତ ହେଉଥିବା ଆକଳନ କରାଯାଇଛି। [୨] ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୨୫୦,୦୦୦-୫୦୦,୦୦୦ ପିଲା ପ୍ରତିବର୍ଷ ଅନ୍ଧ ହୋଇଯାଆନ୍ତି, ଯାହା ପିଲାଦିନର ଦୃଷ୍ଟିହୀନତାର ମୁଖ୍ୟ କାରଣ ହୋଇଥାଏ । [୨] [୧] ଯେଉଁମାନେ ଅନ୍ଧ ହୋଇଯାଆନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ପିଲା ବର୍ଷେ ମଧ୍ୟରେ ମରିଯାଆନ୍ତି ।[୨] ଗର୍ଭାବସ୍ଥାର ପରବର୍ତ୍ତୀ ଭାଗରେ ଏହା ସାଧାରଣତଃ ଦେଖାଯାଏ ଏବଂ ଉଭୟ ମା ଏବଂ ଶିଶୁ ପାଇଁ ଖରାପ ଫଳାଫଳ ଦେଇଥାଏ । [୨] [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Vitamin A deficiency". www.who.int (in ଇଂରାଜୀ). Archived from the original on 1 November 2021. Retrieved 8 February 2022.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Vitamin A". Micronutrient Information Center, Linus Pauling Institute, Oregon State University, Corvallis. January 2015. Archived from the original on 27 April 2021. Retrieved 1 November 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ Hodge, Christopher; Taylor, Christopher (2022). "Vitamin A Deficiency". StatPearls. StatPearls Publishing. Archived from the original on 15 October 2021. Retrieved 8 February 2022.
- ↑ "Vitamin A Deficiency and Supplementation UNICEF Data". Archived from the original on 2016-09-11. Retrieved 2015-04-07.